କେନାଲକୁ ଖସି ପଡ଼ିଲା କାର୍‌, ୨ ଜଣଙ୍କ ପତ୍ତା ମିଳୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 3, 2021

କେନାଲକୁ ଖସି ପଡ଼ିଲା କାର୍‌, ୨ ଜଣଙ୍କ ପତ୍ତା ମିଳୁନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ରାତିରେ ଭୁବନେଶ୍ୱର ଉପକଣ୍ଠ ପୁରୀ କେନାଲରେ ଘଟି ଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣଶ। ପୁରୀ କେନାଲକୁ ଏକ କାର୍‌ ଖସି ପ଼ଡିଥିବା ବେଳେ କାର୍‌ରେ ଥିବା ୨ ଜଣଙ୍କ ପତ୍ତା ମିଳିପାରିନି । ବୁଡି ଯାଇ ୨ ଯୁବକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି।  ଗତକାଲି ମଧ୍ୟରାତ୍ରିରେ ବାଲିଅନ୍ତା ଥାନା ଅଟଳା ନିକଟରେ ଏହି ଘଟଣା ଘଟିଥିବା କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ମଧ୍ୟରାତିରେ ଦୁଇଟି କାର୍‌ ଶିବଶକ୍ତିନଗରକୁ ଯାଉଥିଲା । ତେବେ ପୁରୀ ମୁଖ୍ୟ କେନାଲରେ ଗୋଟିଏ କାର୍‌ ଭାରସାମ୍ୟ ହରାଇ ଖସିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ଯୋଗେ କେନାଲରୁ କାର୍‌ଟିକୁ ଉଠାଇଥିଲେ । ହେଲେ ଗାଡିରେ ଥିବା ଦୁଇ ଜଣଙ୍କ କୌଣସି ଖୋଜ୍ ଖବର ମିଳିନାହିଁ ।

The post କେନାଲକୁ ଖସି ପଡ଼ିଲା କାର୍‌, ୨ ଜଣଙ୍କ ପତ୍ତା ମିଳୁନି appeared first on Odisha Reporter.



from Odisha Reporter https://ift.tt/3CJvJN9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages