ସୁନ୍ଦରଗଡ଼ (ବିଜୟ ବରୁଆ): ଚୋରଙ୍କୁ ମାନିବାକୁ ପଡ଼ିବ। ଦେବ ଦେବ ମହାଦେବଙ୍କ ମନ୍ଦିରରେ ବି ପଶି କଳାକନା ବୁଲାଇଦେଲେ। ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ମହାଦେବ ପଡ଼ା ଇବ୍ ନଦୀ କୂଳରେ ଥିବା ବାବା ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।
ଗତକାଲି ରାତିରେ ମନ୍ଦିର ଗ୍ରୀଲ ଭାଙ୍ଗି ଲୁଟେରାମାନେ ଦୁଇଟି ଶିବ ଲିଙ୍ଗ ଉପରେ ଥିବା ରୁପା ନାଗ ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଚୋରି ହୋଇଥିବା ଦୁଇଟି ରୁପା ନାଗର ଓଜନ ଦୁଇ କିଲୋ ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ମନ୍ଦିର ପୁଜକ ପୂଜା କରିବା ପାଇଁ ମନ୍ଦିରକୁ ଆସିଥିଲେ। ମନ୍ଦିର ଖୋଲି ଦେଖିଲା ବେଳକୁ ଶିବ ଲିଙ୍ଗ ଉପରେ ଦୁଇଟି ରୁପା ନାଗ ନଥିଲା। ଏନେଇ ପୂଜକ ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ଗତ କିଛି ମାସ ହେବ ଜଣେ ଚୋର ସୁନ୍ଦରଗଡ଼ ସହରର ବିଭିନ୍ନ ମନ୍ଦିର ଗୁଡିକରୁ ଚୋରି କରୁଛି। ଯାହାର ସିସିଟିଭି ଫୁଟେଜ ଅନେକ ଥର ପୁଲିସ ପାଇ ସରିଛି। କିନ୍ତୁ ଏହି ଚୋରର କୌଣସି ପତ୍ତା ମିଳିପାରୁନାହିଁ । ପୁଲିସ ଏହି ଚୋରକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କଲେ ମଧ୍ୟ ଧରିବାରେ ବିଫଳ ହୋଇଛି।
The post ମହାଦେବଙ୍କୁ ଛାଡ଼ିଲେନି, ଦୁଇଟି ରୁପା ନାଗ ନେଇଗଲେ appeared first on Odisha Reporter.
from Odisha Reporter https://ift.tt/3H8I6F1
No comments:
Post a Comment