ପୁରୀ(ଓଡ଼ିଶା ରିପୋର୍ଟର): ଜିମ୍ନାଷ୍ଟିକ୍ କୋଚଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଖେଳାଳି। କୋଚ ଶାରିରୀକ ଏବଂ ମାନସିକ ନିର୍ଯାତନା ଅଭିଯୋଗ ଦେଉଥିବା ଅଭିଯୋଗ ଆଣି ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଖେଳାଳି। । ପୁରୀ ଜିଲ୍ଲାର ଜିମ୍ନାଷ୍ଟିକ୍ କୋଚ୍ ପ୍ରଦୀପ ସାହୁଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଏହାସହ ଜାତୀୟ ଚୟନ ପ୍ରକ୍ରିୟା ନେଇ ଆଶାୟୀ ଖେଳାଳିଙ୍କୁ କୋଚ୍ ସୂଚନା ଦେଉନଥିବା ଅଭିଯୋଗ ମଧ୍ୟ ହୋଇଛି।
ଭୁବନେଶ୍ୱରରେ ଜାତୀୟ କ୍ରୀଡ଼ା ଲାଗି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିବାବେଳେ ଏନେଇ ଖେଳାଳିଙ୍କୁ ଅବଗତ କରାଯାଇନଥିଲା । ଏଥିଯୋଗୁଁ ଜାତୀୟ ଚୟନ ପ୍ରକ୍ରିୟାରେ ଅନେକ ଜାତୀୟସ୍ତରର ଖେଳାଳି ସାମିଲ ହୋଇପାରିନଥିଲେ । ଏହାକୁ ନେଇ ଖେଳାଳିମାନେ ସେମାନଙ୍କ ଅଭିଭାବକଙ୍କ ସହ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଏ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି କୋଚ୍ ପ୍ରଦୀପ ସାହୁ । ସେ କହିଛନ୍ତି, ଯେଉଁମାନେ ଅଭିଯୋଗ କରିଛନ୍ତି, ସେମାନେ ପ୍ରକୃତ ଖେଳାଳି ନୁହନ୍ତି। ନିଜ ଅସୁବିଧା ଯୋଗୁ ସେମାନେ ଖେଳି ପାରିଲେ ନାହିଁ। ଖେଳି ନ ପାରିବାରୁ ଏପରି ଅଭିଯୋଗ କରିଛନ୍ତି। ଅପରପକ୍ଷେ, କୋଚ ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ ଦେଉଥିବା ଅଭିଯୋଗ ଆଣିଛନ୍ତି ଜଣେ ଅଭିଭାବକ ।
ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଜିମ୍ନାଷ୍ଟିକ୍ ଖେଳାଳି ନିଜ କୋଚଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଖେଳ ସମ୍ପର୍କରେ ସୂଚନା ନ ଦେବା ଓ ଅଶ୍ଳୀଳ ଇଙ୍ଗିତ ଦେବା ପରି ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ କରିବାକୁ ଏଡିଏମ୍ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଡିଏମ୍ ଏକ ୩ ଜଣିଆ ଟିମ୍ ଗଠନ କରି ଘଟଣାର ତଦନ୍ତ କରିବେ। ଅଭିଯୋଗର ସତ୍ୟତା ନେଇ ପ୍ରମାଣ ପାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
The post ଜିମ୍ନାଷ୍ଟିକ କୋଚ୍ଙ୍କ ନାଁରେ ସାଂଘାତିକ ଅଭିଯୋଗ appeared first on Odisha Reporter.
from Odisha Reporter https://ift.tt/3D1spgo
No comments:
Post a Comment