ପୁଅ ଦେଲା ସୂଚନା, ବାପାଙ୍କୁ ପୁଣି ଥରେ ଡାକିଲା ଇଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 25, 2021

ପୁଅ ଦେଲା ସୂଚନା, ବାପାଙ୍କୁ ପୁଣି ଥରେ ଡାକିଲା ଇଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡିରେ ଆଜି ହାଜର ହୋଇଛନ୍ତି ପୂର୍ବତନ ଆଇଏଫ୍ଏସ୍ ଅଧିକାରୀ ଅଭୟକାନ୍ତ ପାଠକ । ଏହାକୁ ମିଶାଇ ଅଭୟକାନ୍ତ ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ।

ଚାକିରୀ ଦେବା ନାଁରେ ଠକେଇ ଓ ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ଆଜି ସେ ହାଜର ହୋଇଛନ୍ତି  । ଏହା ପୂର୍ବରୁ ତାଙ୍କ ପୁଅ ଆକାଶ ପାଠକକଙ୍କୁ ଡାକି ଇଡି ଜେରା କରିଥିଲା । ଆକାଶଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଅଭୟଙ୍କୁ ଡକାଯାଇଥିବା କୁହାଯାଉଛି ।

ପୂର୍ବରୁ  ଅକ୍ଟୋବର ୫ରେ ଅଭୟଙ୍କୁ ଇଡି ଜେରା କରିଥିଲା । ଆର୍ଥିକ ହେରଫେର ମାମଲାରେ ସେତେବେଳେ ତାଙ୍କୁ ଜେରା କରାଯାଇଥିଲା । ସେପଟେ ଦୁର୍ନୀତି, ଭ୍ରଷ୍ଟାଚାର ଓ କ୍ଷମତାର ଅପବ୍ୟବହାର ଅଭିଯୋଗ ପରେ ରାଜ୍ୟ ସରକାରଙ୍କ ସୁପାରିଶ ଆଧାରରେ ଗତ ମେ’ ମାସରେ କେନ୍ଦ୍ର ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ।

୯.୩ କୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଗତବର୍ଷ ନଭେମ୍ବର ୨୭ ତାରିଖରେ ଅଭୟ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଥିଲା ଗତ ଜୁନ୍ ମାସରେ ଅଭୟକାନ୍ତ ଜାମିନରେ ମୁକୁଳିଥିଲେ   ।

The post ପୁଅ ଦେଲା ସୂଚନା, ବାପାଙ୍କୁ ପୁଣି ଥରେ ଡାକିଲା ଇଡି appeared first on Odisha Reporter.



from Odisha Reporter https://ift.tt/3r9mtPd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages