ଆବଶ୍ୟକ ସାମଗ୍ରୀ: ବାସୁମତି ଚାଉଳ, ଗୋଟା ଗୁଜରାତି, ଲବଙ୍ଗ, ଚିନି, ଘିଅ, ଫୁଡ କଲର, କାଜୁ ଓ ଆଲମଣ୍ଡ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାସୁମତି ଚାଉଳକୁ କିଛି ସମୟ ପୂର୍ବରୁ ଭିଜାଇ ରଖନ୍ତୁ। ପରେ ଏକ ପ୍ୟାନରେ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ସେଥିରେ ଭିଜା ଚାଉଳକୁ ପକାନ୍ତୁ। ପରେସେଥିରେ ଦୁଇ ଚାମଚ ଫୁଡ କଲର ପକାନ୍ତୁ। ଚାଉଳକୁ ବେଶୀ ସମୟ ସିଜାନ୍ତୁ ନାହିଁ। ପ୍ରାୟ ୬୦ ପରସେଣ୍ଟ ସିଜିଗଲା ପରେ ତାକୁ ଏକ ପାତ୍ରରେ ଛାଣି ରଖନ୍ତୁ।
ତା‘ପରେ ପ୍ୟାନକୁ ଗରମ କରନ୍ତୁ। ସେଥିରେ ଘିଅ ପକାନ୍ତୁ। ସେଥିରେ କାଜୁ ଓ ଆଲମଣ୍ଡକୁ ପକାଇ ଅଳ୍ପ ସମୟ ପାଇଁ ଭାଜନ୍ତୁ। ଏହା ଭାଜି ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପୁଣି ପ୍ୟାନରେ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ସେଥିରେ ଗୋଟା ଗୁଜରାତି, ଲବଙ୍ଗ ପକାନ୍ତୁ। ଏହା ଟିକେ ଭାଜି ହେବା ପରେ ସେଥିରେ ଛାଣି ରଖିଥିବା ଭାତକୁ ପକାନ୍ତୁ।
ତାପରେ ସେଥିରେ ଚିନି ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଚିନିଟି ମିଶିଯିବା ପରେ ସେଥିରେ ଭଜା ହୋଇଥିବା କାଜୁ କିସମିସ ପକାଇ ତାକୁ ଗୋଳାଇ ଦିଅନ୍ତୁ। କିଛି ସମୟରେ ତାକୁ ଆଞ୍ଚରେ ବସାନ୍ତୁ। ଏହା ପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱିଟ୍ ପଲାଉ।
The post ସ୍ୱିଟ୍ ପଲାଉ appeared first on Odisha Reporter.
from Odisha Reporter https://ift.tt/3oKHCfN
No comments:
Post a Comment