ମା’ ଲକ୍ଷ୍ମୀଙ୍କ କୃପା ନ ହେଲେ ଘରେ କେବେ ବି ଧନ ରହିବ ନାହିଁ। ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହିବ । ଯେତେ ରୋଜଗାର ହେଲେ ବି ତାହା ନିଜ ଆବଶ୍ୟକତାକୁ ପୂରଣ କରିବାକୁ ଯଥେଷ୍ଟ ହୁଏ ନାହିଁ। ଘରେ ପଇସା ରହିପାରେନି ଓ ଘରର ସଦସ୍ୟ ବେମାର ପଡ଼ନ୍ତି । ତେଣୁ ମା’ ଲକ୍ଷ୍ମୀଙ୍କ କୃପା ପାଇବାକୁ ହେଲେ କିଛି ନିୟମ ମାନିବାକୁ ପଡ଼ିବ ବୋଲି ବିଶ୍ୱାସ ରହିଛି।
ସାଧାରଣତଃ ସକାଳେ ଘରକୁ ଝାଡ଼ୁ ମାରି ସଫା କରିବା ଶାସ୍ତ୍ରସମ୍ମତ। ହେଲେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ସନ୍ଧ୍ୟା ଗଡ଼ିବା ପରେ ଘର ଝାଡ଼ୁ କରିଥାନ୍ତି। ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ବି ଝାଡ଼ୁ ଲଗାଇଲେ ତାହା ଶାସ୍ତ୍ର ସମ୍ମତ । ହେଲେ ସୂର୍ଯ୍ୟ ଅସ୍ତ ହେବା ପରେ ଏପରି କାମ କଦାପି କରିବା ଉଚିତ ନୁହେଁ।
ସନ୍ଧ୍ୟା ପରେ କିମ୍ବା ରାତିରେ ଘରେ ଝାଡ଼ୁ କରିବାକୁ ବାରଣ କରାଯାଇଥାଏ। ଏପରି କରିବା ଦ୍ୱାରା ଘର ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହି ନ ଥାଏ। ଏଥିସହ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜଟିଳତା ଦେଖାଦେଇଥାଏ।
ଏନେଇ ବିଶ୍ୱାସ ରହିଛି, ରାତିରେ ସୂର୍ଯ୍ୟଙ୍କ କିରଣ ନ ଥାଏ। ଫଳରେ ଅତ୍ୟନ୍ତ ଛୋଟ ଜିନିଷ ଦେଖା ଯାଇ ନ ଥାଏ। ଫଳରେ କିଛି ଅତ୍ୟାବଶ୍ୟକ ଜିନିଷ ପଡ଼ି ଯାଇଥିଲେ ତାହା ହଜିଯିବାର ବି ଡର ରହିଥାଏ। ଏଥିସହ ରାତିରେ ଘରର କୋଣ ସଫା କରିବା କାଠିକର ପାଠ ହୋଇଥାଏ।
ବାସ୍ତୁ ଅନୁଯାୟୀ, ଝାଡ଼ୁକୁ କେବେ କି ଚଳପ୍ରଚଳ କରୁଥିବା ସ୍ଥାନରେ ରଖିବା ଉଚିତ ନୁହେଁ। ଏପରିକି ଏହାକୁ ସିଧା ରଖିବାକୁ ବି ଶୁଭ ଧରା ଯାଇ ନ ଥାଏ। ଏପରିକି ସମସ୍ତଙ୍କ ଆଖି ସାମନାରେ ଝାଡ଼ୁ ଥିଲେ ଘରେ କଳହ ଲାଗେ ବୋଲି ବିଶ୍ୱାସ ରହିଛି। ତେଣୁ ଏହାକୁ ସବୁବେଳେ ନଜର ଆଢୁଆଳରେ ରଖିବା ଉଚିତ ।
The post ହୋଇପାରନ୍ତି ମା’ ଲକ୍ଷ୍ମୀଙ୍କ ରୋଷର ଶିକାର, କରନ୍ତୁ ନାହିଁ ଏପରି କାମ appeared first on Odisha Reporter.
from Odisha Reporter https://ift.tt/3qo144x
No comments:
Post a Comment