କାନପୁର: ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ହୋଇଥିଲେ ଅତିଥି। ହେଲେ କାର୍ଯ୍ୟକ୍ରମରେ ଯୋଗ ନ ଦେଇ ଫୁଲ୍ ଇଶ୍କରେ ମାତିଥିଲେ ପୁଲିସ୍ ଇନ୍ସପେକ୍ଟର । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ରଙ୍ଗେ ହାତ ସ୍ୱାମୀଙ୍କୁ ଧରିଦେଲେ ପତ୍ନୀ। ତା’ ପରେ ଆରମ୍ଭ ହୋଇଗଲା ଉଭୟ ପକ୍ଷ ମଧ୍ୟରେ ପୂରା ଫିଲ୍ମ ସିନ୍ରେ ଫାଇଟିଂ।
ପତ୍ନୀ ଏ ସମ୍ପର୍କରେ ପୁଲିସ୍ କମିଶନରଙ୍କୁ ଅବଗତ କରିଥିବା ବେଳେ ସମ୍ପୃକ୍ତ ଇନ୍ସପେକ୍ଟରଙ୍କୁ ସସ୍ପେଣ୍ଡ କରି ଦିଆଯାଇଛି। ଏପରିକି ବାବୁଙ୍କ ଇସ୍କ ନିଶା ବି ଉତୁରି ଯାଇଥିବା ସୂଚନା ମିଳିଛି। ଏପରି ରୋମାଞ୍ଚକର ଘଟଣା ଉତ୍ତରପ୍ରଦେଶର କାନପୁରରେ ଘଟିଥିବା ବେଳେ ଏହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା।
ସୂଚନା ଅନୁଯାୟୀ, ଏହି ଘଟଣା କାନପୁର ଗୋୱାଲଟୋଲି ଥାନା କ୍ଷେତ୍ରରେ ଘଟିଛି। ଉକ୍ତ ଥାନାର ଇନ୍ସପେକ୍ଟର ଅରୁଣ କୁମାର ଗତ ସୋମବାର ଏକ ହୋଟେଲରେ ଜଣେ ମହିଳାଙ୍କ ସହ ପରକିୟା ପ୍ରିତୀରେ ମସଗୁଲ ଥିଲେ। ଖବର ପାଇ ଉକ୍ତ ହୋଟେଲରେ ଇନ୍ସପେକ୍ଟରଙ୍କ ପତ୍ନୀ ପହଞ୍ଚିଗଲେ। ଏହାପରେ ଉଭୟଙ୍କ ମଧ୍ୟରେ ଖୁବ୍ ଜୋରରେ ଉଚ୍ଚବାଚ ସାଙ୍ଗକୁ ହାତାହାତି ବି ହୋଇଗଲା।
ଏନେଇ ଇନ୍ସପେକ୍ଟରଙ୍କ ପତ୍ନୀ ପୁଲିସ୍ କମିଶନରଙ୍କୁ ଅବଗତ କରାଇଲେ। ଏନେଇ କମିଶନର ତାଙ୍କୁ ସସ୍ପେଣ୍ଡ କରିବା ସହ ରିପୋର୍ଟ ମାଗିଥିବା ଜଣାଯାଇଛି।
ଏପରି ଘଟଣା ଏପରି ସମୟରେ ଘଟିଛି, ଯେତେବେଳେ ବି ଏକ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଇନ୍ସପେକ୍ଟରଙ୍କୁ ଯୋଗ ଦେବାର ଥିଲା।
ଇନ୍ସପେକ୍ଟର ବାବୁ ନୂଆ ନୂଆ ପ୍ରେମରେ ପଡ଼ି ନ ଥିଲେ। ପୂର୍ବରୁ ମଧ୍ୟ ଅନ୍ୟ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଥିବା ଥାନା କର୍ମଚାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଏପରିକି ପୂର୍ବରୁ ମଧ୍ୟ ହାତାହାତି ହୋଇ ଇନ୍ସପେକ୍ଟରଙ୍କ ହାତ ଭାଙ୍ଗିଯାଇଥିବା ଜଣାଯାଇଛି। କାନପୁର ପୁଲିସ୍ ପୂରା ଘଟଣାର ତଦନ୍ତ କରୁଛି।
The post ଇଶ୍କରେ ମାତିଥିଲେ ଇନ୍ସପେକ୍ଟର, ଧରିଦେଲେ ପତ୍ନୀ, ତା’ ପରେ… appeared first on Odisha Reporter.
from Odisha Reporter https://ift.tt/3wxmT2S
No comments:
Post a Comment