ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଭାରତରେ ବ୍ୟବହାର ହେଉଥିବା କୋଭାକ୍ସିନ ଓ କୋଭିସିଲ୍ଡ ଟିକାକୁ ୯୬ଟି ଦେଶ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇଥିବା ୮ ଟିକା ମଧ୍ୟରେ ଭାରତରେ ଉତ୍ପାଦିତ ହେଉଥିବା କୋଭାକ୍ସିନ ଓ କୋଭିସିଲ୍ଡ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୮ଟି ଟିକାକୁ ତା’ର ଜରୁରିକାଳୀନ ବ୍ୟବହାର ତାଲିକାରେ ରଖିଛି। ଆମେ ଖୁସିର ସହ କହିବାକୁ ଚାହୁଁଛେ ଯେ ଏହି ୮ଟି ଟିକା ମଧ୍ୟରୁ ଭାରତର ଦୁଇଟି-କୋଭାକ୍ସିନ ଓ କୋଭିସିଲ୍ଡ ରହିଛି। ବିଶ୍ୱର ୯୬ଟି ଦେଶ ଏହି ଦୁଇ ଟିକାକୁ ମଞ୍ଜରୀ ଦେଇଛନ୍ତି ବୋଲି ସେ କହିଛନ୍ତି।
କୋଭାକ୍ସିନ ଓ କୋଭିସିଲ୍ଡକୁ ମଞ୍ଜୁରୀ ଦେଇଥିବା ୯୬ଟି ଦେଶଗୁଡ଼ିକ ମଧ୍ୟରେ ଆମେରିକା, କାନାଡା, ଅଷ୍ଟ୍ରେଲିଆ, ସ୍ପେନ, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, ବେଲଜିୟମ, ରୁଷ ଓ ସ୍ୱିଜରଲ୍ୟାଣ୍ଡ ପ୍ରମୁଖ ରହିଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟ ଆହୁରି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଦେଶରେ ୧୦୯ କୋଟି ଡୋଜ୍ ଟିକାକରଣ ସରିଛି। କେନ୍ଦ୍ର ସରକାରଙ୍କ ହର ଘର ଦସ୍ତକ ଅଧୀନରେ ସ୍ୱାସ୍ଥ୍ୟକର୍ମୀମାନେ ଲୋକଙ୍କ ଘରକୁ ଯାଇ ସେମାନଙ୍କ ଟିକାକରଣ କରୁଛନ୍ତି। ଏଯାଏ କୋଭାକ୍ସିନ ଓ କୋଭିସିଲ୍ଡକୁ ଅନୁମତି ଦେଇ ନଥିବା ବିଶ୍ୱର ଅନ୍ୟ ଦେଶଗୁଡ଼ିକ ସହ ଭାରତ ସରକାର ଯୋଗାଯୋଗରେ ଅଛନ୍ତି। ଏହାଦ୍ୱାରା ବ୍ୟବସାୟିକ ଓ ପର୍ଯ୍ୟଟନର ସମ୍ପର୍କ ସୁଦୃଢ଼ ହୋଇପାରିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କୋଭାକ୍ସିନ ଟିକାକୁ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ପ୍ରସ୍ତୁତ କରିଛି। ସେହିପରି କୋଭାକ୍ସିନର ଉତ୍ପାଦନ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ କରୁଛି।
The post କୋଭାକ୍ସିନ ଓ କୋଭିସିଲ୍ଡକୁ ୯୬ଟି ଦେଶର ମଞ୍ଜୁରୀ appeared first on Odisha Reporter.
from Odisha Reporter https://ift.tt/3C1hXEk
No comments:
Post a Comment