କାହା ପାଇଁ ଯୋଜନା, ୩୫ଟି ପରିବାର କେବେ ପାଇବେ ମୌଳିକ ସୁବିଧା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 7, 2021

କାହା ପାଇଁ ଯୋଜନା, ୩୫ଟି ପରିବାର କେବେ ପାଇବେ ମୌଳିକ ସୁବିଧା?

ବୌଦ୍ଧ(ଦୀପକ କୁମାର ଅଦର): ବୌଦ୍ଧ ଜିଲ୍ଲା ଟିକରପଡ଼ା ଗ୍ରାମପଞ୍ଚାୟତରେ ରହିଛି ଦମଣ୍ଡା ଗାଁ। ଏହି ଗାଁରେ ୩୫ରୁ ଅଧିକ ପରିବାର ବସବାସ କରନ୍ତି। ହେଲେ ଆଜି ଯାଏ ଏହି ଗାଁର ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି।

ରାସ୍ତା ନାହିଁ

ଜଙ୍ଗଲ ପାହାଡ଼ ଘେରା ଅଞ୍ଚଳରେ ଥିବା ଏହି ଗାଁକୁ ରାସ୍ତାଟିଏ ନାହିଁ। ଏହି ଗାଁକୁ ଯିବା ବାଟରେ ପଡ଼ିଥାଏ ନାଳ। ସେଇ ନାଳ ଦେଇ ବର୍ଷକ ବାର ମାସ ଦମଣ୍ଡା ଗ୍ରାମବାସୀ ଯାତାୟତ କରିଥା’ନ୍ତି। ନାଳ ଉପରେ ପୋଲ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରେ ନାହିଁ। ଗର୍ଭବତୀ ଓ ରୋଗୀମାନଙ୍କୁ ଖଟିଆରେ ବୋହି ଏହି ନାଳ ପାର କରାଇବାକୁ ପଡ଼େ। ତା’ପରେ ପାଖରୁ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥାଏ।

ବର୍ଷା ଦିନରେ ଏହି ନାଳରେ ପାଣି ଅଧିକ ହୋଇଯାଇଥାଏ। ‍ଫଳରେ ଗାଁ ଲୋକଙ୍କ ଯାତାୟାତ ଏକ ପ୍ରକାର ଠପ୍‌ ହୋଇଯାଏ। ଏହି ସମୟରେ ଗାଁରେ କାହା ଦେହ ଖରାପ ହେଲେ ବୈଦ୍ୟ ଓ ଗୁଣିଆ ଉପରେ ଲୋକେ ଭରସା କରିଥା’ନ୍ତି।

ଏହି ନାଳ ଉପରେ ପୋଲଟିଏ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଯେତେ ଗୁହାରୀ କଲେ ମଧ୍ୟ କିଛି ସୁଫଳ ମିଳି ନଥିବା ଗ୍ରାମବାସୀ  ଅଭିଯୋଗ କରିଛନ୍ତି। ଆସନ୍ତାକାଲି ଗ୍ରାମବାସୀମାନେ ବୌଦ୍ଧ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେବାର କାର୍ଯ୍ୟକ୍ରମ ରହିଛି।

ନାଳପାର ହେଇ ଯାଉଛନ୍ତି ସ୍କୁଲ ପିଲା (ଫାଇଲ ଫଟୋ)

ନଳକୂପରୁ ବାହାରୁ ନାହିଁ ଭଲ ପାଣି

ଏହି ଗାଁରେ ଶୁଦ୍ଧ ପିଇବା ପାଣିର ସୁବିଧା ନାହିଁ। ୩୫ଟି ପରିବାର ପାଇଁ ଗୋଟିଏ ନଳକୂପ ରହିଛି। ସେହି ନଳକୂପ ପାଣି ମଧ୍ୟ ଗାଁ ଲୋକେ ପିଉନାହାନ୍ତି। କାରଣ ସେହି ନଳକୂପରୁ ଖାରିଆ ପାଣି ବାହାରୁଛି। ଗାଁରେ ଥିବା କୂଅରୁ ଲୋକାମାନେ ପାଣି ପିଉଛନ୍ତି।

ସ୍କୁଲ ନାହିଁ

ଏହି ଗାଁରେ ପିଲାମାନେ ପାଠ ପଢ଼ିବା ପାଇଁ ସ୍କୁଲ ମଧ୍ୟ ନାହିଁ। ପିଲାମାନେ  ପାଠ ପଢ଼ିବା ପାଇଁ ଗାଁଠାରୁ ତିନି କିମି ଦୂରରେ ଥିବା ମଲ୍ଲିକପଡ଼ାକୁ ଯାଆନ୍ତି। ସେଠାରେ ଏକ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ରହିଛି।  ପଞ୍ଚମ ଶ୍ରେଣୀ ପରଠୁ ପିଲାମା଼ନଙ୍କୁ ପ୍ରାୟ ୨୦ କିମି ଦୂର ବଘିଆପଡ଼ାକୁ ପାଠ ପଢ଼ିବାକୁ ଯିବାକୁ ପଡ଼େ।

ଡାକ୍ତରଖାନା ନାହିଁ

ଗାଁର ଲୋକମାନଙ୍କ ପାଇଁ ଡାକ୍ତରଖାନାର ସୁବିଧା ନାହିଁ। କାହାର ଦେହ ଖରାପ ହେଲେ ଗାଁଲୋକେ ମାନେ ପ୍ରାୟ ୨୦ କିମି ଦୂର ବଘିଆପଡ଼ାକୁ ଯାଆନ୍ତି। ନ ହେଲେ  ୩୦ରୁ ୩୫ କିମି ଦୂର ବୌଦ୍ଧ ଜିଲ୍ଲା ସଦର ମହକୁମାକୁ ଯାଆନ୍ତି।

ନାଳପାର ହେଇ ଯାଉଛନ୍ତି ଦୁଇଟି ଛୋଟ ପିଲା

ପୁଳାପୁଳା ସମସ୍ୟା ଥିଲେ ମଧ୍ୟ ଏହି ଗାଁର ଉପରେ କାହାର ନଜର ନାହିଁ। ନିର୍ବାଚନ ସମୟରେ ଭୋଟ ପାଇଁ ନେତାମାନଙ୍କର ଏହି ଗାଁକୁ ସୁଅ ଛୁଟେ। ନିର୍ବାଚନ ସରିଲେ କାହାର ଦେଖା ନଥାଏ।  ନିର୍ବାଚନ ସମୟରେ ନେତାମାନେ ବିଭିନ୍ନ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ ନିର୍ବାଚନ ସରିଗଲା ପରେ ସବୁ ପ୍ରତିଶ୍ରୁତି ଭୁଲି ଯାଆନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଏଥର ଗାଁ ଲୋକେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି।

ବୌଦ୍ଧ ଉପ ଜିଲ୍ଲାପାଳ ସନତ କୁମାର ନାୟକ କହିଛନ୍ତି, ଆମ ପାଖକୁ କୌଣସି ଅଭିଯୋଗ ଆସିନାହିଁ। ଅଭିଯୋଗ ଆସିଲେ ଗାଁରେ କ‘ଣ  ଅସୁବିଧା ଅଛି ସମୀକ୍ଷା କରାଯାଇ ପଦକ୍ଷେପ ନିଆଯିବ।

 

The post କାହା ପାଇଁ ଯୋଜନା, ୩୫ଟି ପରିବାର କେବେ ପାଇବେ ମୌଳିକ ସୁବିଧା? appeared first on Odisha Reporter.



from Odisha Reporter https://ift.tt/3BU8AGo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages