ଏନଆଇଏ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସଚିନ ବାଜେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 30, 2021

ଏନଆଇଏ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସଚିନ ବାଜେ

ମୁମ୍ବାଇ: ବହିଷ୍କୃତ ମହାରାଷ୍ଟ୍ର ପୁଲିସ୍‌ ଅଧିକାରୀ ସଚିନ ବାଜେ ଜାତୀୟ ତଦନ୍ତକାରୀ ଏଜେନ୍ସି(ଏନଆଇଏ) ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏନଆଇଏ ତାଙ୍କୁ ନିଜ ହେପାଜତରେ ରଖିବା ବେଳେ ଅନେକ ପ୍ରକାରର ହଇରାଣ କରିବା ସହ ନିର୍ଯାତନା ଦେଉଥିଲା।

ଏପରି କି ତାଙ୍କୁ ଅନେକ କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ। ଏହି ଘଟଣାକୁ ନେଇ ସେ ଏବେ ବି ମାନସିକ ଅସ୍ଥିରତା ମଧ୍ୟରେ ରହିଥିବା ସଚିନ ବାଜେ ଅବସରପ୍ରାପ୍ତ ଜଷ୍ଟିସ କେୟୁ ଚାଣ୍ଡିୱାଲଙ୍କ ତଦନ୍ତ କମିଶନ ନିକଟରେ ଅଭିଯୋଗ କରିଛନ୍ତି।

ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ମୁମ୍ବାଇର ପୂର୍ବତନ ପୁଲିସ୍‌ କମିଶନର ପରମବୀର ସିଂହ ବଟି ଆଦାୟ ଅଭିଯୋଗ ଆଣିଥିଲେ। ଏହାର ତଦନ୍ତ ପାଇଁ ମାର୍ଚ୍ଚ ମାସରେ ଜଷ୍ଟିସ ଚାଣ୍ଡିୱାଲଙ୍କୁ ନେଇ ଗୋଟିଏ କମିଶନ ଗଠନ କରାଯାଇଛି। ଏହି କମିଶନ ନିକଟରେ ସଚିନ ବାଜେ ହାଜର ହୋଇଥିଲେ।

ଏହି ସମୟରେ ସେ ଏନଆଇଏ ବିରୋଧରେ ସାଂଘାତିକ ଅଭିଯୋଗ କରିଛନ୍ତି। ଦେଶମୁଖଙ୍କ ଓକିଲ ତାଙ୍କୁ ପଚରାଉଚରା କରିବା ବେଳେ ସଚିନ ବାଜେ କହିଛନ୍ତି, “ମୁଁ ଦସ୍ତଖତ କରିଥିବା ଦସ୍ତାବିଜ ପାଇବା ପାଇଁ ସ୍ୱତନ୍ତ୍ର ଏନଆଇଏ କୋର୍ଟଙ୍କୁ କହିଥିଲି। ହେଲେ ଏଯାଏ ମୋତେ କୌଣସି ପ୍ରକାରର ଦସ୍ତାବିଜ ମିଳିନି।”

ଦେଶମୁଖଙ୍କ ଓକିଲ ଅନିତା କାଷ୍ଟେଲିନୋ ପଚାରିଥିଲେ ଯେ “ଏନଆଇଏ କଷ୍ଟଡିରେ ଥିବା ବେଳେ ଆପଣଙ୍କ ଉପରେ କୌଣସି ପ୍ରକାରର ଚାପ ପକା ଯାଇଥିଲା କି?” ସଚିନ ବାଜେ ଏହାର ଜବାବରେ କହିଥିଲେ, “ହିଁ, ନିଶ୍ଚିତ। ସେଠାରେ ଥିବା ବେଳେ ମୁଁ ମୋ ଜୀବନରେ ସବୁଠାରୁ ଅଧିକ ମାନସିକ ଯନ୍ତ୍ରଣାର ସମ୍ମୁଖୀନ ହୋଇଛି।”

କାଷ୍ଟେଲିନୋ ପଚାରିଥିଲେ, “ଆପଣ ମାନସିକ ଅସ୍ଥିରତା, ଚାପ ଓ ଯନ୍ତ୍ରଣା ମଧ୍ୟରେ ଥିବା ବେଳେ ଏକାଧିକ କେନ୍ଦ୍ରୀୟ ଏଜେନ୍ସି ବୟାନ ରେକର୍ଡ କରିଥିଲେ କି?” ବାଜେ କହିଥିଲେ,“ଏହାର ସଠିକ ଉତ୍ତର ହେଉଛି ୨୮ ଦିନ କାଳ ଏନଆଇଏ କେବଳ ମୋତେ ହଇରାଣ, ନିର୍ଯାତନା ଓ ମାନସିକ ଯନ୍ତ୍ରଣା ଦେଇ ଚାଲିଥିଲା। ମୁଁ ଏନଆଇଏ ହେପାଜତରେ ଥିବା ବେଳେ ମୋତେ ବଳପୂର୍ବକ ଅନେକ ଦସ୍ତାବିଜରେ ଦସ୍ତଖତ କରିବାକୁ କୁହାଯାଇଥିଲା। ମୁଁ ମଧ୍ୟ ଦସ୍ତଖତ କରିଛି। ହେଲେ ମୋତେ ଉକ୍ତ ଦସ୍ତାବିଜକୁ ଦିଆଯାଇନି। ମେ’ ୩ ତାରିଖରେ ସ୍ୱତନ୍ତ୍ର ଏନଆଇଏ କୋର୍ଟଙ୍କୁ ମୁଁ ଉକ୍ତ ଦସ୍ତାବିଜ୍‌ ମାଗିଥିଲି। ହେଲେ ମୋତେ ଏଯାଏ ଏହା ମିଳିନି।” ଏହାପରେ କାଷ୍ଟେଲିନୋ ଆଉ କୌଣସି ପ୍ରଶ୍ନ ପଚାରି ନଥିଲେ।

ବାଜେଙ୍କୁ ଅଧିକ ପଚରାଉଚରା ପାଇଁ କାଷ୍ଟେଲିନୋ କମିଶନଙ୍କୁ ଦୁଇ ସପ୍ତାହ ସମୟ ମାଗିଥିଲେ। ହେଲେ କମିଶନ ଏତେ ସମୟ ମିଳିପାରିବ ନାହିଁ ବୋଲି ବିରକ୍ତ ପ୍ରକାଶ କରି କହିଥିଲେ। ଏହାପରେ ଦେଶମୁଖଙ୍କ ଉପରେ ୧୫ ହଜାର ଟଙ୍କାର ଫାଇନ ଲାଗୁ କରିଥିଲେ।

ଆଣ୍ଟିଲିଆ ନିକଟରୁ ବିସ୍ଫୋରକ ଖଚିତ ଗାଡ଼ି ମିଳିବା ଘଟଣାରେ ଏନଆଇଏ ୮ ମାସ ତଳେ ବାଜେଙ୍କୁ ଗିରଫ କରିଥିଲା। ଦୀର୍ଘ ୮ ମାସ ପରେ ସୋମବାର ପରମବୀର ସିଂହ ଓ ସଚିନ ବାଜେ କମିଶନରେ ପରସ୍ପରକୁ ଭେଟିବା ସହ କଥାବାର୍ତ୍ତା ହୋଇଥିଲେ।
ଏହାର କିଛି ସମୟ ପରେ ଦେଶମୁଖ ଓ ସଚିନ ବାଜେ ମଧ୍ୟ ପରସ୍ପରକୁ ଭେଟିଥିଲେ ଓ ଆଲୋଚନା କରିଥିଲେ।

ତେବେ ପରମବୀର ଓ ସଚିନ ବାଜେଙ୍କ ମଧ୍ୟରେ ଭେଟଘାଟ କରିବାକୁ କିଏ ଅନୁମତି ଦେଇଥିଲା, ତା’ର ତଦନ୍ତ ଏବେ ମହାରାଷ୍ଟ୍ର ସରକାର ଆରମ୍ଭ କରିଛନ୍ତି। କୋର୍ଟ ମଧ୍ୟ ଏହି ଘଟଣାକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି।

The post ଏନଆଇଏ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସଚିନ ବାଜେ appeared first on Odisha Reporter.



from Odisha Reporter https://ift.tt/3phClNi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages