ୱାଶିଂଟନ୍: ବିଶ୍ୱର ସବୁଠୁ ଶକ୍ତଶାଳୀ ଦେଶ ଆମେରିକାର ଆୟୋଜନ କରୁଛି ‘ମହାସମ୍ମିଳନୀ’। ଲୋକତନ୍ତ୍ର ଉପରେ ଚର୍ଚ୍ଚାକୁ ନେଇ ଆସନ୍ତା ୯ ଏବଂ ୧୦ ଡିସେମ୍ବରରେ ଆମେରିକା କରିବାକୁ ଯାଉଛି ଭର୍ଚୁଆଲ ସମ୍ମିଳନୀ। ଏଥିପାଇଁ ୧୧୦ ଦେଶକୁ ବାଇଡେନ୍ ସରକାର ଆମନ୍ତ୍ରିତ କରିଛନ୍ତି। ତେବେ ଏହି ୧୧୦ ଦେଶରୁ ବାଦ୍ ପଡିଛି ଚୀନ୍। ସେହିପରି ନାଟୋ ସଦସ୍ୟ ତୁର୍କୀକୁ ମଧ୍ୟ ମିଳିନି ନିମନ୍ତ୍ରଣ। ତେବେ ଚୀନର ପଡ଼ୋଶୀ ରାଷ୍ଟ୍ର ତାଇୱାନକୁ କିନ୍ତୁ ନିମନ୍ତ୍ରଣ ମିଳିଛି।
ତେବେ ଗଣତନ୍ତ୍ର ଉପରେ ଭର୍ଚୁଆଲ୍ ସମ୍ମିଳନୀରେ ଯୋଗ ଦେବାକୁ ଥିବା ନିମନ୍ତ୍ରଣ ତାଲିକାରେ ଅଧିକାଂଶ ପାଶ୍ଚାତ୍ୟ ଦେଶ ଥିଲେ ମଧ୍ୟ ଇରାକ୍, ଭାରତ ଓ ପାକିସ୍ତାନ ଆଦି ରାଷ୍ଟ୍ରଙ୍କୁ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି । ଯୁକ୍ତରାଷ୍ଟ୍ର ଆମେରିକାର ମୁଖ୍ୟ ଶତ୍ରୁ ଚୀନ୍କୁ ଏହି ମହାସମ୍ମଳନୀକୁ ନିମନ୍ତ୍ରଣ ଦିଆଯାଇ ନାହିଁ, କିନ୍ତୁ ତାଇୱାନ୍ କୁ ଦିଆଯାଇଛି। ଯାହାଫଳରେ ବେଜିଂ ରାଗିବା ସ୍ୱାଭାବିକ।
ବାସ୍ତବରେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେରିକା ପୁଣି ଥରେ ତାଇୱାନକୁ ନିମନ୍ତ୍ରଣ କରି ଚୀନ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଛି। ଚୀନ୍ ଏବଂ ତାଇୱାନ ମଧ୍ୟରେ ସମ୍ପର୍କ ବର୍ତ୍ତମାନ ଅତ୍ୟନ୍ତ ତିକ୍ତ ପରିସ୍ଥିତି ଦେଇ ଗତି କରୁଛି। ଚାଇନା ତାଇୱାନକୁ ଦଖଲ କରିବାକୁ ଚାହୁଁଛି, ଯାହା ବିରୁଦ୍ଧରେ ତାଇୱାନ ସରକାର ଦୃଢ଼ ଭାବେ ବିରୋଧ କରୁଛନ୍ତି। କୌଣସି ମୂଲ୍ୟରେ ଚୀନ୍ର ଶାସନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହିଁ ତାଇୱାନ୍।
ଅନ୍ୟପଟେ ଆମେରିକାର ବୈଦେଶିକ ବିଭାଗର ୱେବସାଇଟରେ ପ୍ରକାଶିତ ଦେଶ ତାଲିକାରେ ଋଷର ନାମ ମଧ୍ୟ ନଥିବାବେଳେ ଦକ୍ଷିଣ ଏସିଆ ଅଞ୍ଚଳ, ଆଫଗାନିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଭଳି ଦେଶ ମଧ୍ୟ ଏହି ତାଲିକାରୁ ବାଦ ପଡିଛନ୍ତି।
ଏହା ବ୍ୟତିରକେ, ଡୋନାଲ୍ଡ୍ ଟ୍ରମ୍ପଙ୍କ ଦୃଢ଼ ସମର୍ଥକ ଥିବା ଉଗ୍ର ଦକ୍ଷିଣପନ୍ଥୀ ଜାଇର୍ ବୋଲ୍ସୋନାରୋଙ୍କ ଶାସନାଧୀନ ବ୍ରାଜିଲ୍କୁ ମଧ୍ୟ ଉକ୍ତ ସମ୍ମିଳନୀକୁ ବାଇଡେନ୍ ନିମନ୍ତ୍ରଣ କରିଛନ୍ତି।
ମାନବ ଅଧିକାର ରେକର୍ଡ ସମ୍ବନ୍ଧରେ ‘ୟୁରୋପୀୟ ସଂଘ’ ସହ ଉତ୍ତେଜନା ଲଗାଇ ରଖିଥିଲେ ସୁଦ୍ଧା ୟୁରୋପୀୟ ଦେଶ ପୋଲାଣ୍ଡକୁ ଉକ୍ତ ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇଛି।
ସେପଟେ ମଧ୍ୟ-ପ୍ରାଚ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରୁ କେବଳ ଇସ୍ରାଏଲ୍ ଏବଂ ଇରାକ୍ ଭର୍ଚୁଆଲ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସେହିପରି ନିମନ୍ତ୍ରଣ ପାଇଥିବା ଆଫ୍ରିକୀୟ ଦେଶମାନଙ୍କ ମଧ୍ୟରେ ଅଛନ୍ତି ‘ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ’, ଦକ୍ଷିଣ ଆଫ୍ରିକା, ନାଇଜେରିଆ ଏବଂ ନାଇଜର୍।ଅଧିନାୟକବାଦର ପ୍ରତିରୋଧ, ଦୁର୍ନୀତି ବିରୋଧରେ ସଂଗ୍ରାମ ଏବଂ ମାନବ ଅଧିକାର ପ୍ରତି ସମ୍ମାନର ପ୍ରସାର ଭଳି ତିନୋଟି ବିଷୟବସ୍ତୁକୁ ଆଧାର କରି ଉକ୍ତ ସମ୍ମିଳନୀ ଡକାଯିବ ବୋଲି ଅଗଷ୍ଟ ମାସରେ ହ୍ୱାଇଟ୍ ହାଉସ୍ କହିଥିଲା।
The post ‘ମହାସମ୍ମିଳନୀ’ ଚୀନ୍କୁ ଡାକିଲାନି ଆମେରିକା appeared first on Odisha Reporter.
from Odisha Reporter https://ift.tt/3l29omY
No comments:
Post a Comment