ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ପରିବହନ କର୍ତ୍ତୃପକ୍ଷ ଧନତେରସ୍ ଉପହାର ଦେଇଛନ୍ତି। ପ୍ରବାସୀ ଓଡ଼ିଆଙ୍କ ଲାଗି ଲାଗୁ ହୋଇଛି BH (ଭାରତ) ସିରିଜ୍ ଗାଡ଼ି ପଞ୍ଜୀକରଣ ବ୍ୟବସ୍ଥା। ଏଣିକି ପ୍ରବାସୀ ବାହାର ରାଜ୍ୟରେ ଗାଡ଼ି କିଣିଲେ ଓଡ଼ିଶାରେ କରିପାରିବେ BH ସିରିଜ୍ ପଞ୍ଜୀକରଣ। ଏଥିପାଇଁ ସଂପୃକ୍ତ ଗାଡ଼ି ମାଲିକଙ୍କର ଓଡ଼ିଶାରେ ଘର କିମ୍ବା ବ୍ୟବସାୟ ଥିବା ଆବଶ୍ୟକ।
ଗତ ସେପ୍ଟେମ୍ବର ୨୫ରୁ ଓଡ଼ିଶାରେ BH ସିରିଜ୍ ପଞ୍ଜୀକରଣ ଲାଗୁ ହୋଇଛି। BH ସିରିଜ୍ ଗାଡ଼ି ପଞ୍ଜୀକରଣ ଲାଗୁ କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ। ଏହି ସିରିଜରେ ପଞ୍ଜୀକରଣ କରୁଥିବା ବ୍ୟକ୍ତିଙ୍କର ଗାଡ଼ି ନମ୍ବର BHରୁ ଆରମ୍ଭ ହେବ। ଫଳରେ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ବେଳେ ପୁନଃପଞ୍ଜୀକରଣର ଆବଶ୍ୟକ ପଡ଼ିବ ନାହିଁ।
The post ପ୍ରବାସୀ ଓଡ଼ିଆଙ୍କୁ ଧନତେରସ୍ ଉପହାର; ବାହାର ରାଜ୍ୟରୁ ଗାଡ଼ି କିଣିଲେ ଓଡ଼ିଶାରେ ହେବ ରେଜିଷ୍ଟ୍ରେସନ appeared first on Odisha Reporter.
from Odisha Reporter https://ift.tt/2ZNTDce
No comments:
Post a Comment