ଜୟପୁର: ପଞ୍ଜାବ କଂଗ୍ରେସ ପରେ ଏବେ ରାଜସ୍ଥାନ କଂଗ୍ରେସ ପାଳି। ଥମୁଦି ଦଳୀୟ କନ୍ଦଳ, ଆଉ ସମାଧାନର ବାଟ ମଧ୍ୟ ବାହାର କରିପାରୁନାହାନ୍ତି ଦିଲ୍ଲୀର ଅଶୋକା ରୋଡାରେ ବସିଥିବା ଅଧ୍ୟକ୍ଷା ସୋନିଆ ଗାନ୍ଧି। ଦିନକ ପୂର୍ବରୁ କୃଷି ଆଇନ୍ ପ୍ରତ୍ୟାହାର ନେଇ କେନ୍ଦ୍ର ସରକାର ସୂଚନା ଦେବା ପରେ ବିରୋଧୀ କଂଗ୍ରେସ ଏହାକୁ ନିଜର ବଡ ବିଜୟ ବୋଲି କହୁଛି। କିନ୍ତୁ ତହିଁପର ଦିନ ଯେତେବେଳେ କଂଗ୍ରେସ ସାରା ଦେଶରେ କିଷାନ ବିଜୟ ଦିବସ ପାଳନ କରିବାକୁ ଯାଉଛି ସେତେବେଳେ ରାଜସ୍ଥାନ କଂଗ୍ରେସର ୩ ମନ୍ତ୍ରୀ ଇସ୍ତଫା ଦେବା ଦଳ ନେତୃତ୍ୱର ଉପରେ ପ୍ରଶ୍ନ ସୃଷ୍ଟି କରିଛି।
ରାଜସ୍ଥାନ ସରକାରରେ ଥିବା ୩ ମନ୍ତ୍ରୀ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ରାଜସ୍ଥାନରେ କ୍ୟାବିନେଟ୍ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ.ରଘୁ ଶର୍ମା, ରାଜସ୍ୱ ମନ୍ତ୍ରୀ ହରିଶ ଚୌଧୁରୀ ଏବଂ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ ଦୋତାସର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଇସ୍ତଫା ଦେଇଛନ୍ତି।
ଗେହଲଟ କ୍ୟାବିନେଟରୁ ଇସ୍ତଫା ଦେବା ପରେ ମନ୍ତ୍ରୀ ଗୋବିନ୍ଦ ସିଂ କହିଛନ୍ତି, ‘କଂଗ୍ରେସ ଦଳର ‘ଜଣେ ବ୍ୟକ୍ତି ଏବଂ ଜଣେ ପଦବୀ’କୁ ଅନୁଧ୍ୟାନ କରି ଆମେ ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛି।’ ଏହାପୂର୍ବରୁ ଗୋବିନ୍ଦ ସିଂ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଛନ୍ତି ବୋଲି କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି। ସେ ରାଗି ନାହାଁନ୍ତି। କ୍ୟାବିନେଟ ବିସ୍ତାରର ରାସ୍ତା ସଫା କରିବାକୁ ସେ ଇସ୍ତଫା ଦେଇଥିବା ପୂର୍ବରୁ କହିଥିଲେ।
ସେପଟେ ଆଜି ଏହି ତିନି ମନ୍ତ୍ରୀଙ୍କ ଇସ୍ତଫାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗ୍ରହଣ କରିଛନ୍ତି। ମନ୍ତ୍ରୀଙ୍କ ଇସ୍ତଫା ପରେ ଅଶୋକ ଗେହଲୋଟ୍ ଆଜି ସନ୍ଧ୍ୟାରେ କ୍ୟାବିନେଟ୍ ବୈଠକ ଡାକିଛନ୍ତି। ଏଥିରେ ଗେହଲଟ ସରକାରଙ୍କ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇପାରନ୍ତି ବୋଲି ବିଶ୍ୱାସ କରାଯାଉଛି। ଏହାପରେ ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟପାଳଙ୍କୁ ଭେଟିପାରନ୍ତି। ଯଦି ଏହା ଘଟେ ତେବେ ୨୧ ତାରିଖରେ ଅଶୋକ ଗେହଲଟଙ୍କ କ୍ୟାବିନେଟ୍ ପୁନଃ ନିର୍ମାଣ ହେଇପାରେ ବୋଲି ଚର୍ଚ୍ଚା ହେଉଛି।
ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଅଶୋକ ଗେହଲଟ ସୋନିଆ ଗାନ୍ଧିଙ୍କୁ ଦିଲ୍ଲୀରେ ଭେଟିଥିଲେ। ଆଉ ଦିଲ୍ଲୀୁର ଜୟପୁର ଫେରୁଥିବା ବେଳେ ତାଙ୍କର ଦଳୀୟ ପ୍ରତିଦ୍ୱନ୍ଦୀ ସଚିନ ପାଇଲଟ ଜୟପୁରରୁ ଦିଲ୍ଲୀ ଯାଇଥିଲେ। ପଞ୍ଜାବ କଂଗ୍ରେସର ସ୍ଥିତି ଦେଖିଲା ପରେ ଏବେ କେନ୍ଦ୍ର କଂଗ୍ରେସ ଅନେକ ରାଜ୍ୟରେ ଯୁବ ଚେହାରଙ୍କୁ ଦାୟିତ୍ୱ ଦେଇ ଦଳରେ ଦୀର୍ଘ ଦିନ ଧରି ଜାରି ରହିଥିବା ଅସନ୍ତୋଷର ନିଆଁରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଚେଷ୍ଟା କରୁଛି। ନିକଟରେ ସଚିନ ପାଇଲଟ ଦଳୀୟ ଶୀର୍ଷ ନେତାଙ୍କ ସହ ଦୀର୍ଘ ସମୟର ଆଲୋଚନା କରିଥିଲେ। ଏହାପରେ ରାଜସ୍ଥାନ କଂଗ୍ରେସର ସ୍ଥିତିକୁ ନେଇ ଉଭୟ ଗେହଲଟ ଓ ପାଇଲଟ ଶିବିର ମଧ୍ୟରେ ସସ୍ପେନ୍ସ ଜାରି ରହିଛି।
The post କନ୍ଦଳ ପାଇଁ ଇସ୍ତଫା ଦେଲେ ୩ ମନ୍ତ୍ରୀ, ଆଗକୁ ଛାଡିବେ କି ଦଳ? appeared first on Odisha Reporter.
from Odisha Reporter https://ift.tt/3oRLEDw
No comments:
Post a Comment