ମାଲିକ ବେକରେ ଧାରୁଆ ଅସ୍ତ୍ର, କର୍ମଚାରୀ ଦେଇଦେଲେ ସବୁ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 10, 2021

ମାଲିକ ବେକରେ ଧାରୁଆ ଅସ୍ତ୍ର, କର୍ମଚାରୀ ଦେଇଦେଲେ ସବୁ ଟଙ୍କା

ବାରିପଦା(ମାଣିକ ଲାଲ ପାଣି): ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟି ନେଲେ ୪୦ରୁ ୫୦ ହଜାର ଟଙ୍କା। ମାଲିକ ଏହାର ପ୍ରତିବାଦ କରିବାରୁ ତାଙ୍କ ବେକରେ ଧାରୁଆ ଅସ୍ତ୍ର ଲଗାଇଦେଲେ ଦୁର୍ବୃତ୍ତ। ଫଳରେ କର୍ମଚାରୀମାନେ ଭୟଭୀତ ହୋଇ ଦୁର୍ବୃତ୍ତଙ୍କୁ ସମସ୍ତ ଟଙ୍କା ଦେଇଦେଲେ। ସିସିଟିଭିରେ କଏଦ ହେଲା ଲୁଟ୍‌ ବେଳର ଭିଡିଓ । ହେଲେ ପୁଲିସ୍‌ ଅପରାଧୀଙ୍କ ଟେର ପାଇପାରିନି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାଣତ୍ରୀସ୍ଥିତ ପେଟ୍ରୋଲ ପମ୍ପରେ ଗତ ରାତିରେ ଘଟିଛି।

ମାଣତ୍ରୀସ୍ଥିତ ପେଟ୍ରୋଲ ପମ୍ପ ରେ ଗତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ପହଞ୍ଚିଥିଲେ। ଏହାପରେ ସେମାନେ ପେଟ୍ରୋଲ ପମ୍ପ ମାଲିକଙ୍କୁ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ । ମାତ୍ର ମାଲିକଜଣକ ଏହାର ପ୍ରତିରୋଧ କରି ଟଙ୍କା ଦେବାକୁ ରାଜି ହୋଇ ନ ଥିଲେ। ଏହାପରେ ଦୁର୍ବୃତ୍ତମାନେ ତାଙ୍କ ବେକରେ ଧାରୁଆ ଅସ୍ତ୍ର ଲଗାଇଦେଲେ। ଫଳରେ କର୍ମଚାରୀମାନେ ଭୟଭୀତ ହୋଇ ଦୁର୍ବୃତ୍ତଙ୍କୁ ପାଖରେ ଥିବା ସମସ୍ତ ଟଙ୍କା  ଦେଇଦେଲେ।

ଦୁର୍ବୃତ୍ତମାନଙ୍କ ଟାର୍ଗେଟରେ ଥିବା ପେଟ୍ରୋଲ ପମ୍ପ ।

ପ୍ରତ୍ୟକ୍ଷଦର୍ଶୀଙ୍କ  ସୂଚନା ଅନୁଯାୟୀ, ଦୁଇ ଦୁବୃର୍ତ୍ତ ବାଇକ୍‌ରେ ବୈଶିଙ୍ଗା ପଟୁ ଆସି ବଡ଼ସାହି ଆଡ଼କୁ ପଳାଇ ଯାଇଛନ୍ତି  । ସେମାନେ ଓଡ଼ିଆ ରେ କଥା ହେଉଥିବା ବେଳେ ପାଖାପାଖି ୪୦ ରୁ ୫୦ ହଜାର ଟଙ୍କା ଲୁଟ ହୋଇଥିବା ମାଲିକ କହିଛନ୍ତି ।

ଏନେଇ ପେଟ୍ରୋଲ ପମ୍ପ ମାଲିକ ବୈଶିଙ୍ଗା ଥାନା ରେ ଅଭିଯୋଗ କରିଛନ୍ତି । ଗତକାଲି ବୈଶିଙ୍ଗା ପୋଲିସ ମଧ୍ୟ କିଛି ସନ୍ଦିଗ୍ଧ ମାନଙ୍କୁ ଅଟକ ରଖିଥିବା ଜଣା ପଡିଛି ।

The post ମାଲିକ ବେକରେ ଧାରୁଆ ଅସ୍ତ୍ର, କର୍ମଚାରୀ ଦେଇଦେଲେ ସବୁ ଟଙ୍କା appeared first on Odisha Reporter.



from Odisha Reporter https://ift.tt/30686jn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages