ପୁଲିସ୍‌ ଛାଉଣୀରେ ବାଲେଶ୍ୱର ଜିଲ୍ଲା, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ୩୨ ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 25, 2021

ପୁଲିସ୍‌ ଛାଉଣୀରେ ବାଲେଶ୍ୱର ଜିଲ୍ଲା, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ୩୨ ଅଟକ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ ଉପରକୁ ଅଣ୍ଡା ମାଡ଼ ହେବା ପରେ ଏହି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ତତ୍ପର ହୋଇ ଉଠିଛି ପୁଲିସ୍‌।  ଆଜି ମୁଖ୍ୟମନ୍ତ୍ରୀଙ୍କ  ବାଲେଶ୍ୱର ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ପୁଲିସ୍ ଛାଉଣୀରେ ପାଲଟି ଯାଇଛି ପୁରା ସହର। ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବେଳେ କେବଳ ୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ । ସଭା ସ୍ଥଳ ଓ ଚାରିପଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଗଣ୍ଡଗୋଳ ସୃଷ୍ଟି କରିବା ଆଶଙ୍କାରେ ପୂର୍ବରୁ ୩୨ ଜଣଙ୍କୁ ଉଠାଇ ନେଇଛି ପୋଲିସ୍ । ଉଭୟ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ପୋଲିସ୍ ଉଠାଇ ନେଇଥିବା ଜଣାଯାଇଛି।

ଏହାବାଦ ବାଲେଶ୍ୱର ଆଇଟିଆଇଠାରୁ ପୋଲିସ୍ ଲାଇନ୍ ଯାଏଁ ରାସ୍ତା ବ୍ଲକେଜ୍ କରାଯାଇଛି । ବିଭିନ୍ନ ସ୍ଥାନରେ ସାଧା ପୋଷାକଧାରୀ ପୁଲିସ୍ ମୁତୟନ ରହିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ବାଲେଶ୍ୱରରେ BSKY କାର୍ଡ ହିତାଧିକାରୀଙ୍କୁ ବାଣ୍ଟିବେ । ଏହା ବ୍ୟତୀତ ୧୧ ଶହ କୋଟି ଟଙ୍କା ବ୍ୟୟରେ ୧୦୯ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ସେପଟେ ଆଜିର  କାର୍ଯ୍ୟକ୍ରମରେ ଯୋଗ ଦେବେନି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଦିଲ୍ଲୀରେ ଅନ୍ୟ କାର୍ଯ୍ୟକ୍ରମ ଥିବାରୁ ସେ ଆଜି ଉପସ୍ଥିତ ରହିବେନି ବୋଲି ସୂଚନା ଦେଇଛନ୍ତି ।

The post ପୁଲିସ୍‌ ଛାଉଣୀରେ ବାଲେଶ୍ୱର ଜିଲ୍ଲା, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ୩୨ ଅଟକ appeared first on Odisha Reporter.



from Odisha Reporter https://ift.tt/3cQf1Ag

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages