ନିଆଳି(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନିଆଳିର କୃଷ୍ଣପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ପୁରୁଣାସାତଙ୍ଗ ଗାଁରେ ଆଜି ସକାଳେ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡ଼ି ମା’ପୁଅଙ୍କ ମୃତ୍ୟୁ ଘଟିଛି। ପୋଖରୀରେ ଗାଧୋଉ ଥିବାବେଳେ ମା’ ପୁଅ ବୁଡ଼ିଯାଇଥିବା ସୂଚନା ମିଳିଛି। ମୃତକ ଦ୍ୱୟ ହେଲେ ମା’ ରିତା ମିଶ୍ର ଓ ପୁଅ ପ୍ରଭୁ ମିଶ୍ର। ରିତାଙ୍କ ବୟସ ୨୭ ବର୍ଷ ହୋଇଥିବା ବେଳେ ପୁଅକୁ ୭ବର୍ଷ ହୋଇଥିବା ଜଣାଯାଇଛି।
ରିତାଙ୍କ ଶ୍ୱଶୁର ଘର କାକଟପୁର ଭେଡ଼ାବନ୍ଧରେ। ସେ ବାପ ଘର ପୁରୁଣା ସାତଙ୍ଗକୁ ପୁଅକୁ ନେଇ ବୁଲିବାକୁ ଆସିଥିଲେ। ଆଜି ସକାଳେ ମା’ ପୁଅଙ୍କ ମୃତଦେହ ପୋଖରୀରେ ଭାସୁଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ଗ୍ରାମବସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହଦେକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଏହି ଘଟଣା ପରେ ଗାଁ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି।
The post ବାପ ଘରକୁ ବୁଲି ଆସିଥିଲେ, ପୋଖରୀରେ ବୁଡ଼ି ମା’ ପୁଅ ମୃତ appeared first on Odisha Reporter.
from Odisha Reporter https://ift.tt/2Z2xExO
No comments:
Post a Comment