ସାପ ଜହରର ମୂଲ୍ୟ ଦେଢ କୋଟି, ମୂଲଚାଲ ବେଳେ ମାଡ଼ି ବସିଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 20, 2021

ସାପ ଜହରର ମୂଲ୍ୟ ଦେଢ କୋଟି, ମୂଲଚାଲ ବେଳେ ମାଡ଼ି ବସିଲା ପୁଲିସ୍‌

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ସାପ ଜହର ମୂଲ୍ୟ ଦେଢ କୋଟି ଟଙ୍କା।  ଏହାକୁ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ବେଳେ ଗରାଖ ସାଜି ୨ ଜଣଙ୍କୁ ମାଡ଼ି ବସିଛି ପୁଲିସ୍‌। ଏପରି ଏକ ସାପ ବିଷ ସ୍ମଗଲିଂ ରାକେ୍ଟର ପର୍ଦ୍ଦାଫାଶ କରିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ପୁଲିସ୍‌।

ଦେବଗଡ ଜିଲ୍ଲା ରିଆମାଳ ଥାନା ତାରଙ୍ଗ ଗାଁଠାରେ ଚଢାଉ ବେଳେ ୧ କିଲୋଗ୍ରାମ ଗ୍ରାମ ଓଜନର ସାପ ବିଷ ଜବତ କରିଛି ପୁଲିସ୍‌ । ଏଥିସହ ସମ୍ବଲପୁର ଜିଲ୍ଲାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  ଗିରଫ ଅଭିଯୁକ୍ତଦ୍ୱୟ ହେଲେ ସମ୍ବଲପୁର ସାଖିପଡାର ରଞ୍ଜନ କୁମାର ପାଢୀ ଏବଂ ସିନ୍ଦୁରପଙ୍କ ଗାଁର କୈଳାସ ଚନ୍ଦ୍ର ସାହୁ  । ଜବତ ବିଷର ଆନୁମାନିକ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ ।

ସାପ ଜହର ବିକୁଥିବା ୨ ଜଣ ଅଟକ ।

ଦେବଗଡ ଜିଲ୍ଲାର ସ୍ୱତନ୍ତ୍ର ପୋଲିସ ଟିମ ଏହି ଚଢାଉ କରିଥିବା ସୂଚନା ମିଳିଛି । ତେବେ ଏହି ସାପ ବିଷ କୁଆଡ଼େ ଚାଲାଣ ହୋଇଥାନ୍ତି ତାହାର ତନାଘନା ଚଳାଇଛି ପୁଲିସ୍‌।

The post ସାପ ଜହରର ମୂଲ୍ୟ ଦେଢ କୋଟି, ମୂଲଚାଲ ବେଳେ ମାଡ଼ି ବସିଲା ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/30MqwX8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages