ପୋଷା କୁକୁରକୁ କରୋନା, ଚାଲିଛି ଚିକିତ୍ସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 10, 2021

ପୋଷା କୁକୁରକୁ କରୋନା, ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ବ୍ରିଟେନର ଗୋଟିଏ ପୋଷା କୁକୁର କରୋନା ଆକ୍ରାନ୍ତ ହୋଇଛି। ଏନେଇ ୟୁକେର ମୁଖ୍ୟ ବନ୍ୟପ୍ରାଣୀ  ଅଧିକାରୀ ସ୍ପଷ୍ଟ କରିଛନ୍ତି।  ନଭେମ୍ବର ୩ରେ କୁକୁରର ନମୂନା ପରୀକ୍ଷା ପରେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।  କୁକୁରଟି ଏବେ ଧୀରେ ଧୀରେ ସୁସ୍ଥ ହେଉଛି । ପୂର୍ବରୁ ପୋଷାକୁକୁରର ମାଲିକ କରୋନା ଆକ୍ରାନ୍ତ ହୋଇଥିଲେ।  ତେଣୁ ତାଙ୍କଠାରୁ କୁକୁରଟିକୁ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି ।  କିନ୍ତୁ କୁକୁରଠାରୁ ଅନ୍ୟ କୌଣସି ପୋଷା ଜୀବଜନ୍ତୁଙ୍କୁ ସଂକ୍ରମିତ ହୋଇଥିବା ସମ୍ପର୍କରେ କୌଣସି ପ୍ରମାଣ ମିଳିନାହିଁ ।

କୁକୁରମାନେ କରୋନା ସଂକ୍ରମିତ ହେବା ଅତ୍ୟନ୍ତ ବିରଳ। ସାଧାରଣତଃ ସେମାନଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯିବା ସହ କିଛି ଦିନ ଭିତରେ ସୁସ୍ଥ ହୋଇଥାନ୍ତି।  ପୂର୍ବରୁ ଭାରତରେ ବାଘ ଏବଂ ସିଂହଙ୍କୁ କରୋନା ନେଇ ରିପୋର୍ଟ ଆସିଥିଲା।

ଏମିତିକି ତାମିଲନାଡୁର ଭଣ୍ଡାଲୁରସ୍ଥିତ ଆରିଗ୍‌ନାର ଆନ୍ନା ଜାତୀୟ ଉଦ୍ୟାନରେ ୯ ସିଂହ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯ ବର୍ଷର ଏକ ମାଈ ସିଂହର ମୃତ୍ୟୁ ଘଟିଥିବା ଚିନ୍ତାର କାରଣ ପାଲଟିଥିଲା।  ସେହିପରି ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଥିବା ଭଗବାନ ବିର୍ସା ମୁଣ୍ଡା ବାୟୋଲୋଜିକାଲ ପାର୍କରେ ବାଘ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଖବର ଆସିଥିଲା। ଖାଲି ରାଞ୍ଚି ନୁହଁ ରାଜସ୍ଥାନର ଜୟପୁରର ନାହରଗଡ ସିଂହ ସଫାରୀର ଏକ ସିଂହ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । ଏହା ପୂର୍ବରୁ ପ୍ରଥମେ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନର ୮ଟି ସିଂହ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ମାମଲା ସାମ୍ନାକୁ ଆସିଥିଲା ।

The post ପୋଷା କୁକୁରକୁ କରୋନା, ଚାଲିଛି ଚିକିତ୍ସା appeared first on Odisha Reporter.



from Odisha Reporter https://ift.tt/3Hc1uRC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages