ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ଲେମ୍ବୁ, ଲୁଣ, ଡାଲଚିନ, ଲବଙ୍ଗ, ବଡ଼ ଅଳେଇଚ, ଗୁଜୁରାତି, ତେଜପତ୍ର, ହେଙ୍ଗୁ, କଟା ପିଆଜ, ଅଦାରସୁଣ କଞ୍ଚାଲଙ୍କା ବଟା, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ପାନମହୁରୀ ଓ ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସରେ ଲେମ୍ବୁରସ ଓ ଲୁଣ ପକାଇ ଭଲଭାବରେ ଗୋଳାଇ ରଖନ୍ତୁ। ପରେ ମାଟି ହାଣ୍ଡିରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ତେଜପତ୍ର, ଡାଲଚିନ, ଲବଙ୍ଗ, ବଡ଼ ଅଳେଇଚ, ଗୁଜୁରାତି ଓ ଅଳ୍ପ ହେଙ୍ଗୁ ପକାନ୍ତୁ। ପରେ ସେଥିରେ ମ୍ୟାରିନେଟ ମାସଂ ପକାଇ ଅଳ୍ପ ସମୟ ପାଇଁ ଫ୍ରାଏ କରନ୍ତୁ। ଫ୍ରାଏ ହୋଇଗଲା ପରେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
ପରେ ମାଟି ହାଣ୍ଡିରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ନାଲି ହୋଇଗଲେ ସେଥିରେ ଅଦାରସୁଣ, କଞ୍ଚାଲଙ୍କା ବଟା, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ପକାଇ ଭଲ ଭାବରେ କଷନ୍ତୁ। ମସଲା କଷି ହୋଇଯିବା ପରେ ଛଣା ଖାସି ମାଂସକୁ ସେଥିରେ ପକାନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ ପକାଇ ଘୋଡଣୀ ଘୋଡ଼ାଇ ଦିଅନ୍ତୁ।
ପରେ ଗୁଜୁରାତି, ବଡ଼ ଅଳେଇଚ, ଗୋଲମରିଚ, ଲବଙ୍ଗ, ଶୁଖିଲା ଲଙ୍କା ଓ ପାନମହୁରୀରେ ପେଷ୍ଟ କରନ୍ତୁ। ସେଥିରେ କିଛି ଦହି ମିଶ୍ରଣ କରନ୍ତୁ।
ମାଂସ ଅଳ୍ପ ସିଝିଲା ପରେ ଏହି ମିଶ୍ରଣକୁ ସେଥିରେ ପକାଇ ଭଲଭାବରେ ଗୋଳାଇ ଦିଅନ୍ତୁ। ୧୫ରୁ ୨୦ ମିନିଟ୍ ପାଇଁ ଘୋଡ଼ଣୀ ଘୋଡ଼ାଇ ରଖନ୍ତୁ । ପରେ ତା’ ଉପରେ ଧନିଆ ପତ୍ର ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମାଟି ହାଣ୍ଡି ଦହି ମାଂସ।
The post ମାଟି ହାଣ୍ଡି ଦହି ମାଂସ appeared first on Odisha Reporter.
from Odisha Reporter https://ift.tt/3CwQuLb
No comments:
Post a Comment