ମୁମ୍ବାଇ: ୨୦୧୩ ଶକ୍ତି ମିଲ୍ ଗଣଦୁଷ୍କର୍ମକାରୀଙ୍କୁ ହେବନି ଫାଶୀ। ଅଭିଯୁକ୍ତଙ୍କୁ ଭୋଗିବାକୁ ପଡିବ ଆଜୀବନ କାରାଦଣ୍ଡ। ଏନେଇ ଆଜି ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩ ଅଭିଯୁକ୍ତଙ୍କ ଫାଶୀ ନିର୍ଦ୍ଦେଶକୁ ସେ ବଦଳାଇ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୪ରେ ତଳ କୋର୍ଟ ଦେଇଥିବା ଫାଶୀ ଦଣ୍ଡାଦେଶ ରାୟକୁ ଚ୍ୟାଲେଞ୍ଜ କରି ୩ ଦୋଷୀ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଆଜି ଶୁଣାଣି କରିଥିଲେ ହାଇକୋର୍ଟ।
ସୂଚନାଯୋଗ୍ୟ ଯେ ୨୦୧୩ ରେ ଶକ୍ତି ମିଲ୍ ଗଣଦୁଷ୍କର୍ମରେ ଦୁଇଟି ମାମଲା ଥିଲା, ଗୋଟିଏ ଫଟୋଗ୍ରାଫର ସାମ୍ବାଦିକ ମାମଲା ଏବଂ ଅନ୍ୟଟି ଫୋନ୍ ଅପରେଟର ମାମଲା। ଏହି ଦୁଇଟି ଘଟଣାର ଶୁଣାଣି ଏକାଠି ଚାଲିଥିଲା ଏବଂ ଏହି ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ ଅଧିବେଶନ କୋର୍ଟରେ ମୃତ୍ୟୁଦଣ୍ଡ ଦିଆଯାଇଥିବା ବେଳେ ଜଣେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ଆଉ ଜଣେ ନାବାଳକଙ୍କୁ ଜୁଭେନାଇଲ୍ ହୋମ୍କୁ ପଠାଇ ଦିଆଯାଇଥିଲା।
୪ ଏପ୍ରିଲ ୨୦୧୪ରେ ମୁମ୍ବାଇ ସେସନ୍ କୋର୍ଟ ତିନି ଦୋଷୀ ବିଜୟ ଜାଦବ, କାସିମ ବଙ୍ଗାଲୀ ଏବଂ ସିଲମ ଅସାଂରୀଙ୍କୁ ଫଶୀ ଦଣ୍ଡାଦେଶ ଶୁଣାଇଥିଲେ। ତେବେ ଆଜି ଭିଡିଓ କନ୍ଫ୍ରେନ୍ସିଂ ଜରିଆରେ ବମ୍ବେ ହାଇକୋର୍ଟରେ ଏହି ତିନି ଅଭିଯୁକ୍ତ ହାଜର ହୋଇଥିଲେ।
୨୨ ଅଗଷ୍ଟ ୨୦୧୩ରେ ଏକ ମାଗାଜିନ୍ ପାଇଁ କାମ କରୁଥିବା ଜଣେ ମହିଳା ଫଟୋ ଜର୍ଣ୍ଣାଲିଷ୍ଟଙ୍କୁ ମହାଲକ୍ଷ୍ମୀ ଶକ୍ତି ମିଲ୍ କମ୍ପାଉଣ୍ଡରେ ଗଣଦୁଷ୍କର୍ମ କରାଯାଇଥିବା ମାମଲା ସାମ୍ନାକୁ ଆସିଥିଲା। ଏହାପରେ ୨୩ ଅଗଷ୍ଟ ୨୦୧୩ରେ ପୁଲିସ ପ୍ରଥମେ ଏହି ମାମଲାରେ ଜଣେ ନାବାଳିକଙ୍କୁ ଗିରଫ କରିଥିଲା। ପରେ ୨୪ ଅଗଷ୍ଟରେ ଅଭିଯୁକ୍ତ ବିଜୟ ଯାଦବ ଓ ସିରାଜ ରହମାନ ଗିରଫ ହୋଇଥିଲେ। ଏହାପରେ ୨୫ ତାରିଖରେ କସିମ ବଙ୍ଗାଲୀ ଧରାପଡିଥିଲେ। ପରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଲିମ ଅସାଂରୀକୁ ପୁଲିସ ଧରିବାରେ ସକ୍ଷମ ହୋଇଥିଲା।
ସେହିପରି ୩ ନଭେମ୍ବର ୨୦୧୩ରେହ ଆଉ ଜଣେ ପୀଡିତା ସାମ୍ନାକୁ ଆସିଥିଲେ। ୧୯ ବର୍ଷୀୟା ଜଣେ ଟେଲିଫୋନ୍ ଅପରେଟ୍ର ତାଙ୍କୁ ଜୁଲାଇ ୩୧ରେ ୫ ଜଣ ଗଣଦୁଷ୍କର୍ମ କରିଥିବା ନେଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଏହି ମାମଲାରେ ମଧ୍ୟ ପୂର୍ବରୁ ଗିରଫ ହୋଇଥିବା ୩ ଜଣଙ୍କ ଅଭିଯିକ୍ତ ସାମିଲ୍ ଥିଲେ।
The post ଶକ୍ତି ମିଲ୍ ଗଣଦୁଷ୍କର୍ମ ମାମଲା: ଦୋଷୀଙ୍କୁ ଫାଶୀ ନୁହେଁ ଆଜୀବନ ଦଣ୍ଡ appeared first on Odisha Reporter.
from Odisha Reporter https://ift.tt/3nOcVXU
No comments:
Post a Comment