ମୃତ ୭୫୦ କୃଷକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ତେଲେଙ୍ଗାନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 20, 2021

ମୃତ ୭୫୦ କୃଷକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ତେଲେଙ୍ଗାନା

ହାଇଦ୍ରାବାଦ: ବହୁ ବିବାଦୀୟ କୃଷି ଆଇନ୍‌କୁ ପ୍ରଧାନମନ୍ତ୍ରୀ ପ୍ରତ୍ୟାହାର କରି ସାରିଥିବା ବେଳେ ଏଥିନିମନ୍ତେ ଦୀର୍ଘ ଦିନ ଧରି ଲାଗି ରହିଥିଲା ଜୋରଦାର ଆନ୍ଦୋଳନ । ଏହାକୁ ବିରୋଧ କରି ହଜାର ହଜାର କୃଷକ ମାସ ମାସ ଧରି ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୫୦ କୃଷକ ସହୀଦ ହୋଇଛନ୍ତି। ସମସ୍ତ ମୃତ କୃଷକଙ୍କ ପରିବାରକୁ ୩ ଲକ୍ଷ ଲେଖାଏ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ, ଚାଷୀ ଆନ୍ଦୋଳନ ସମୟରେ ଜୀବନ ହାରିଥିବା ପ୍ରତ୍ୟେକ କୃଷକଙ୍କ ପରିବାରକୁ ଏହି ସହାୟତା ରାଶି ପ୍ରଦାନ କରାଯିବ । ଏପରିକି କେନ୍ଦ୍ର ସରକାର ମଧ୍ୟ ସହାୟତାର ହାତ ବଢ଼ାଇବାକୁ ସେ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାର ପ୍ରତି ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି। ଏନେଇ ଚନ୍ଦ୍ରଶେଖରଙ୍କ ପୁଅ ତଥା  କେଟିଆର ଟ୍ୱିଟ କରି ଜଣାଯାଇଛି।

ସେ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି, କୃଷି ଆଇନ୍‌କୁ ବିରୋଧ କରି ପ୍ରାଣ ହରାଇଥିବା ୭୫୦ କୃଷକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇବାକୁ ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ତେଲେଙ୍ଗାନା ସରକାରରେ ମନ୍ତ୍ରୀ ଥିବା କେଟିଆର କହିଛନ୍ତି, ଆନ୍ଦୋଳନକୁ ଓହ୍ଲାଇଥିବା ସବୁ କୃଷକଙ୍କ ଉପରୁ କେନ୍ଦ୍ର ସରକାର ରୁଜୁ କରିଥିବା ମାମଲା ପ୍ରତ୍ୟାହାର କରିନେବା ଉଚିତ ।

ଏହାବାଦ ବିଜେପିର ଜଣେ ସାଂସଦ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କୃଷି ବିଲ୍‌ ପ୍ରତ୍ୟାହାର ପାଇଁ ଆନ୍ଦୋଳକୁ ଓହ୍ଲାଇ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ କୋଟିଏ ଲେଖା ସହାୟତା ଦେବାକୁ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ ପଞ୍ଜାବ ସରକାର ମଧ୍ୟ ମୃତକଙ୍କ ପରିବାର ଲାଗି ସହାୟତା ରାଶି ଘୋଷଣା କରି ସାରିଛନ୍ତି।  ବିଭିନ୍ନ କୃଷକ ସଙ୍ଗଠନ ମଧ୍ୟ ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

ପଞ୍ଜାବ ଓ ୟୁପିରେ ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ମୃତ ଚାଷୀଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ ନେଇ ଜୋର ଧରିପାରେ ରାଜନୀତି । ଏପରିକି ସଂଯୁକ୍ତ କିଷାନ ମୋର୍ଚ୍ଚା ପୂର୍ବରୁ ହିଁ  କୃଷକଙ୍କ ଉପରେ ହୋଇଥିବା ସବୁ ମାମଲା ପ୍ରତ୍ୟାହାର କରିବାକୁ ଦାବି କରି ସାରିଛି।

The post ମୃତ ୭୫୦ କୃଷକଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ତେଲେଙ୍ଗାନା appeared first on Odisha Reporter.



from Odisha Reporter https://ift.tt/32mJiEX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages