ମୁମ୍ବାଇ: ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ ଭୟ ସୃଷ୍ଟି କରିଥିବା ବେଳେ ଭାରତରେ ଏହାର ମୁକାବିଲା କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କରୋନାର ଦ୍ୱିତୀୟ ୱେଭ ବେଳେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ରରେ ଏବେ ଠାରୁ ହିଁ ଓମିକ୍ରନ ପାଇଁ ବିଦେଶ ଫେରାନ୍ତଙ୍କ ଉପରେ କଟକଣା ଲଗା ଯାଇଛି।
ହାଇ ରିସ୍କ ତାଲିକାରେ ଥିବା ଦେଶଗୁଡ଼ିକରୁ ମହାରାଷ୍ଟ୍ର ଆସୁଥିବା ଲୋକଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ଓ କୋଭିଡ୍ ଟେଷ୍ଟର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସରକାର ନିୟମ ଲାଗୁ କରିଛନ୍ତି।
ସରକାର କହିଛନ୍ତି ଯେ ସଂକ୍ରମଣ ଅଧିକ ଥିବା ବା ଓମିକ୍ରନ ଚିହ୍ନଟ ହୋଇଥିବା ଦେଶରୁ ଆସୁଥିବା ଲୋକଙ୍କୁ ୭ ଦିନ ପାଇଁ ବାଧ୍ୟତାମୂଳକ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। ସେହିପରି ଆସିବାର ଦ୍ୱିତୀୟ, ୪ର୍ଥ ଓ ୭ଦିନରେ ଆରଟି-ପିସିଆର କରୋନା ଟେଷ୍ଟ କରିବାକୁ ହେବ।
ୟୁରୋପ ୟୁନିୟନରେ ଥିବା ଦେଶଗୁଡ଼ିକ ସହ ୟୁକେ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବୋଟସୱାନା, ଚାଇନା, ମରିସସ, ନ୍ୟୁଜିଲ୍ୟାଣ୍ଡ, ସିଙ୍ଗାପୁର, ଜିମ୍ବାୱେ, ହଂକଂ ଓ ଇସ୍ରାଏଲକୁ ଭାରତ ସରକାର ହାଇ ରିସ୍କ ଦେଶ ତାଲିକାରେ ରଖିଛନ୍ତି। ଏହି ସବୁ ଦେଶରୁ ଆସୁଥିବା ଲୋକଙ୍କ ପାଇଁ ଉପରୋକ୍ତ ନିୟମ ଲାଗୁ ହେବ।
ଯଦି କୌଣସି ବ୍ୟକ୍ତିଙ୍କର ରିପୋର୍ଟ ପଜିଟିଭ ଆସିବ, ତା’ହେଲେ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ଯଦି ରିପୋର୍ଟ ନେଗେଟିଭ ଆସିବ, ତା’ହେଲେ ସେମାନଙ୍କୁ ଆଉ ୭ ଦିନ ହୋମ କ୍ୱାରେଣ୍ଟିନରେ ରହିବାକୁ ହେବ। ରିସ୍କ ଦେଶ ବ୍ୟତୀତ ଅନ୍ୟ ସ୍ଥାନରୁ ଆସୁଥିବା ଯାତ୍ରୀଙ୍କୁ ଏୟାରପୋର୍ଟରେ ଆରଟିପିସିଆର ଟେଷ୍ଟର ସମ୍ମୁଖୀନ ହେବାକୁ ପଡ଼ିବ।
ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ସେମାନଙ୍କୁ ୧୪ ଦିନ ପାଇଁ ଘରେ ଆଇସୋଲେସନରେ ରହିବାକୁ ହେବ। ରିପୋର୍ଟ ପଜିଟିଭ ଆସିଲେ ହସ୍ପିଟାଲ ସ୍ଥାନାନ୍ତର କରାଯିବ ବୋଲି ରାଜ୍ୟ ସରକାର ଗାଇଡଲାଇନରେ କହିଛନ୍ତି।
ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ୬ ଜଣ ଆଫ୍ରିକା ଫେରନ୍ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ପଜିଟିଭ ଆସିବାରୁ ସେମାନଙ୍କ ନମୁନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି।
The post ଓମିକ୍ରନ ଆଲର୍ଟ: ବିଦେଶରୁ ଆସିଲେ କ୍ୱାରେଣ୍ଟିନ ଓ ଟେଷ୍ଟିଂ ବାଧ୍ୟତାମୂଳକ appeared first on Odisha Reporter.
from Odisha Reporter https://ift.tt/3IjsejM
No comments:
Post a Comment