ନୂଆଦିଲ୍ଲୀ: ବିରାଟ କୋହଲି ଭାରତର ଟେଷ୍ଟ୍ ଓ ଦିନିକିଆ ଟିମ୍ର ଅଧିନାୟକ ପଦ ଛାଡ଼ିବା ଉଚିତ୍ ନୁହେଁ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ।
ଟି-ଟ୍ୱେଣ୍ଟିର ଅଧିନାୟକ ଭାବେ ଗତକାଲି ବିଶ୍ୱକପ୍ରେ ନାମିବିଆ ବିପକ୍ଷରେ ବିରାଟ କୋହଲି ଶେଷ ମ୍ୟାଚ୍ ଖେଳିଥିବା ବେଳେ ତାଙ୍କୁ ଦିନିକିଆ ଟିମ୍ର ଅଧିନାୟକ ଦାୟିତ୍ୱରୁ ମଧ୍ୟ ମୁକ୍ତ କରି ଦିଆଯାଇପାରେ ବୋଲି ଆଲୋଚନା ହେଉଥିବା ବେଳେ ସେହୱାଗ ଏହିଭଳି ମନ୍ତବ୍ୟ ଦେଇଛନ୍ତି। ଜଣେ ଫ୍ୟାନ୍ ପଚାରିଥିବା ପ୍ରଶ୍ନର ଉତ୍ତରରେ ସେ ତାଙ୍କ ଫେସ୍ବୁକ୍ରେ କୋହଲିଙ୍କ ସପକ୍ଷରେ ମତ ଦେଇଛନ୍ତି।
ସେହୱାଗ କହିଛନ୍ତି, ଟି-ଟ୍ୱେଣ୍ଟିର ଅଧିନାୟକ ପଦ ଛାଡ଼ିବା ବିରାଟଙ୍କ ନିଷ୍ପତ୍ତି ଥିଲା। କିନ୍ତୁ ମୁଁ ଭାବୁ ନାହିଁ ସେ ଟିମ୍ ଇଣ୍ଡିଆର ଅନ୍ୟ ଦୁଇଟି ଫର୍ମାଟ୍ର ଅଧିନାୟକ ପଦ ଛାଡ଼ି ଉଚିତ୍। ଯଦି ସେ ଜଣେ ଖେଳାଳି ଭାବେ ଖେଳିବାକୁ ଚାହିଁବେ, ତା’ହେଲେ ତାହା ତାଙ୍କ ନିଷ୍ପତ୍ତି। ମୁଁ ଭାବେ ତାଙ୍କ ନେତୃତ୍ୱରେ ଭାରତ ଭଲ ଖେଳୁଛି ଓ ଅଧିନାୟକ ଭାବେ ତାଙ୍କର ରେକର୍ଡ ବହୁତ ଭଲ।
ସେ ଆହୁରି କହିଛନ୍ତି, ବିରାଟ କୋହଲି ଜଣେ ଭଲ ଖେଳାଳି। ତା’ ସହିତ ଜଣେ ଭଲ ଅଧିନାୟକ ମଧ୍ୟ। ତେବେ ଦିନିକିଆ ଓ ଟେଷ୍ଟ ଟିମ୍ର ଅଧିନାୟକ ଦାୟିତ୍ୱରେ ସେ ରହିବେ ନା ନାହିଁ, ତାହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ହେବା ଉଚିତ୍। ୨୦୧୩ ପରଠୁ ଭାରତ ଆଇସିସିର କୌଣସି ଟ୍ରଫି ଜିତି ନଥିବା ଯୋଗୁ ଏବେ ଏହା ଉପରେ ଅଧିକ ଚିନ୍ତା କରାଯିବା ଉଚିତ୍ ବୋଲି ଏହି ପୂର୍ବତନ ଓପନର ମତ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ପରେ ବିସିସିଆଇ ପଦାଧିକାରୀ ଓ ଜାତୀୟ ଟିମ୍ ଚୟନକର୍ତ୍ତାଙ୍କ ଏକ ବୈଠକ ବସିବ। ଏଥିରେ ବିରାଟ କୋହଲିଙ୍କ ନେତୃତ୍ୱ ବିଷୟରେ ମଧ୍ୟ ଆଲୋଚନା ହେବ ବୋଲି କୁହାଯାଉଛି। ବିଶେଷକରି ତାଙ୍କୁ ଦିନିକିଆ ଟିମ୍ର ଅଧିନାୟକ ପଦରେ ରଖାଯିବ ନା ନାହିଁ, ତା’ଉପରେ ଆଲୋଚନା ହେବ ବୋଲି କୁହାଯାଉଛି।
The post କୋହଲି ଟେଷ୍ଟ ଓ ଦିନିକିଆ ଟିମ୍ର ଅଧିନାୟକ ପଦ ଛାଡ଼ିବା ଉଚିତ୍ ନୁହେଁ; କିଏ କହିଲେ ଏହି କଥା appeared first on Odisha Reporter.
from Odisha Reporter https://ift.tt/3BZbsSk
No comments:
Post a Comment