ଭାରତ ୩୪୫ ରନରେ ଅଲଆଉଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 25, 2021

ଭାରତ ୩୪୫ ରନରେ ଅଲଆଉଟ୍

କାନପୁର: ଏଠାରେ ଚାଲିଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୩୪୫ ରନ୍ କରି ଅଲଆଉଟ୍ ହୋଇଛି। ଏକ ସମୟରେ ଭାରତ ୧୪୫ ରନରେ ୪ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। ତେବେ ଆୟର୍ ଓ ଜାଡେଜାଙ୍କ ଶତକୀୟ ଭାଗିଦାରୀ ଭାରତକୁ ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇଛି। ପଦାର୍ପଣ ଟେଷ୍ଟ ଖେଳୁଥିବା ଆୟର୍ ୧୦୫ (୧୭୧ ବଲ୍, ୧୩ ଚୌକା, ୨ ଛକା) ରନ୍ କରିଛନ୍ତି। ସେହିପରି ଜାଡେଜା ୫୦ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୩୮ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ସାଉଦୀ ୫ଟି ୱିକେଟ୍ ହାସଲ କରିଛନ୍ତି।

ମ୍ୟାଚର ଦ୍ୱିତୀୟ ଦିବସରେ ଭାରତ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୨୫୮/୪ରୁ ଖେଳ ଆରମ୍ଭ କରିଥିଲା। ପୂର୍ବଦିନ ଅର୍ଦ୍ଧଶତକ ମାରି ଅପରାଜିତ ଥିବା ଜାଡେଜା କିୱି ଟିମର ପ୍ରଥମ ଶିକାର ବନିଥିଲେ। ଭ୍ରମଣକାରୀ ଦଳର ଅଭିଜ୍ଞ ପେସର ସାଉଦୀଙ୍କ ଇନ୍ ସୁଇଂକୁ ଖେଳିବାକୁ ଯାଇ ଜାଡେଜା ବୋଲ୍ଡ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଋଦ୍ଧିମାନ ସାହା (୧) କିଛି ଖାସ୍ କରିପାରିନଥିଲେ। ତାଙ୍କୁ ମଧ୍ୟ ସାଉଦୀ ନିଜ ଜାଲରେ ଫସାଇଥିଲେ।

ପଦାର୍ପଣ ଟେଷ୍ଟ ଖେଳୁଥିବା ଆୟର୍ ଦୃଢ଼ତାର ସହ କିୱି ବୋଲରଙ୍କୁ ସାମ୍ନା କରିଥିଲେ ଏବଂ ୧୫୭ ବଲରେ ନିଜର ଶତକ ପୂରଣ କରିଥିଲେ। ହେଲେ ଶତକ ମାରିବା ପରେ ସେ ବେଶୀ ସମୟ ତିଷ୍ଠିପାରିନଥିଲେ। ଆୟର୍ ବ୍ୟକ୍ତିଗତ ୧୦୫ ରନ୍ କରିଥିବା ସାଉଦୀଙ୍କ ବଲରେ ୱିଲ୍ ୟଙ୍ଗଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଆୟରଙ୍କ ଆଉଟ୍ ପରେ ଅଶ୍ୱିନ୍ ଦ୍ରୁତ ରନ୍ କରିଥିଲେ। ଲୋୟର୍ ଅର୍ଡରଙ୍କ ଅଶ୍ୱିନଙ୍କ ବହୁମୂଲ୍ୟ ରନ୍ ଭାରତକୁ ୩୪୫ ରନରେ ପହଞ୍ଚାଇବାରେ ସହାୟକ ହୋଇଥିଲେ। ଅଶ୍ୱିନ୍ ୫୬ ବଲର ସାମ୍ନା କରି ୫ ଚୌକା ସହ ୩୮ ରନ୍ କରିଥିଲେ।

ସେହିପରି ଅକ୍ଷର ପଟେଲ୍ (୩) ଓ ଈଶାନ୍ତ ଶର୍ମା (୦) ନିରାଶ କରିଥିବା ବେଳେ ଉମେଶ ଯାଦକ ଗୋଟିଏ ଛକା ସହ ୧୦ ରନ୍ କରି ଅପରାଜିତ ଥିଲେ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ କାଇଲ୍ ଜେମିସନ୍ ୩ଟି ଓ ଏଜାଜ ପଟେଲ ୨ଟି ୱିକେଟ୍ ନେଇଥିଲେ।

The post ଭାରତ ୩୪୫ ରନରେ ଅଲଆଉଟ୍ appeared first on Odisha Reporter.



from Odisha Reporter https://ift.tt/3xp4o0G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages