ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ନିଜକୁ ଥାନା ଅଧିକାରୀ ପରିଚୟ ଦେଇ ବଟି ପାଇଁ ଜଣେ ଯୁବକଙ୍କୁ ଧମକ ଦେଉଥିଲା। ଏପରିକି ନ ଦେଲେ ଉଠାଇ ନେଇ କେସରେ ଫଶାଇ ଦେବାକୁ ଧମକ ବି ଦେଉଥିଲା। ଏହି ଧମକର ଫୋନ ରେକର୍ଡିଂ ଭାଇରାଲ ହେବା ପରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ଏଭଳି ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଘଟିଛି। ଗିରଫ ଅଭିଯୁକ୍ତଜଣଙ୍କ ହେଲେ ଚିକିଲି ଗ୍ରାମର ସୁନୀଲ କୁମାର ଗୌଡ଼।
ସୂଚନାନୁସାରେ, କୌଣସି ଏକ ଘଟଣାକୁ ନେଇ ଭରସା ଗ୍ରାମର ଅର୍ଜୁନ ସେଠିଙ୍କୁ ସୁନୀଲ ଫୋନ କରିଥିଲେ। ସେ ନିଜକୁ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ବୋଲି ପରିଚୟ ଦେଇଥିଲେ। ଫୋନରେ ଅର୍ଜୁନଙ୍କୁ ଧମକ ଦେଇ ବଟି ଦେବାକୁ କହୁଥିଲେ। ଏପରିକି ଉଠେଇ ନେଇ କେସରେ ଫଶାଇ ଦେବାକୁ କହିଥିଲେ। ଏନେଇ ଅର୍ଜୁନ ଖଲ୍ଲିକୋଟ ଥାନାକୁ ଯାଇଥିଲେ।
ଘଟଣା ବିଷୟରେ ଖଲ୍ଲିକୋଟ ଥାନା ଅଧିକାରୀଙ୍କୁ କହିଥିଲେ ଓ ଫୋନ ରେକଡିଂ ମଧ୍ୟ ଦେଖାଇଥିଲେ। ଏନେଇ ସୁନୀଲଙ୍କ ନାଁ ଲିଖିତ ଅଭିଯୋଗ ରୁଜୁ କରି ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଘଟଣାର ତଦନ୍ତ କରି ଗତକାଲି ସୁନୀଲଙ୍କୁ ଗିରଫ କରିଥିଲା। ଆଜି ପୁଲିସ ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଖଲ୍ଲିକୋଟ ଥାନା ଅଧିକାରୀ କହିଛନ୍ତି।
The post ‘ବଟି ଦିଅ ନ ହେଲେ ଉଠାଇ ନେବି’, ଧମକ ଦେଉଥିବା ନକଲି ପୁଲିସ୍ ଗିରଫ appeared first on Odisha Reporter.
from Odisha Reporter https://ift.tt/3cAw7C5
No comments:
Post a Comment