କାଲି ଜନ୍ମ ହେଲା, ଆଜି ଚୋରି ହୋଇଗଲା ଶିଶୁ କନ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 19, 2021

କାଲି ଜନ୍ମ ହେଲା, ଆଜି ଚୋରି ହୋଇଗଲା ଶିଶୁ କନ୍ୟା

ସୋନପୁର(ରବୀନ୍ଦ୍ର ହୋତା): ଗତକାଲି ଜନ୍ମ ହୋଇଥିଲା। ହେଲେ ଆଜି ଚୋରି ହୋଇଗଲା ଶିଶୁ କନ୍ୟା । ପରିବାର ଲୋକ ଖୋଜି ଖୋଜି ନୟାନ୍ତ ହୋଇଥିବାବେଳେ ଛୁଆଟିର ପତ୍ତା ପାଇପାରି ନାହାନ୍ତି। ଏପରି ଅଭାବନୀୟ ଘଟଣା ସୁବର୍ଣ୍ଣପୁର ଜିଲ୍ଲା  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଛି।

ସୂଚନା ଅନୁଯାୟୀ, ବୀରମହାରାଜପୁର ଉପଖଣ୍ଡ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଙ୍କ ପତ୍ନୀ ସନ୍ତୋଷିନୀଙ୍କର ପ୍ରସବ ବେଦନା ହେବାରୁ ଗତକାଲି ସେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ସକାଳ ୯ ଟାରେ ସନ୍ତୋଷିନୀ ଏକ ଶିଶୁ କନ୍ୟା  ଜନ୍ମ ଦେଇଥିଲେ । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶଯ୍ୟା ଅଭାବରୁ ମା ଓ ଶିଶୁ ଉଭୟେ ପ୍ରସୂତି ୱାର୍ଡର ବାରଣ୍ଡାରେ ଆଶ୍ରୟ ନେଇ ଚିକିତ୍ସିତ ହେଉଥିଲେ । ସନ୍ତୋଷିନୀଙ୍କ ସହିତ ତାଙ୍କ ଶାଶୁ ମଧ୍ୟ ରହିଥିଲେ ।

ନିଖୋଜ ଶିଶୁକୁ ଫେରି ପାଇବା ଆଶାରେ ପରିବାର ଲୋକ ।

ଆଜି ସନ୍ତୋଷିନୀ ଶୌଚ ହେବା ପାଇଁ ଯିବା ସମୟରେ ତାଙ୍କ ଶାଶୁ ଶିଶୁ କନ୍ୟାଟିକୁ ଧରିଥିଲେ । ଜଣେ ମହିଳା ତାଙ୍କ ପାଖକୁ ଆସି କନ୍ୟାସନ୍ତାନଟିକୁ ଧରିବା ପାଇଁ କହି ସନ୍ତୋଷିନୀଙ୍କ ଶାଶୁଙ୍କ କୋଳରୁ ଛୁଆଟିକୁ ନେଇ ଯାଇଥିଲେ । ତେବେ ଅଳ୍ପ ସମୟ ଭିତରେ କନ୍ୟା ସନ୍ତାନଟିକୁ ଧରି ମହିଳା ଜଣକ କୁଆଡେ ଫେରାର ମାରିଥିଲେ । ପରିବାର ଲୋକ ଖୋଜି ଖୋଜି ଉକ୍ତ ମହିଳାଙ୍କ ପତ୍ତାପାଇ ନ ଥିଲେ। ଏନେଇ ପରିବାର ଲୋକ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିଛନ୍ତି ।

ଶିଶୁ ଚୋରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମ ଘଟଣା ହୋଇଥିବା ବେଳେ ଶିଶୁ କନ୍ୟାର ଖୋଜ ଖବର ପାଇଁ ଚିକିତ୍ସାଳୟ କର୍ତ୍ତୃପକ୍ଷ ସଦର ଟାଉନ ଥାନାରେ ରିପୋର୍ଟ କରିଥିବା ଜଣା ପଡିଛି   ।

The post କାଲି ଜନ୍ମ ହେଲା, ଆଜି ଚୋରି ହୋଇଗଲା ଶିଶୁ କନ୍ୟା appeared first on Odisha Reporter.



from Odisha Reporter https://ift.tt/3x2wjDG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages