ଦୂରାରୋଗ୍ୟରେ ପୀଡ଼ିତ କର୍ମଚାରୀଙ୍କ ଝିଅ, କମ୍ପାନୀ ଦେଲା ୧୬ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 20, 2021

ଦୂରାରୋଗ୍ୟରେ ପୀଡ଼ିତ କର୍ମଚାରୀଙ୍କ ଝିଅ, କମ୍ପାନୀ ଦେଲା ୧୬ କୋଟି

ରାୟପୁର: ୨ ବର୍ଷର ଝିଅ ଦୁରାରୋଗ୍ୟ SMA ରେ ପୀଡ଼ିତ ଥିବା ବେଳେ ଚିକିତ୍ସା ପାଇଁ ଦରକାର ଥିଲା ୨ କୋଟି।  ହେଲେ ଏତେ ଟଙ୍କା ଯୋଗାଡ଼ କରିବା ପରିବାରର ସାମର୍ଥ୍ୟ ବାହାରେ ଥିଲା। ଶେଷରେ ଦେବଦୂତ ହୋଇ ଛିଡ଼ାଗଲା ବ୍ୟକ୍ତିଜଣକ କାମ କରୁଥିବା କମ୍ପାନୀ। ଏପରିକି ଝିଅର ଜୀବନ ବଞ୍ଚାଇବାକୁ କମ୍ପାନୀ ଯୋଗାଇ ଦେଲା ୧୬ କୋଟି। ଏପରି ଘଟଣା ଛତିଶଗଡ଼ରେ ଘଟିଥିବା ବେଳେ ଏହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା।

ଛତିଶଗଡ଼ର କୋରବା ଜିଲ୍ଲାରେ ଥିବା ସାଉଥ ଇଷ୍ଟର୍ନ କୋଲଫିଲ୍ଡସ୍‌ ଲିମିଟେଡ(SECL) ନିଜର ଜଣେ କର୍ମଚାରୀଙ୍କ ଝିଅର ଚିକିତ୍ସା ପାଇଁ ୧୬ କୋଟି ରାଶି ପ୍ରଦାନ କରିଛି। କମ୍ପାନୀରେ କାର୍ଯ୍ୟରତ ଥିବା  ସତିଶ କୁମାର ରବି ନାମକ କର୍ମଚାରୀଙ୍କ ଝିଅ ସୃଷ୍ଟି ରାନୀ SMA ରୋଗରେ ପୀଡ଼ିତ। ଏହା ଏକ ଦୁରାରୋଗ୍ୟ ହୋଇଥିବା ବେଳେ ଏହାର ଚିକିତ୍ସା ପଦ୍ଧତି ଖୁବ୍‌ ବ୍ୟୟସାପେକ୍ଷ । ଏଥିନିମନ୍ତେ ଆବଶ୍ୟକ ହେଉଥିବା ଇଞ୍ଜେକସନ୍ ବିଦେଶରେ ମିଳୁଥିବା ବେଳେ ତାହାର ମୂଲଞ ୧୬ କୋଟି ଟଙ୍କା।

ଜଣେ ସାଧାରଣ କର୍ମଚାରୀଙ୍କ ପକ୍ଷେ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନୁହେଁ। ଏପରି କ୍ଷେତ୍ରରେ  ସତିଶଙ୍କ ନିକଟରେ ତାଙ୍କ ଦୁଃଖ ସମୟରେ ଛିଡ଼ା ହୋଇଛି ତାଙ୍କ କମ୍ପାନୀ। ଏପରିକି କମ୍ପାନୀ ପକ୍ଷରୁ ଗତ ଶୁକ୍ରବାର ସତିଶଙ୍କୁ ୧୬ କୋଟିର ଚେକ୍‌ ପ୍ରଦାନ କରାଯାଇଛି।

ଏନେଇ କୋଲ ଇଣ୍ଡିଆ ପକ୍ଷରୁ ଟ୍ୱିଟ କରି କୁହାଯାଇଛି, କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ହିଁ ଅସଲ ସମ୍ପତ୍ତି ବୋଲି CIL ବିଶ୍ୱାସ କରେ। ଏହାକୁ ଆଖି ଆଗରେ ରଖି ଝିଅର ଚିକିତ୍ସା ପାଇଁ ସତିଶଙ୍କୁ ୧୬ କୋଟି ଟଙ୍କା ପ୍ରଦାନ କରାଯାଇଛି।

The post ଦୂରାରୋଗ୍ୟରେ ପୀଡ଼ିତ କର୍ମଚାରୀଙ୍କ ଝିଅ, କମ୍ପାନୀ ଦେଲା ୧୬ କୋଟି appeared first on Odisha Reporter.



from Odisha Reporter https://ift.tt/3nCzgHX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages