ବାହା ହେଲେ ନୋବେଲ ବିଜେତା ମଲାଲା ୟୁସୁଫଜାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 9, 2021

ବାହା ହେଲେ ନୋବେଲ ବିଜେତା ମଲାଲା ୟୁସୁଫଜାଇ

ବର୍ହିଂହାମ: ମହିଳାଙ୍କ ଶିକ୍ଷା ଅଧିକାର ପାଇଁ ଲଢ଼େଇ କରି ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇଥିବା ମଲାଲ ୟୁସୁଫଜାଇ ବିବାହ କରିଛନ୍ତି। ଆତଙ୍କୀଙ୍କୁ ନ ଡରି ସେ ମହିଳାଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବାରୁ ତାଙ୍କୁ ନୋବେଲ ପୁରସ୍କାର ମଧ୍ୟ ମିଳିଥିଲା। ଏବେ ସେ ମାତ୍ର ୨୪ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ବ୍ରିଟେନର ବର୍ହିଂହାମରେ ମଲାଲା ଓ ତାଙ୍କ ପାର୍ଟନର ଅସ୍‌ର ମଲିକଙ୍କ ନିକ୍କା କାର୍ଯ୍ୟକ୍ରମ ଶେଷ ହୋଇଛି। ଏହି ଖବରକୁ ଉଭୟ ସୋଶାଲ ମିଡିଆରେ ସାର୍ବଜନୀନ କରିଛନ୍ତି। ନିକ୍କା କାର୍ଯ୍ୟକ୍ରମରେ ଉଭୟ ପକ୍ଷର ପରିବାର ଲୋକ ଉପସ୍ଥିତ ଥିଲେ। ଟ୍ୱିଟରେ ମଲାଲ ବିବାହ ବେଳର ଫଟୋ ପୋଷ୍ଟ କରି ଲୋକଙ୍କ ଆର୍ଶୀବାଦ କାମନା କରିଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, “ଆଜି ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ। ଜୀବନରେ ପାର୍ଟନ ଭାବେ ରହିବା ପାଇଁ ଅସର ଓ ମୁଁ ଏକାଠି ହୋଇଛୁ। ଆମେ ବର୍ହିଂହାମ ଘରେ ଓ ପରିବାର ଲୋକଙ୍କ ଉପସ୍ଥିତରେ ନିକ୍କା କରିଛୁ। ଆପଣମାନେ ଆମ ପାଇଁ ପ୍ରାର୍ଥନା କରନ୍ତୁ। ଆମେ ଆପଣମାନଙ୍କ ସହ ଏକାଠି ଆଗକୁ ବଢ଼ିବାକୁ ବେଶ ଉତ୍ସାହିତ ରହିଛୁ।”

ମଲାଲା ୟୁସୁଫଜାଇ ପାକିସ୍ତାନରେ ଜନ୍ମ ଗ୍ରହଣ କରିଥିଲେ। ମହିଳା ଶିକ୍ଷା ଅଧିକାର ପାଇଁ ପ୍ରଚାର କରୁଥିବା ମଲାଲାଙ୍କୁ ୨୦୧୨ରେ ପାକିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଗୁଳି କରିଥିଲେ। ଏହି ସମୟରେ ତାଙ୍କୁ ମାତ୍ର ୧୧ ବର୍ଷ ବୟସ ହୋଇଥିଲା। ଗୁଳି ତାଙ୍କ ମୁଣ୍ଡରେ ବାଜିଥିବାରୁ ତାଙ୍କୁ ବ୍ରିଟେନର ବର୍ହିଂହାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଦୀର୍ଘ ୨ ବର୍ଷର ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ଶେଷରେ ୨୦୧୪ରେ ସେ ବର୍ହିଂହାମରେ ନିଜ ପରିବାର ଲୋକଙ୍କ ସହ ନୂଆ ଘରରେ ରହିବା ଆରମ୍ଭ କରିଥିଲେ। ବାପାଙ୍କ ସହାୟତାରେ ସେଠାରେ ସେ ‘ମଲାଲା ଫଣ୍ଡ’ ନାଁରେ ଗୋଟିଏ ଚାରିଟୀ ଗଠନ କରିଛନ୍ତି। ମହିଳା ଓ ଝିଅଙ୍କ ସ୍ୱପ୍ନକୁ ପୂରା କରିବା ହିଁ ଏହି ସଂସ୍ଥାର ଲକ୍ଷ୍ୟ।


ମଲାଲାଙ୍କ ନିର୍ଭୀକତା ଓ ଲଢ଼େଇକୁ ସମ୍ମାନ ଜଣାଇ ୨୦୧୪ ଡିସେମ୍ବର ମାସରେ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଫିଲୋସଫି, ରାଜନୀତି ଓ ଅର୍ଥନୀତିରେ ଅଧ୍ୟୟନ କରିଛନ୍ତି। ୨୦୨୦ରେ ସେ ସେଠାରୁ ଗ୍ରାଜ୍ୟୁଏଟ ହୋଇଥିଲେ।

ଅନ୍ୟପକ୍ଷରେ ମଲାଲା ତାଙ୍କ ସ୍ୱାମୀ ଅସର ମଲିକଙ୍କ ବିଷୟରେ ଅଧିକ କିଛି ତଥ୍ୟ ଦେଇନାହାନ୍ତି। ତେବେ ଅସର ମଲିକ ପାକିସ୍ତାନ କ୍ରିକେଟ୍ ବୋର୍ଡର ହାଇ ପର୍ଫରମାନ୍ସ କେନ୍ଦ୍ରର ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

The post ବାହା ହେଲେ ନୋବେଲ ବିଜେତା ମଲାଲା ୟୁସୁଫଜାଇ appeared first on Odisha Reporter.



from Odisha Reporter https://ift.tt/3wxi2hR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages