୯୪ ବର୍ଷରେ ଆଡ଼ଭାନୀ, ମୋଦି କହିଲେ- ଦେଶ ତାଙ୍କ ନିକଟରେ ସର୍ବଦା ଋଣି ରହିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 7, 2021

୯୪ ବର୍ଷରେ ଆଡ଼ଭାନୀ, ମୋଦି କହିଲେ- ଦେଶ ତାଙ୍କ ନିକଟରେ ସର୍ବଦା ଋଣି ରହିବ

ନୂଆଦିଲ୍ଲୀ: ବିଜେପିର ଷ୍ଟଲୱାର୍ଟ ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଏଲ୍‌କେ ଆଡଭାନୀଙ୍କ ଆଜି ଜନ୍ମଦିନ। ସେ ଆଜି ୯୪ ବର୍ଷ ବୟସରେ ପାଦ ରଖିଛନ୍ତି। ଏହି ଅବସରରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତାଙ୍କ ଘରକୁ ଯାଇ ବିଜେପିର ଏହି ବରିଷ୍ଠ ନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ କେକ୍‌ କାଟି ତାଙ୍କ ଜନ୍ମଦିନ ପାଳନ କରିଛନ୍ତି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍‌ କରି ଏଲ୍‌କେ ଆଡଭାନୀଙ୍କୁ ତାଙ୍କ ଜନ୍ମ ଦିନ ଶୁଭେଚ୍ଛା ଜଣାଇଥିଲେ। ସେ ଲଖିଥିଲେ, “ସମ୍ମାନିତ ଆଡଭାନୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି। ଲୋକମାନଙ୍କୁ ସଶକ୍ତିକରଣ ତଥା ଆମର ସାଂସ୍କୃତିକ ଗୌରବକୁ ବଢ଼ାଇବା ଦିଗରେ ତାଙ୍କର ଅନେକ ଉଦ୍ୟମ ରହିଛି। ଏଥିପାଇଁ ଦେଶ ତାଙ୍କ ନିକଟରେ ସର୍ବଦା ଋଣି ରହିବ।”

ପିଏମ ମୋଦି ଗତ ବର୍ଷ ମଧ୍ୟ ଲାଲ କୃଷ୍ଣ ଆଡଭାନୀଙ୍କ ଜନ୍ମଦିନରେ ମଧ୍ୟ ତାଙ୍କ ଘରେ ପହଞ୍ଚି କେକ୍ କାଟିଥିଲେ। ତା’ପରେ ସେ ଟୁଇଟ୍ କରି କହିଥିଲେ, “ଆଡଭାନୀ ଜୀଙ୍କର ସମର୍ଥନ ଏବଂ ମାର୍ଗଦର୍ଶନ ମୋ ଭଳି କାର୍ଯ୍ୟକର୍ତ୍ତାଙ୍କ ପାଇଁ ଅମୂଲ୍ୟ। ରାଷ୍ଟ୍ର ନିର୍ମାଣରେ ତାଙ୍କର ଅବଦାନ ଅତୁଳନୀୟ ।”

ଚଳିତବର୍ଷ ମଧ୍ୟ ମୋଦି ତାଙ୍କ ଘରେ ପହଞ୍ଚି ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତାଙ୍କ ସହ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

The post ୯୪ ବର୍ଷରେ ଆଡ଼ଭାନୀ, ମୋଦି କହିଲେ- ଦେଶ ତାଙ୍କ ନିକଟରେ ସର୍ବଦା ଋଣି ରହିବ appeared first on Odisha Reporter.



from Odisha Reporter https://ift.tt/3H1o3bp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages