ନିଜ ଦଳକୁ ହିଁ ସିଦ୍ଧୁଙ୍କ ଟାର୍ଗେଟ, କହିଲେ- ନିର୍ବାଚନ ପୂର୍ବରୁ ଧରେଇଲେ ଲଲିପପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 2, 2021

ନିଜ ଦଳକୁ ହିଁ ସିଦ୍ଧୁଙ୍କ ଟାର୍ଗେଟ, କହିଲେ- ନିର୍ବାଚନ ପୂର୍ବରୁ ଧରେଇଲେ ଲଲିପପ୍‌

ନୂଆଦିଲ୍ଲୀ: ଥମୁନି ପଞ୍ଜାବ କଂଗ୍ରେସ କନ୍ଦଳ। ଦଳ ଭିତରେ ହିଁ ଚାଲିଛି ତୁ ତୁ ମେଁ ମେଁ। ନିଜର କର୍ମୀମାନେ ହିଁ ପରସ୍ପରକୁ କରୁଛନ୍ତି ଟାର୍ଗେଟ। ପଞ୍ଜାବ କଂଗ୍ରେସ ପିପିସି ସଭାପତି ନବଜୋତ ସିଂ ସିଦ୍ଧୁ ନିଜ ଦଳର ନେତୃତ୍ୱ ସରକାରଙ୍କୁ ହିଁ ବାଣ ମାରିଛନ୍ତି। ବିଦ୍ୟୁତ୍ ଶୁଳ୍କ ୟୁନିଟ୍ ପିଛା ୩ ଟଙ୍କା ହ୍ରାସ କରିବା ନିଷ୍ପତ୍ତିକୁ ସେ ‘ଲଲିପପ୍’ ବୋଲି କହିଛନ୍ତି। କେବଳ ପଞ୍ଜାବର କଲ୍ୟାଣ ସହ ଜଡିତ ଏଜେଣ୍ଡା ଉପରେ ଭୋଟ୍ ଦେବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି।

ଗତକାଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଘରୋଇ କ୍ଷେତ୍ରରେ ବିଦ୍ୟୁତ୍ ଶୁଳ୍କ ୟୁନିଟ୍ ପିଛା ୩ ଟଙ୍କା ହ୍ରାସ କରିବା ଏବଂ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଆଜି ନବଜୋତ ସିଂ ସିଦ୍ଧୁ ଚନ୍ନି ଏହି ଘୋଷଣାକୁ ନେଇ ଟାର୍ଗେଟ କରିଛନ୍ତି।

ପଞ୍ଜାବରେ ସଂଯୁକ୍ତ ହିନ୍ଦୁ ମହାସଭାର ଏକ କାର୍ଯ୍ୟକ୍ରମରେ ସିଦ୍ଧୁ ପ୍ରଶ୍ନ କରିଛନ୍ତି ଯେ ରାଜ୍ୟର କଲ୍ୟାଣ ବିଷୟରେ କେହି କହିବେ କି? ସେ କହିଛନ୍ତି ଯେ, ସେମାନେ ଲଲିପପ୍ ଧରାଇ ଦେଇଛନ୍ତି, ଏହା ମାଗଣା, ଦୁଇ ମାସ ପାଇଁ ହିଁ ଏହା ମାଗଣା ହେବ (ଆସନ୍ତା ବର୍ଷ ଆରମ୍ଭରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବ)। କ୍ରିକେଟରରୁ ରାଜନେତା ବନିଥିବା ସିଦ୍ଧୁ ଯେଉଁମାନେ ଏହି ପ୍ରତିଶ୍ରୁତି ଦେଉଛନ୍ତି, ସେମାନେ କିପରି ଏହାକୁ ପ୍ରତିଶ୍ରୁତି ପୂରଣ କରିବେ? ବୋଲି ଜନସାଧାରଣଙ୍କୁ ସେହି ରାଜନେତାମାନଙ୍କୁ ପ୍ରଶ୍ନ କରିବା ପାଇଁ କହିଛନ୍ତି।

ରାଜ୍ୟର ପୁନଃରୁଦ୍ଧାର ଏବଂ କଲ୍ୟାଣ ପାଇଁ ଏକ ରୋଡମ୍ୟାପ ଉପରେ ଗୁରୁତ୍ୱ ଦେଇ ସେ ଲୋକମାନଙ୍କୁ “ଲଲିପପ୍” ନୁହେଁ ବରଂ ବିକାଶର ଏଜେଣ୍ଡା ଉପରେ ଭୋଟ ଦେବାକୁ କହିଛନ୍ତି। କେବଳ ସରକାର ଗଠନ କରିବା କିମ୍ବା ମିଛ କହି ସତ୍ତାକୁ ଆସିବା, ୫୦୦ ପ୍ରତିଶ୍ରୁତି ଦେବା ଅବା ରାଜ୍ୟର କଲ୍ୟାଣ କରିବା ରଜନୀତି ନୁହେଁ। ରଜନୀତି ଏବେ ଏକ ପେଶା ପାଲଟିଯାଇଛି, ଏହା ଏବେ ଏକ ମିଶନ ନୁହେଁ ବୋଲି ସିଦ୍ଧୁ କହିଛନ୍ତି।

ସିଦ୍ଧୁଙ୍କ ଏଭଳି ବୟାନ ସାମ୍ନାକୁ ଆସିବା ପରେ ସ୍ପଷ୍ଟ ହୋଇଛି ଯେ, ବର୍ତ୍ତମାନ ଯାଏଁ ପଞ୍ଜାବ କଂଗ୍ରେସରେ ସବୁ କିଛି ଠିକ୍‌ ଚାଲିନାହିଁ। ଦଳ ଭିତରେ ହିଁ ଶୀତଳ ଯୁଦ୍ଧ ଚାଲିଥିବା ମନେ ହେଉଛି।

ସୂଚନାଯୋଗ୍ୟ ଯେ, ଗତକାଲି ପଞ୍ଜାବରେ ଘରୋଇ ବିଦ୍ୟୁଜ ଶୁଳ୍କ ୟୁନିଟ୍‌ ପିଛା ୩ଟଙ୍କା ହ୍ରାସ୍‌ କରିବାକୁ ସରକାର ଘୋଷଣା କରିବା ପରେ ଆମ୍‌ ଆଦମୀ ପାର୍ଟି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଟାର୍ଗେଟ କରିଥିଲା। ସାମ୍ବାଦିକ ସମ୍ମିଳନୀରେ ଆପ୍‌ର ପଞ୍ଜାବର ପ୍ରଭାରୀ ଦୟିତ୍ୱରେ ଥିବା ରାଘବ ଚଡ୍ଡା କହିଥିଲେ, ‘ପଞ୍ଜାବର ଲୋକଙ୍କୁ ବିଭ୍ରାନ୍ତ କରିବା ଏବଂ ଆଖିରେ ଧୂଳି ପକାଇବା ପାଇଁ ଡ୍ରାମାବାଜ ଚନ୍ନି ସାହାବ କାର୍ଯ୍ୟ କରୁଛନ୍ତି।’

The post ନିଜ ଦଳକୁ ହିଁ ସିଦ୍ଧୁଙ୍କ ଟାର୍ଗେଟ, କହିଲେ- ନିର୍ବାଚନ ପୂର୍ବରୁ ଧରେଇଲେ ଲଲିପପ୍‌ appeared first on Odisha Reporter.



from Odisha Reporter https://ift.tt/3jYEf3w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages