ନୂଆଦିଲ୍ଲୀ: ରାଜଧାନୀରେ ଧୀରେ ଧୀରେ କମୁଛୁ ପ୍ରଦୂଷଣ। କିନ୍ତୁ ଏଯାଏଁ ଆସିନି ସୁଧାର। ଦ୍ରୁତ ବେଗରେ ପବନ ବହିବା ଯୋଗୁଁ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ କିଛି ମାତ୍ରାରେ କିମିଛି। ବିଭିନ୍ନ ସ୍ଥାନରେ ବାୟୁର ଗୁଣବତ୍ତା ମଧ୍ୟ ହ୍ରାସ ପାଇଛି। କିନ୍ତୁ ପୂରାପୁରି ସୁଧାର ଆସିନାହିଁ। ଏହାକୁ ନେଇ ଆଜି ପୁଣି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି।
୨୧ ନଭେମ୍ବର ଭିତରେ ଦିଲ୍ଲୀର ସ୍ଥିତିରେ ସୁଧାର ଆସିବ ବୋଲି କହିଥିଲେ। କିନ୍ତୁ ଏଯାଏଁ ପ୍ରଦୂଷଣ କମିନାହିଁ। କିଛି ସ୍ଥାନରେ ପବନ ବହିବା ଯୋଗୁଁ ପ୍ରଦୂଷଣ କମିଛି। କିନ୍ତୁ ଆପଣମାନେ ଏହାକୁ କମ୍ କରିବା ପାଇଁ ସ୍ଥାୟୀ ଭାବେ କ’ଣ ସବୁ ପଦକ୍ଷେପ ନେଇଛନ୍ତି ବୋଲି ଆଜି ଶୁଣାଣି ବେଳେ କଡା ଭାଷାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।
ଶୁଣାଣି ବେଳେ ସିଜେଇ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି ଯେ, ‘କ’ଣ ହେଲା ତୁମେ କୁହ? ଆପଣ କହିଥିଲେ ଯେ ନଭେମ୍ବର ୨୧ରୁ ପରିସ୍ଥିତି ଭଲ ରହିବ। ପ୍ରବଳ ପବନ ହେତୁ ଆମେ ବଞ୍ଚିଗଳୁ, କିନ୍ତୁ ପାଣିପାଗ ବିଭାଗର ଖବର ସୂଚନାନୁଯାୟୀ ଆଜି ସନ୍ଧ୍ୟା ଠାରୁ ଏହା ପୁଣି ଗୁରୁତର ହୋଇପାରେ।’
ଏହାପୂର୍ବରୁ ଦିଲ୍ଲୀ ସରକାର ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ ଯେଉଁଥିରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି।
ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ନଭେମ୍ବର ୨୧ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ନଭେମ୍ବର ୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ସରକାର କୋର୍ଟଙ୍କୁ କହିଛନ୍ତି ଯେ ଯାନବାହାନର ପାର୍କିଂ ଶୁଳ୍କକୁ ତିନିରୁ ଚାରି ଗୁଣ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି। ଏନେଇ ସ୍ଥାନୀୟ ସଂସ୍ଥା କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି। ଦିଲ୍ଲୀରେ ଯାତାୟାତ ହ୍ରାସ କରିବାକୁ ଟ୍ରାଫିକ ପୁଲିସର ସଂଖ୍ୟା ବୃଦ୍ଧି କରାଯାଇଛି ବୋଲି କୁହାଯାଇଛି।
ଯାତ୍ରୀମାନଙ୍କୁ ଆକୃଷ୍ଠ କରିବା ପାଇଁ ସରକାର ଡିଟିସି ଏବଂ କ୍ଲଷ୍ଟର ବସ୍ ସଂଖ୍ୟା ବୃଦ୍ଧି କରିଛନ୍ତି। ଏହା ବ୍ୟତୀତ ଦିଲ୍ଲୀ ରାସ୍ତାରେ ଧୂଳି ସଫା କରିବା ପାଇଁ ଡଷ୍ଟିଂ ମେସିନ୍ ସଂଖ୍ୟା ବୃଦ୍ଧି କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ରୋକିବା ପାଇଁ ଚେଷ୍ଟା କରାଯିବ ବୋଲି ନିଜ ସତ୍ୟପାଠରେ କହିଛନ୍ତି ଦିଲ୍ଲୀ ସରକାର।
The post କମିଲା ପ୍ରଦୂଷଣ, କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ appeared first on Odisha Reporter.
from Odisha Reporter https://ift.tt/32vpZcD
No comments:
Post a Comment