ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ଭୁବନେଶ୍ୱର ଓ ଭବାନୀପାଟଣାରେ ବିଜେପିର ଜୋରଦାର ବିରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 7, 2021

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ଭୁବନେଶ୍ୱର ଓ ଭବାନୀପାଟଣାରେ ବିଜେପିର ଜୋରଦାର ବିରୋଧ

ଭୁବନେଶ୍ୱର/ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ସେ ଭବାନୀପାଟଣାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେବେ।  ତେବେ ଏହାକୁ ବିରୋଧ କରୁଛି ବିଜେପି। ଭୁବନେଶ୍ୱରରୁ ଭବାନୀପାଟଣା ପର୍ଯ୍ୟନ୍ତ କରାଯାଉଛି ବିରୋଧ। ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ତଥା ଘଟଣାର ସିବିଆଇ ତଦନ୍ତ କରାଇ ନ୍ୟାୟ ଦେବା ଦାବିରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତକୁ ବିରୋଧ କରାଯାଉଛି।

ଭବାନୀପାଟଣା ଏମ୍ଏସ୍ଏ ଛକରେ ବିଜେପି କର୍ମୀ କଳାପତାକା ପ୍ରଦର୍ଶନ କରିଥିଲେ। କଳା ପତାକା ଦେଖାଇବା ସହିତ ଦଳୀୟ କର୍ମୀ ‘ନବୀନ ଗୋ ବ୍ୟାକ୍’ ନାରା ଦେଇଥିଲେ। ଏହା ପରେ କିଛି କର୍ମୀଙ୍କୁ ପୁଲିସ୍ ଉଠାଇ ନେଇଥିଲା।

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତକୁ ବିରୋଧ କରି ବିଜେପି ପକ୍ଷରୁ ଭୁବନେଶ୍ୱରରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଦଳୀୟ କର୍ମୀମାନେ ଶୋଭାଯାତ୍ରାରେ ନବୀନ ନିବାସ ଆଡ଼କୁ ଯାଉଥିବା ବେଳେ ସେମାନଙ୍କୁ ଶିଶୁ ଭବନ ଛକ ନିକଟରେ ପୁଲିସ୍ ଅଟକାଇଛି। ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ସେଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ବିଜେପି କର୍ମୀ ପ୍ରଥମ ସ୍ତର ସୁରକ୍ଷା ବ୍ୟବସ୍ଥାକୁ ପାର ହେବା ପରେ ପୁଲିସ୍ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଛି। ପୁଲିସ୍ ଅନେକ କର୍ମୀଙ୍କୁ ଉଠାଇ ନେଇଥିବା ବେଳେ ଆହୁରି ଅନେକ କର୍ମୀ ସେଠାରେ ଧାରଣାରେ ବସିଛନ୍ତି।

ଶିଶୁ ଭବନ ଛକରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରା ଦେବା ସହିତ ତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ସେମାନେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରର ଏୟାରପୋର୍ଟ ଛକରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଳାପତାକା ପ୍ରଦର୍ଶନ କରାଯାଇଥିଲା। କଳାପତାକା ପ୍ରଦର୍ଶନ କରୁଥିବା ବିଜେପି କର୍ମୀଙ୍କୁ ପୁଲିସ୍ ଉଠାଇ ନେଇଥିଲା।

ସେହିପରି ଭବାନୀପାଟଣାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବିଜେପି ସହିତ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରୁଥିବା କଂଗ୍ରେସ କର୍ମୀଙ୍କୁ ପୁଲିସ୍ ଉଠାଇ ନେଉଥିବା ଦେଖିବାକୁ ମିଳିଛି। ଭବାନୀପାଟଣା ସହିତ ଧର୍ମଗଡ଼ ଓ ଜୁନାଗଡ଼ ପ୍ରଭୃତି ସ୍ଥାନରୁ ଉଭୟ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଉଠାଇ ନିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସଭା ସ୍ଥଳ ଠାରୁ ଗୋଟିଏ କିଲୋମିଟର ପରିଧି ମଧ୍ୟରେ ସମସ୍ତଙ୍କୁ କଡ଼ା ଯାଞ୍ଚ କରାଯାଉଛି। ଆଜି ସକାଳୁ ମଧ୍ୟ ଖବର ଆସିଥିଲା ଯେ ଜିଲ୍ଲାର ବିଭିନ୍ନ ଥାନାରେ ବିଜେପି କର୍ମୀଙ୍କୁ ଅଟକ ରଖାଯାଇଛି।

The post ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ଭୁବନେଶ୍ୱର ଓ ଭବାନୀପାଟଣାରେ ବିଜେପିର ଜୋରଦାର ବିରୋଧ appeared first on Odisha Reporter.



from Odisha Reporter https://ift.tt/3bOQye2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages