ପଠାନକୋଟ ଆର୍ମି ବେସ୍‌ ଉପରକୁ ଗ୍ରେନେଡ ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 21, 2021

ପଠାନକୋଟ ଆର୍ମି ବେସ୍‌ ଉପରକୁ ଗ୍ରେନେଡ ମାଡ଼

ପଠାନକୋଟ: ପଞ୍ଜାବରେ ଥିବା ଦେଶର ଅନ୍ୟତମ ବୃହତ୍ତ ଆର୍ମି ବେସ୍‌ ପଠାନକୋଟ ଆର୍ମି ବେସ୍‌  ଉପରକୁ ଗ୍ରେନେଡ ଫିଙ୍ଗିଲେ ଅଜ୍ଞାତ ବ୍ୟକ୍ତି । ଏହି  ଗ୍ରେନେଡ ମାଡ଼ରେ କେହି ଆହତ ହୋଇ ନ ଥିବା ଜଣାଯାଇଛି। ଧୀରପୁଲ ନିକଟରେ ଥିବା ଆର୍ମିର ତ୍ରିବେଣୀ ଗେଟ୍‌ ନିକଟରେ ଏହି ଘଟଣା ଘଟିଥିବା ଜଣାଯାଇଛି।

ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି, ଆଜି ସକାଳୁ ସକାଳୁ ତ୍ରିବେଣୀ ଫାଟକ ନିକଟରେ ଏକ ବିବାହ ଶୋଭାଯାତ୍ରା  ଅତିକ୍ରମ କରୁଥିଲା। ଏହି ସମୟରେ  ୨ ଅଜଣା ବ୍ୟକ୍ତି ଏକ ବାଇକ୍‌ରେ ପହଞ୍ଚି ଏକ ଗ୍ରେନେଡକୁ ଆର୍ମୀ ଗେଟ୍‌ ଭିତରକୁ ଫୋପାଡ଼ି ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲେ।

ଏହି ଆକ୍ରମଣରେ କେହି ଆହତ ହୋଇ ନାହାନ୍ତି।  ସ୍ଥାନୀୟ ପୋଲିସ କର୍ମଚାରୀଙ୍କ ଦ୍ୱାରା ଗ୍ରେନେଡର କିଛି ଅଂଶ ଉଦ୍ଧାର କରାଯାଇ ଘଟଣାରୂ ଖୋଲତାଡ଼ କରାଯାଉଛି। ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ ବୋଲି ପୁଲିସ୍‌ ସୂତ୍ରରୁ ପ୍ରକାଶ । ତେବେ କିଏ ଓ କାହିଁକି ଏପରି ଆକ୍ରମଣ ଘଟାଇଲା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌ । ଏପରିକି ସବୁ ଚେକ୍‌ ପୋଷ୍ଟରେ ପୁଲିସ୍‌ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇ ଚେକିଂକୁ କଡ଼ାକଡ଼ି କରାଯାଉଛି।

ସୂଚନାଯୋଗ୍ୟ,  ପୂର୍ବରୁ ବି ପଠାନକୋଟ ଆତଙ୍କବାଦୀଙ୍କ ଟାର୍ଗେଟରେ ରହି ଆସିଛି। ୫ ବର୍ଷ ପୂର୍ବେ ପାଥାନକୋଟ ବାୟୁସେନା ଷ୍ଟେସନ ଉପରେ  ୬ଜଣ ସଶସ୍ତ୍ର ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏଥିରେ ୭ ଜଣ ସୁରକ୍ଷା କର୍ମୀ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା।

The post ପଠାନକୋଟ ଆର୍ମି ବେସ୍‌ ଉପରକୁ ଗ୍ରେନେଡ ମାଡ଼ appeared first on Odisha Reporter.



from Odisha Reporter https://ift.tt/3nD9inG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages