୩ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 20, 2021

୩ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ୍

ମାଲକାନଗିରି (ରତ୍ନାକର ପ୍ରଧାନ): ୩ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଗଛ କାଟି ନଷ୍ଟକଲା ପୁଲିସ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ  ଲଗାଯାଇଥିବା ଗଞ୍ଜେଇ ଗଛକୁ ପୁଲିସ ନଷ୍ଟ କରିଦେଇଛି।

ମିଳିଥିବା ସୂଚନା ଅନୁସାରେ, ଚିତ୍ରକୋଣ୍ଡାରେ ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ଚାଷ୍ କରାଯାଇଥିବା ପୁଲିସ ଖବର ପାଇଥିଲା। ଆଜି ସକାଳେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡ଼ପଦର ପଞ୍ଚାୟତ ଅନ୍ତର୍ଗତ ପୁରଣା ବନଗୁରୁ, ପାବଳିଗୁଡା, ଲାଂଭାସିଙ୍ଘ, ରରାଗଣିଗୁଡା ଓ ସାରିଆପାଲି ଅଞ୍ଚଳରେ ଚଢ଼ାଉ କରି ୨୦୫ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ  ନିଆଁ ଜାଳି ପୁଲିସ ନଷ୍ଟ କରିଦେଇଛି।

ଏସଡିପିଓଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହିଭଳି ଆଗାମୀ ଦିନରେ ଗଞ୍ଜେଇ ଚାଷ ନଷ୍ଟ କରାଯିବ ବୋଲି ପୁଲିସ କହିଛି ।

 

 

The post ୩ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ୍ appeared first on Odisha Reporter.



from Odisha Reporter https://ift.tt/3nDFXtu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages