‘ଜିକା’ ପାଇଁ କଣ୍ଟେନମେଣ୍ଟ, କଡ଼ା କଟକଣା ଲାଗୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 14, 2021

‘ଜିକା’ ପାଇଁ କଣ୍ଟେନମେଣ୍ଟ, କଡ଼ା କଟକଣା ଲାଗୁ

ଲକ୍ଷ୍ନୌ: ରାଜ୍ୟରେ ଚିନ୍ତା ବଢ଼ାଇଲାଣି ‘ଜିକା’ ଭାଇରସ। ଉତ୍ତରପ୍ରଦେଶ କରୋନା ପରେ ଏବେ ‘ଜିକା’ ଭାଇରସ କାୟା ମେଲାଇଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ କଡା ନିୟମ ଲାଗୁ କରିଛନ୍ତି। ଜିକାକୁ ଅଟକାଇବା ପାଇଁ ଆପଣାଇଛନ୍ତି କରୋନା ନିୟମ।

ଜିକା ପାଇଁ ତିଆରି କରାଯିବ କଣ୍ଟେନମେଣ୍ଟ ଜୋନ୍‌। ଜିକା ଭାଇରସ ରୋଗୀଙ୍କ ଘରର ଆଖପାଖ ଠାରୁ ୪୦୦ ମିଟର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ ତିଆରି କରାଯିବ। ଏଥିସହ ସଂକ୍ରମିତଙ୍କ ହୋମ ଆଇସୋଲେସନରେ ରଖିବାକୁ ପରାମର୍ଶ ଦିଆଯାଇଛି। ଏନେଇ ଶନିବାର ଲକ୍ଷ୍ନୌର ଜିଲ୍ଲା ମାଜିଷ୍ଟ୍ରେଟ୍‌ ନେର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ମନିଟରିଂ ଦଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ଦ୍ଦେଶାବଳୀ ଅନୁଯାୟୀ, ତଦାରଖ ପାଇଁ ୫୫୦ଟି ସୁପର ସର୍ଭିଲାନ୍ସ ଟିମ୍‌ ଗଠନ କରାଯାଇଛି। ପ୍ରତ୍ୟେତ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୫ ଜଣିଆ ଦଳ ଉପସ୍ଥିତ ରହିବେ। ସେମାନେ ଘର ଘର ବୁଲି ରୋଗୀଙ୍କୁ ସର୍ବେକ୍ଷଣ କରି ତାଙ୍କ ଉପରେ ନଜର ରଖିବେ। ଆଣ୍ଟି-ଲାର୍ଭା ଯାଞ୍ଚ କରିବେ ଏବଂ ଲକ୍ଷଣାତ୍ମକ ଲୋକଙ୍କୁ ପରୀକ୍ଷା କରିବେ।

ଏହା ସହିତ ଜିକା ଭାଇରସ୍ ପଜିଟିଭ୍ ବ୍ୟକ୍ତିଙ୍କ ଘର ବାହାରେ ବ୍ୟାରିକେଡିଂ ଲଗାଯିବ। ଡିଏମ କହିଛନ୍ତି ଯେ ଜିକା ଭାଇରସ ପଜିଟିଭ ରୋଗୀକୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ରଖିବା ଉଚିତ। ଇଣ୍ଟିଗ୍ରେଟେଡ୍ କୋଭିଡ୍ କମାଣ୍ଡ ସେଣ୍ଟର ମାଧ୍ୟମରେ ଲୋକଙ୍କୁ ଜିକା ଭାଇରସ୍ ସମ୍ବନ୍ଧୀୟ ସୂଚନା ଉପଲବ୍ଧ କରାଇବା ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଜିକା ପ୍ରଭାବିତ ରାଜ୍ୟ ତଥା ବିଦେଶରୁ ଆସୁଥିବା ଯାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ବିମାନବନ୍ଦର, ରେଳ ଷ୍ଟେସନ ଏବଂ ବସ୍‌ଷ୍ଟାଣ୍ଡରେ ପ୍ରଭାରୀ ନିଯୁକ୍ତ କରାଯାଇଛି।

ଲକ୍ଷ୍ନୌରେ ଜିକା ଭାଇରସର ୪ ମାମଲା ଚିହ୍ନଟ ହୋଇଛି। ଦୁଇଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ଦୁଇଜଣ ଘରେ ଆଇସୋଲେସନରେ ଅଛନ୍ତି। ଡିଏମ ଅଭିଷେକ ପ୍ରକାଶ କହିଛନ୍ତି ଯେ ବର୍ତ୍ତମାନଠାରୁ ସମ୍ପୂର୍ଣ୍ଣ ସଚେତନ ହୋଇ ନିୟନ୍ତ୍ରଣ କାର୍ଯ୍ୟକୁ ତୀବ୍ର କରାଯିବା ଉଚିତ।

The post ‘ଜିକା’ ପାଇଁ କଣ୍ଟେନମେଣ୍ଟ, କଡ଼ା କଟକଣା ଲାଗୁ appeared first on Odisha Reporter.



from Odisha Reporter https://ift.tt/3kDaBB5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages