ମୁମ୍ବାଇ: ୪୬ ବର୍ଷ ବୟସରେ ମା’ ହେଲେ ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା। ପ୍ରୀତି ଓ ତାଙ୍କ ସ୍ୱାମୀ ଜେନ୍ ଗୁଡେନୋଫ ଉଭୟ ଯାଁଳା ସନ୍ତାନଙ୍କ ପିତାମାତା ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଝିଅ ଓ ଜଣେ ପୁଅ ଥିବା ଜଣାଯାଇଛି। ପ୍ରୀତି ଏନେଇ ଆଜି ସକାଳେ ଇନଷ୍ଟାରେ ଏକ ପୋଷ୍ଟ ଶେଆର କରି ନିଜ ଫ୍ୟାନ୍ସଙ୍କୁ ଜଣାଇ ଚକିତ କରି ଦେଇଛନ୍ତି। ଉଭୟ ସନ୍ତାନଙ୍କ ନାମ ଜୟ ଓ ଜିଆ ଦିଆଯାଇଥିବା ପ୍ରୀତି ଜଣାଯାଇଛି। ପ୍ରୀତି ଓ ଜେନେ ସରୋଗେସୀ ଜରିଆରେ ପିତାମାତା ହୋଇଥିବା ଜଣାଯାଇଛି।
ଇନ୍ଷ୍ଟାରେ ସ୍ୱାମୀ ଜେନେଙ୍କ ସହ ଏକ ଫଟୋ ଶେଆର କରି ପ୍ରୀତି ଲେଖିଛନ୍ତି, ମୁଁ ଆଜି ସମସ୍ତଙ୍କ ସହ ଗୋଟିଏ ଆଶ୍ଚର୍ଯ୍ୟଜନକ ଖବର ବାଣ୍ଟିବାକୁ ଚାହୁଁଛି। ଜେନ୍ ଏବଂ ମୁଁ ଅତ୍ୟଧିକ ଆନନ୍ଦିତ ଏବଂ ଆମର ହୃଦୟ କୃତଜ୍ଞତା ତଥା ଭଲ ପାଇବାରେ ଭରି ଯାଇଛି। ଆମେ ଆମ ଯାଆଁଳା ସନ୍ତାନ ଜୟ ଜିଣ୍ଟା ଗୁଡେନୋଫ୍ ଏବଂ ଜିଆ ଜିଣ୍ଟା ଗୁଡେନୋଫଙ୍କୁ ଆମ ପରିବାରକୁ ସ୍ୱାଗତ କରୁଛୁ। ଆମେ ଆମ ଜୀବନର ଏହି ନୂତନ ପର୍ଯ୍ୟାୟ ପାଇଁ ଖୁବ୍ ଉତ୍ସାହିତ ଅଛୁ । ” ଏହି ଅବିଶ୍ୱସନୀୟ ଯାତ୍ରାର ଅଂଶ ହୋଇଥିବାରୁ ଅଭିନେତ୍ରୀଜଣକ ଡାକ୍ତର , ନର୍ସ ତଥା ସରୋଗେଟଙ୍କୁ ଧନ୍ୟବାଦ ଜଣାଇବାକୁ ଭୁଲି ନାହାନ୍ତି।
ପ୍ରୀତି ଜିଣ୍ଟା ୨୦୧୬ ଫେବୃଆରୀ ୨୯ରେ, ରେ ଜେନ୍ ଗୁଡେନୋଫଙ୍କୁ ବିବାହ କରିଥିଲେ ଏବଂ ପରେ ଲସ୍ ଆଞ୍ଜେଲସ୍କୁ ଚାଲିଯାଇଥିଲେ। ପ୍ରୀତି ବଲିଉଡରେ ବହୁ ହିଟ୍ ଫିଲ୍ମର ମୁଖ୍ୟ ନାୟିକା ହୋଇ ପାରିଥିବା ବେଳେ ବିବାହ ପରଠୁ ସେ ପ୍ରାୟତଃ ବଡ଼ ପରଦାରୁ ଦୂରେଇ ନିଜ ସଂସାରରେ ବ୍ୟସ୍ତ ରହୁଛନ୍ତି।
View this post on Instagram
The post ଯମଜ ସନ୍ତାନଙ୍କ ମା’ ହେଲେ ପ୍ରୀତି ଜିଣ୍ଟା appeared first on Odisha Reporter.
from Odisha Reporter https://ift.tt/3CtgN4X
No comments:
Post a Comment