ପୁଣି ଆନ୍ଦୋଳନ ସ୍ଥଳରୁ ମିଳିଲା ଚାଷୀଙ୍କ ଝୁଲନ୍ତା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 9, 2021

ପୁଣି ଆନ୍ଦୋଳନ ସ୍ଥଳରୁ ମିଳିଲା ଚାଷୀଙ୍କ ଝୁଲନ୍ତା ମୃତଦେହ

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଜଣେ ଚାଷୀଙ୍କ ଝୁଲନ୍ତା ମୃତଦେ ଦିଲ୍ଲୀ ସୀମାନ୍ତ ସିଙ୍ଘୁ ସୀମାରୁ ମିଳିଛି। ମୃତ ଚାଷୀ ଜଣଙ୍କ ହେଲେ ଗୁରପ୍ରୀତ ସିଂହ। ତାଙ୍କ ଘର ପଞ୍ଜାବର ଫତେପୁର ସାହିବ ଅନ୍ତର୍ଗତ ଅମରୋହ ଗାଁରେ। ଭାରତୀୟ କିଷାନ ୟୁନିୟନର ସିଦ୍ଧୁପୁର ସଂଗଠନର ସଦସ୍ୟ ଭାବେ ଗୁରୁପ୍ରୀତ ବେଶ ଜଣାଶୁଣା ଥିଲେ।

କୁଣ୍ଡଲି ପୁଲିସ୍‌ ଗୁରୁପ୍ରୀତଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ୟୁର କାରଣ ସମ୍ପର୍କରେ କିଛି ବି କହିନି। କେବଳ ସେ ଦୀର୍ଘଦିନ ହେଲା ଅନ୍ୟ ଚାଷୀଙ୍କ ଭଳି ସିଙ୍ଘୁ ସୀମାନ୍ତରେ ହିଁ ଆନ୍ଦୋଳନ କରୁଥିଲେ। ଆଜି ଭୋରରୁ ହଠାତ୍‌ ତାଙ୍କ ମୃତଦେହ ମିଳିଛି ବୋଲି କୁହାଯାଇଛି।

ଗତ ସପ୍ତାହରେ ଲଖବୀର ସିଂହ ନାମକ ଜଣେ ଶ୍ରମିକଙ୍କ କ୍ଷତବିକ୍ଷତ ଝୁଲନ୍ତା ମୃତଦେହ ସିଙ୍ଘୁ ସୀମାରେ ଲାଗିଥିବା ବ୍ୟାରିକେଡରୁ ଜବତ ହୋଇଥିଲା। ସେ ନିହାଙ୍ଗ ଶିଖଙ୍କ ପବିତ୍ର ଗ୍ରନ୍ଥକୁ ଅପବିତ୍ର କରିବାକୁ ଚେଷ୍ଟା କରୁଥିବାରୁ ତାଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରାଯାଇଥିଲା। ତାଙ୍କର ଗୋଟିଏ ହାତକୁ କାଟି ଦିଆଯିବା ସହ ବ୍ୟାରିକେଡରେ ଝୁଲାଇ ଦିଆଯାଇଥିଲା। ଏହି ଘଟଣାରେ ପୁଲିସ୍‌ ନିହାଙ୍ଗ ଶିଖ ସଂପ୍ରଦାୟର ଦୁଇ ଜଣଙ୍କୁ ଗିରଫ କରିଥିଲା। ସେହିପରି ଆଉ ଦୁଇ ଜଣ ସୋନିପତ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ।

ସୂଚନାଯୋଗ୍ୟ, ଦୀର୍ଘ ଗୋଟିଏ ବର୍ଷ ହେଲାଣି ପଞ୍ଜାବ, ଉତ୍ତର ପ୍ରଦେଶ ଓ ହରିୟାଣାର ଶତାଧିକ ଚାଷୀ ଦିଲ୍ଲୀର ସୀମାନ୍ତରେ ଆନ୍ଦୋଳନ କରୁଛନ୍ତି। କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର ସହ ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଦେବାକୁ ସେମାନେ ଦାବି କରୁଛନ୍ତି।

ହେଲେ କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର କରିବା ମୁଡରେ ନାହାନ୍ତି। ତଥାପି ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଚାଷୀମାନେ କେନ୍ଦ୍ର ସରକାରଙ୍କୁ ନଭେମ୍ବର ୨୬ ଯାଏ ମହଲତ ଦେଇଛନ୍ତି। ଯଦି ଏହି ସମୟ ସୀମା ମଧ୍ୟରେ ସରକାର କୌଣସି ପ୍ରକାରର ନିଷ୍ପତ୍ତି ନ ନେବେ, ତା’ହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚାଷୀ ସଂଗଠନର ନେତା ରାକେଶ ଟିକାୟତ ଚେତାବନୀ ଦେଇଛନ୍ତି।

The post ପୁଣି ଆନ୍ଦୋଳନ ସ୍ଥଳରୁ ମିଳିଲା ଚାଷୀଙ୍କ ଝୁଲନ୍ତା ମୃତଦେହ appeared first on Odisha Reporter.



from Odisha Reporter https://ift.tt/3wuKBwo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages