ସାବଧାନ ଶତ୍ରୁ, ନୌସେନାରେ ଏଣ୍ଟ୍ରି କଲା ସାଇଲେଣ୍ଟ କିଲର୍‌ ‘ଭେଲା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 24, 2021

ସାବଧାନ ଶତ୍ରୁ, ନୌସେନାରେ ଏଣ୍ଟ୍ରି କଲା ସାଇଲେଣ୍ଟ କିଲର୍‌ ‘ଭେଲା’

ନୂଆଦିଲ୍ଲୀ: ଏବେ ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା। ସାମିଲ ହେଲା ସମୁଦ୍ରର ସାଇଲେଣ୍ଟ କିଲର। ଗୁରୁବାର  ଭାରତୀୟ ନୌସେନାରେ INS ଭେଲା ସାମିଲ ହୋଇଛି।  ମୁମ୍ବାଇର ମାଜଗା ଡକ୍ ଶିପ୍ ବିଲ୍ଡର୍ସ ଲିମିଟେଡ୍ ଦ୍ୱାରା ଫ୍ରାନ୍ସ ନାଭାଲ୍ ଗ୍ରୁପର ଟେକ୍ନୋଲୋଜି ସହାୟତାରେ ନିର୍ମାଣ କରାଯାଇଛି।

MDL ଦ୍ୱାରା ର୍ନିମିତ ସ୍କର୍ପିଅନ ଢାଞ୍ଚାର ୬ଟି ବୁଡଜାହାଜ ମଧ୍ୟରୁ ଭେଲା ଅନ୍ୟତମ।  ଦୁଇ ବର୍ଷରୁ ଅଧିକ ପରୀକ୍ଷଣ ପରେ ଆଜି INS ଭେଲାକୁ ଲଞ୍ଚ କରାଯାଇଛି। ମେ ୨୦୧୯ରେ ଭାରତ ପ୍ରଥମେ ଏହାକୁ ପରୀକ୍ଷା କରିଥିଲା। ଶତ୍ରୁ ସହିତ ମୁକାବିଲା କରିବାରେ INS ଭେଲା ଏହାର ଅତ୍ୟାଧୁନିକ ଯୁଦ୍ଧ କ୍ଷମତା ପାଇଁ ପରିଚିତ।

ଏହି ଡିଜେଲ-ଇଲେକ୍ଟ୍ରିକ୍ ସ୍କର୍ପିନ୍ ଶ୍ରେଣୀର ବୁଡ଼ାଜାହାଜ ଆଣ୍ଟି-ସର୍ଫେସ୍ ଯୁଦ୍ଧ, ଆଣ୍ଟି-ସବ୍-ମ୍ୟାରିନ୍ ଯୁଦ୍ଧ, ଗୁଇନ୍ଦା ତଥ୍ୟ ସଂଗ୍ରହ, ନୀରିକ୍ଷଣ ଭଳି ଅନେକ ମିଶନକୁ ରୂପ ଦେଇପାରେ। ଏଥିରେ ଟପ୍‌ ସାଇଲେନ୍ସିଂ ଟେକନିକ୍, ନିମ୍ନ ବିକିରଣ ଶବ୍ଦସ୍ତର, ହାଇଡ୍ରୋ-ଡାଇନାମିକ୍ ଆକୃତି, ଗାଇଡେଡ୍ ଅସ୍ତ୍ର ବ୍ୟବହାର କରି ଶତ୍ରୁ ଉପରେ ଆକ୍ରମଣ କଲା ଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇଛି।

INS ଭେଲା, କାଲାଭାରି ଶ୍ରେଣୀର ଚତୁର୍ଥ ବୁଡ଼ାଜାହାଜ। ଏହାର ଲମ୍ବ ୨୨୧ ଫୁଟ, ଉଚ୍ଚତା ୪୦ ଫୁଟ ଏବଂ ଓଜନ ୧୫୬୫ ଟନ୍ ରହିଛି। INS ଭେଲାରେ ଯନ୍ତ୍ରପାତି ସ୍ଥାପନ ପାଇଁ ପ୍ରାୟ ୧୧ କିଲୋମିଟର ପାଇପ୍ ଏବଂ ୬୦ କିଲୋମିଟର କେବୁଲ୍ ଫିଟିଙ୍ଗ୍ କରାଯାଇଛି।

ଏହି ବୁଡ଼ାଜାହାଜଟି ସ୍ୱତନ୍ତ୍ର ଷ୍ଟିଲ୍‌ରେ ତିଆରି। ଏହାର ଉଚ୍ଚ ଟେନସାଇଲ୍ ଶକ୍ତି ଅଛି ଯାହା ପାଣି ଭିତରେ ଅତ୍ୟନ୍ତ ଗଭୀରକୁ ଯାଇ କାର୍ଯ୍ୟ କରିବାକୁ ସକ୍ଷମ।  ଏହି ବୁଡା ଜାହାଜଟି ରାଡାର ସିଷ୍ଟମକୁ ଖୁବ୍‌ ସହଜରେ ଚକ୍‌ମା ଦେବାରେ ମଧ୍ୟ ସକ୍ଷମ। ଏହା ବ୍ୟତୀତ ଏହା କୌଣସି ପରିବେଶରେ ମଧ୍ୟ ପରିଚାଳିତ ହୋଇପାରିବ। ରତୀୟ ନୌସେନା ପକ୍ଷରୁ ଏହାକୁ ଆତ୍ମର୍ନିଭର ଭାରତର ଏକ ଉଦାହରଣ ବୋଲି କୁହାଯାଉଛି।

The post ସାବଧାନ ଶତ୍ରୁ, ନୌସେନାରେ ଏଣ୍ଟ୍ରି କଲା ସାଇଲେଣ୍ଟ କିଲର୍‌ ‘ଭେଲା’ appeared first on Odisha Reporter.



from Odisha Reporter https://ift.tt/3cLG8wj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages