ଜାନୁଆରୀ ୧୮ରେ ମାଲ୍ୟାଙ୍କୁ ହାଜର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 30, 2021

ଜାନୁଆରୀ ୧୮ରେ ମାଲ୍ୟାଙ୍କୁ ହାଜର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପଳାତକ ଘୋଷିତ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଜାନୁଆରୀ ୧୮ରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭାରତରୁ ଋଣ ଜାଲିଆତି କରି ବ୍ରିଟେନରେ ଆତ୍ମଗୋପନ କରିଥିବା ମାଲ୍ୟାଙ୍କୁ ନୂଆଦିଲ୍ଲୀ ଆଣିବା ପାଇଁ ଏବେ ବି ପ୍ରକ୍ରିୟା ଚାଲିଛି। କିନ୍ତୁ ଏଯାଏ କିଛି ବି ଚୂଡ଼ାନ୍ତ ହୋଇପାରିନି।

ଏସବୁ ଭିତରେ ସୁପ୍ରିମକୋର୍ଟ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିଛନ୍ତି। ସେ ୟୁନାଇଟେଡ ସ୍ପିରିଟ୍‌ରୁ ୪୦ ମିଲିୟନ ଡଲାର ବିଦେଶକୁ ପଠାଇଥିଲେ। ସୁପ୍ରିମକୋର୍ଟ ଏପରି ନ କରିବାକୁ କହିଥିଲେ ମଧ୍ୟ ସେ ଅଦାଲତଙ୍କୁ ନିର୍ଦ୍ଦେଶକୁ ଖାତିର କରି ନଥିଲେ। ଏଥିପାଇଁ ତାଙ୍କୁ ସାଢ଼େ ୪ ବର୍ଷ ତଳେ ସୁପ୍ରିମକୋର୍ଟ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ।

ଏବେ ଉକ୍ତ ମାମଲାରେ ତାଙ୍କ ଉପରେ ଦଣ୍ଡବିଧାନ ହେବ। ତେଣୁ ସୁପ୍ରିମକୋର୍ଟ ମାଲ୍ୟାଙ୍କୁ ଜାନୁଆରୀ ୧୮ରେ ହାଜର ହେବାକୁ କହିଛନ୍ତି। ୨୦୧୭ ମେ’ ୯ରେ ସୁପ୍ରିମକୋର୍ଟ ମାଲ୍ୟାଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ତାଙ୍କୁ ୨୦୧୭ ଜୁଲାଇ ୧୦ରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ କହିଥିଲେ।

ହେଲେ ସେତେବେଳକୁ ମାଲ୍ୟା ବ୍ରିଟେନକୁ ଫେରାର ହୋଇ ସାରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକୁ ସେ କେବେ ହେଲେ ଖାତିର କରିନାହାନ୍ତି। ଭାରତ ସରକାର ତାଙ୍କୁ ସ୍ୱଦେଶ ଆଣିବାକୁ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରତ୍ୟର୍ପଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଥିଲେ ହେଁ ବ୍ରିଟେନ ସରକାର କୌଣସି ପ୍ରକାରର ସିକ୍ରେଟ ପ୍ରୋସେଡିଂ ସମ୍ପର୍କରେ ସୂଚନା ଦେଇନାହାନ୍ତି।

ତେଣୁ ମାଲ୍ୟାଙ୍କ ପ୍ରତ୍ୟର୍ପଣରେ ବିଳମ୍ବ ହେଉଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସଲିସିଟିର ଜେନେରାଲ ତୁଷାର ମେହେଟାଙ୍କା ଜରିଆରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ଏହା ଶୁଣିବା ପରେ ମଧ୍ୟ ସୁପ୍ରିମକୋର୍ଟ ମାଲ୍ୟାଙ୍କୁ ଜାନୁଆରୀ ୧୮ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିଛନ୍ତି।

The post ଜାନୁଆରୀ ୧୮ରେ ମାଲ୍ୟାଙ୍କୁ ହାଜର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ appeared first on Odisha Reporter.



from Odisha Reporter https://ift.tt/3pcY5K9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages