ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୧୫ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 25, 2021

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୧୫ ଆହତ

ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଜାତୀୟ ରାଜପଥ ୫୭ର ସୁବର୍ଣ୍ଣପୁରର ବ୍ଲକ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀ ବସ୍ ଓ  ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ରାଇଘର-ଉମରକୋଟ ଅଭିମୁଖେ ‌ଏକ  ଯାତ୍ରୀବାହୀ ବେଲୁନ୍ କିଙ୍ଗଫିସର୍ ବସ୍ ଆସୁଥିଲା। ଏହି ସମୟରେ ସମ୍ବଲପୁର ପଟୁ ଆସୁଥିବା ମାଲବାହୀ ଟ୍ରକ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା। ସୋନପୁର ପୁଲିସ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଯାତ୍ରୀଙ୍କୁ ଛାଡ଼ି ଦିଆଯାଇଥିବା ଜଣାଯାଇଛି। ବସ୍‌ରେ ୫୦ଜଣ ଯାତ୍ରୀ ଥିଲେ।

ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଓ ହେଲପରଙ୍କ କିଛି କ୍ଷତି ହୋଇନାହିଁ। ହେଲେ ବସ୍‌ର ସମ୍ମୁଖ ଭାଗଟି  ନଷ୍ଟ ହୋଇ ଯାଇଛି। ସୋନପୁର ପୁଲିସ ଘଟଣାର ତଦନ୍ତ କରୁଛି।

The post ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୧୫ ଆହତ appeared first on Odisha Reporter.



from Odisha Reporter https://ift.tt/3l9i3nW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages