ନୂଆଦିଲ୍ଲୀ: ସକାଳୁ ସକାଳୁ ଭୂକମ୍ପର ଝଟକା। ମିଆଁମାର- ଭାରତ ସୀମାରେ ଶୁକ୍ରବାର ସକାଳେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ୬.୩ ଥିଲା। ଭୂକମ୍ପର ଝଟକା ପଶ୍ଚିମବଙ୍ଗର କୋଲକାତା ଓ ମିଜୋରାମର ଥେନଜୋଲରେ ଅନୁଭୂତ କରାଯାଇଛି। ଏଠାରେ ଭୂକମ୍ପର ରିକ୍ଟର ସେଲର ତୀବ୍ରତା ୬.୧ ଥିବା ଜଣାପଡ଼ିଛି। ଏ ନେଇ ୟୁରୋପିଆନ୍ ମେଡିଟେରାନିଆନ୍ ସିସ୍ମୋଲୋଜିକାଲ୍ ସେଣ୍ଟର ସୂଚନା ଦେଇଛି।
ୟୁରୋପିଆନ୍ ମେଡିଟେରାନିଆନ୍ ସିସ୍ମୋଲୋଜିକାଲ୍ ସେଣ୍ଟରର ସୂଚନା ମୁତାବକ, ବାଂଲାଦେଶର ଚିଟାଗଙ୍ଗର ୧୭୫ କିଲୋମିଟର୍ ପୂର୍ବଭାଗରେ ୬.୩ ତୀବ୍ରତାରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଆଉ ଏହି ଭୂକମ୍ପର ଝଟକା ଭାରତରେ ପଶ୍ଚିମବଙ୍ଗ, ତ୍ରିପୁରା ଓ ଆସାମରେ ମଧ୍ୟ ଅନୁଭୂତ କରାଯାଇଛି। ଏହାବ୍ୟତୀତ ଶୁକ୍ରବାର ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମିଜୋରାମରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା।
An earthquake of magnitude 6.1 occurred today around 5:15 am at 73km SE of Thenzawl, Mizoram:
National Center for Seismology pic.twitter.com/Bz6dQf1SuJ— ANI (@ANI) November 26, 2021
An earthquake of magnitude 6.3 strikes 175 km E of Chittagong, Bangladesh (Myanmar-India border region) about 9 minutes ago: European-Mediterranean Seismological Centre (EMSC) pic.twitter.com/nePZp4elmD
— ANI (@ANI) November 26, 2021
ଏଏନଆଇ ରିପୋର୍ଟ ମୁତାବକ, ଏହି ଭୂକମ୍ପରେ କାହାରିକୁ କୌଣସି କ୍ଷତି ହୋଇନାହିଁ। ଅନ୍ୟପକ୍ଷରେ ନ୍ୟାଶନାଲ୍ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁଯାୟୀ, ମିଜୋରାମର ଥେନଜୋଲରୁ ୭୩ କିଲୋମିଟର୍ ଦୂର ଦକ୍ଷିଣ-ପୂର୍ବରେ ସକାଳ ୫.୧୫ରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏହାର ରିକ୍ଟର ସେଲର ତୀବ୍ରତା ଥିଲା।
ଏହା ପୂର୍ବରୁ ଆସାମର ରାଜଧାନୀ ଗୌହାଟୀ ସମେତ ରାଜ୍ୟର କିଛି ସ୍ଥାନରେ ଗତ ଶନିବାର ଦ୍ୱିପହରରେ ୪.୧ ତୀବ୍ରତା ଭୂକମ୍ପର ଝଟକା ଅନୁଭୂତ କରାଯାଇଥିଲା।
The post ସକାଳୁ ସକାଳୁ ଭୂକମ୍ପର ଝଟକା appeared first on Odisha Reporter.
from Odisha Reporter https://ift.tt/3reurXs
No comments:
Post a Comment