ପାଟନା: ଭାରତର ଇତିହାସରେ ଯାହା କେବେ ଘଟି ନଥିଲା, ତାହା ବିହାରର ମଧୁବନୀରେ ଥିବା ଗୋଟିଏ କୋର୍ଟରେ ଘଟିଛି। କୋର୍ଟ ରୁମରେ ବିଚାରପତି ମାମଲାର ଶୁଣାଣି କରୁଥିବା ବେଳେ ଦୁଇ ଜଣ ପୁଲିସ୍ ଅଧିକାରୀ ଅଭାବନୀୟ କାଣ୍ଡ ଘଟାଇଛନ୍ତି। ସେମାନେ ମାମଲା ଶୁଣାଣି କରୁଥିବା ବିଚାରପତି ଅବିନାଶ କୁମାରଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବାର ସହ ମାଡ଼ ମାରିଛନ୍ତି।
ଏହାକୁ ନେଇ ପୂରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପାଟନା ହାଇକୋର୍ଟ ବି ନିଜ ଆଡ଼ୁ ମାମଲାକୁ ଗୁରୁତର ସହ ନେଇ ଡିଜିପିଙ୍କୁ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଷ୍ଟେସନ ହାଉସ ଅଫିସର ଗୋପାଳ କ୍ରିଷ୍ଣ ଓ ସବ ଇନସପେକ୍ଟର ଅଭିମନ୍ୟୁ କୁମାର ଏପରି କାଣ୍ଡ ଘଟାଇଛନ୍ତି। ଝାନଝାରପୁରର ଆଡିସନାଲ ଜିଲ୍ଲା ଓ ସେସନ୍ସ ଜଜ ଅବିନାଶ କୁମାର ଏହି ଦୁଇ ପୁଲିସ୍ ଅଧିକାରୀଙ୍କ ସହ ଜଡ଼ିତ ଗୋଟିଏ ମାମଲାର ଶୁଣାଣି କରୁଥିଲେ।
ଏହି ସମୟରେ ହଠାତ୍ ଗୋପାଳ ଓ ଅଭିମନ୍ୟୁ କୋର୍ଟରେ ପହଞ୍ଚି ଯୁକ୍ତିତର୍କ ଆରମ୍ଭ କରିଥିଲେ। ସେମାନେ ବିଚାରପତି ଅବିନାଶ କୁମାରଙ୍କୁ ବନ୍ଧୁକ ଦେଖାଇବା ଭୟଭୀତ କରିବା ସହ ମାଡ଼ ମଧ୍ୟ ମାରିଥିଲେ। ଏହାକୁ କୋର୍ଟ ରୁମରେ ଥିବା ଓକିଲ ଓ କର୍ମଚାରୀମାନେ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଗୋପାଳ ଓ ଅଭିମନ୍ୟୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲେ।
ଆକ୍ରମଣରେ ବିଚାରପତି ଜଣଙ୍କ ବିଶେଷ ଆହତ ହୋଇନାହାନ୍ତି। କିନ୍ତୁ ହଠାତ୍ କୋର୍ଟ ରୁମରେ ଏପରି ଘଟିବାରୁ ସେ ପୂରା ଡରି ଯାଇଛନ୍ତି। ତାଙ୍କୁ ଆକ୍ରମଣ ବେଳେ ରକ୍ଷା କରିବାକୁ ଚେଷ୍ଟା କରିଥିବା କିଛି ଓକିଲ ସାମାନ୍ୟ ଆହତ ହୋଇଥିବା ଖବର ମିଳିଛି।
ଘଟଣାକୁ ନେଇ ପାଟନା ହାଇକୋର୍ଟ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ହାଇକୋର୍ଟର ଡିଭିନଜନ ବେଞ୍ଚର ବିଚାରପତି ଜଷ୍ଟିସ ରଞ୍ଜନ ଗୁପ୍ତା ଓ ଜଷ୍ଟିସ ମୋହିତ କୁମାର ଶାହ ବନ୍ଦ ଲଫାପାରେ ପୂରା ଘଟଣାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଡିଜିପିଙ୍କୁ କହିଛନ୍ତି। ଆସନ୍ତା ୨୯ରେ ହାଇକୋର୍ଟ ମାମଲାର ଶୁଣାଣି କରିବେ।
ଶୁଣାଣି ଦିନ ଡିଜିପିଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି। ଏହାବାଦ ବିହାର ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗର ପ୍ରିନ୍ସପାଲ ସଚିବଙ୍କୁ ମଧ୍ୟ ହାଇକୋର୍ଟ ନୋଟିସ କରିଛନ୍ତି। ଘଟଣା ପରେ ଗୋପାଳ ଓ ଅଭିମନ୍ୟଙ୍କୁ ଗିରଫ କରାଯାଇଛି କି ନାହିଁ, ସେକଥା ଜଣାପଡ଼ିନି।
The post କୋର୍ଟ ରୁମରେ ବିଚାରପତିଙ୍କୁ ପିଟିଲେ ୨ ପୁଲିସ୍ ଅଧିକାରୀ, ବନ୍ଧୁକ ବି ଦେଖାଇଲେ appeared first on Odisha Reporter.
from Odisha Reporter https://ift.tt/2Z74qxO
No comments:
Post a Comment