ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍ସିପି ନେତା ନୱାବ ମଲିକ ବନାମ ଏନ୍ସିବି ଜୋନାଲ ହେଡ୍ ସମୀର ୱାଙ୍ଖଡେ। ଆର୍ଯ୍ୟନ୍ ଡ୍ରଗ୍ସ କେସ୍ ମାମଲା ପରଠାରୁ ଉଭୟଙ୍କ ମଧ୍ୟରେ ଜାରି ରହିଛି ତୁ ତୁ ମେଁ ମେଁ। ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହାରି ଭିତରେ ଆଜି ପୁଣି ଥରେ ୱାଙ୍ଖଡେଙ୍କ ବିରୋଧରେ ଏକ ନୂଆ ଅଭିଯୋଗ ଆଣିଛନ୍ତି ଏନ୍ସିପି ନେତା ନୱାବ ମଲିକ।
ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ୍ ଆଜି ପୁଣି ଥରେ ‘ଏନ୍ସିବି’ ଅଧିକାରୀ ସମୀର ୱାଙ୍ଖେଡ଼େଙ୍କୁ ସମାଲୋଚନା କରି ପଚାରିଛନ୍ତି, ତାଙ୍କ ଶାଳୀ ହର୍ଷଦା ଦୀନାନାଥ ରେଡ୍କର୍ ଡ୍ରଗ୍ ବ୍ୟବସାୟରେ ସମ୍ପୃକ୍ତ ଅଛନ୍ତି କି? ପୁଣେ କୋର୍ଟରେ ତାଙ୍କ ମାମଲା ବିଚାରାଧୀନ ଥିବାରୁ ତୁମେ ଏହାର ଉତ୍ତର ଦେବା ଉଚିତ୍।
ନବାବ ମଲିକ ଟ୍ୱିଟ କରି କିଛି ସ୍କ୍ରିନସଟ ଅପ୍ଲୋଡ କରିଛନ୍ତି ଯେଉଁଥିରେ ଏକ ମାମଲା ବିଷୟରେ ଉଲ୍ଲେଖ କରାଯାଇଛି। ପ୍ରମାଣସ୍ୱରୂପ ନୱାବ ମଲିକ୍ ‘ପ୍ରିଭେନ୍ସନ୍ ଅଫ୍ ଇଲିସିଟ୍ ଟ୍ରାଫିକ୍ ଇନ୍ ନାକ୍ରୋଟିକ୍ ଡ୍ରଗ୍ସ୍ ଆଣ୍ଡ୍ ସାଇକୋଟ୍ରଫିକ୍ ସବ୍ଷ୍ଟାନ୍ସେସ୍ ଆକ୍ଟ୍’ରେ ୨୦୦୮ର ଏକ ମାମଲାରେ ହର୍ଷଦା ଦୀନାନାଥ ରେଡ୍କର୍ଙ୍କୁ ‘ରେସ୍ପଣ୍ଡେଣ୍ଟ୍ ଆଣ୍ଡ୍ ଆଡ୍ଭୋକେଟ୍’ରେ ତାଲିକାଭୁକ୍ତ କରାଯାଇଥିବା ଦର୍ଶାଇଛନ୍ତି।
ସେପଟେ ଏ ସଂକ୍ରାନ୍ତରେ ଉତ୍ତର ଦେଇ ଗଣମାଧ୍ୟମକୁ ସମୀର କହିଛନ୍ତି, ୨୦୦୮ ଜାନୁଆରିରେ ଏ ଘଟଣା ଘଟିଥିଲା। ସେତେବେଳେ ମୁଁ ଚାକିରି କରି ନ ଥିଲେ। ୨୦୧୭ରେ ମୁଁ କ୍ରାନ୍ତି ରେଡ୍କର୍ଙ୍କୁ ବିବାହ କରିଥିଲି। ତେଣୁ ମୁଁ କେମିତି ଉକ୍ତ ମାମଲା ସହ ସମ୍ପୃକ୍ତ ହେଲି ବୋଲି ସେ ପ୍ରଶ୍ନ ପଚାରିଛନ୍ତି।
ସୂଚନା ମୁତାବକ, ନୱାବ ମଲିକ କ୍ରୁଜ ପାର୍ଟି ସହ ଜଡିତ ଡ୍ରଗ୍ସ ମାମଲାକୁ ଆରମ୍ଭରୁ ନକଲି ବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଲଗାତର ଘେରିଛନ୍ତି। ଏହି ସମୟରେ ସମୀର ୱାଙ୍ଖଡେଙ୍କ ବାପା ମଧ୍ୟ ନୱାବ ମଲିକଙ୍କ ବାପାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ।
ସମୀରଙ୍କ ବାପା ଅଭିଯୋଗ କରିଛନ୍ତି ଯେ ନୱାବ ଗଣମାଧ୍ୟମରେ ତାଙ୍କ ପରିବାର ବିଷୟରେ ଭୁଲ କଥା କହିଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ, ନୱାବ ମଲିକଙ୍କ ଭିତ୍ତିହୀନ ଅଭିଯୋଗ ହେତୁ ସମୀରଙ୍କ ଭଉଣୀ ଯାସ୍ମିନଙ୍କ କ୍ୟାରିୟର ନଷ୍ଟ ହୋଇଯାଇଛି। ଯାସ୍ମିନ ପେଶାରେ ଜଣେ ଓକିଲ।
Sameer Dawood Wankhede, is your sister-in-law Harshada Dinanath Redkar involved in the drug business ?
You must answer because her case is pending before the Pune court.
Here is the proof pic.twitter.com/FAiTys156F— Nawab Malik نواب ملک नवाब मलिक (@nawabmalikncp) November 8, 2021
The post ଡ୍ରଗ୍ସ ରାକେଟ୍ରେ ସମୀରଙ୍କ ଶାଳୀଙ୍କ ରହିଛି କି ସମ୍ପୃକ୍ତି? appeared first on Odisha Reporter.
from Odisha Reporter https://ift.tt/3ETCnRx
No comments:
Post a Comment