ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ସହିତ ଗିରଫ କରିବା ପାଇଁ ଦାବି ହୋଇ ଆସୁଥିବା ବେଳେ ଆଜି ରାସ୍ତା ଉପରେ ସେ ଅକଳ ସ୍ଥିତିରେ ପଡ଼ିଥିଲେ। ରାସ୍ତା ଉପରେ ଅନ୍ୟମାନଙ୍କ ସମ୍ମୁଖରେ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ସିଧାସିଧା କହିଥିଲେ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ୍।
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଭବାନୀପାଟଣାରୁ ନିଜ ନିର୍ବାଚନ ମଣ୍ଡଳିକୁ ଯାଉଥିବା ବେଳେ ଏମ୍ଏସ୍କେ ଛକରେ ତାଙ୍କ ସହିତ ସାମ୍ନାସାମ୍ନି ହୋଇଥିଲେ ବିଜେପି ଯୁବ ନେତା ଦୀପଜ୍ୟୋତି ମୁଣ୍ଡ୍। ମନ୍ତ୍ରୀ ରାସ୍ତାରେ ଚାଲି ଚାଲି ଯାଉଥିବା ଦେଖି ଦୀପଜ୍ୟୋତି ତାଙ୍କ ପାଖରେ ଯାଇ ପହଞ୍ଚି ଯାଇଥିଲେ ଓ ସେ କାହିଁକି ଇସ୍ତଫା ଦେଉ ନାହାନ୍ତି ବୋଲି ସିଧାସିଧା ପଚାରିଥିଲେ।
ସେ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିବା ସହିତ କାହିଁକି ୨୩ ଦିନ ପରେ ବାହାରିଲେ ବୋଲି ବି ପଚାରିଥିଲେ। ତେବେ ଅଭିଯୋଗ ସତ ପ୍ରମାଣ ହେଲେ ତାଙ୍କୁ ଫାଶୀ ଦେଇ ଦିଅନ୍ତୁ ବୋଲି ଦୀପଜ୍ୟୋତିଙ୍କୁ କହିଥିଲେ ମନ୍ତ୍ରୀ। ଏହା ପରେ ଦୀପଜ୍ୟୋତି କହିଥିଲେ, ଆମକୁ ଫାଶୀ ଦରକାର ନାହିଁ। ଆମକୁ ସଠିକ୍ ତଦନ୍ତ ଦରକାର। ତା’ପରେ ଯାହା ହେବା କଥା ହେବ। ଏହା ସହିତ କେବେ ନ୍ୟାୟ ଦେବ ବୋଲି ସେ ମନ୍ତ୍ରୀଙ୍କୁ କହିଥିଲେ।
ମନ୍ତ୍ରୀ ଶ୍ରୀ ମିଶ୍ର ଗାଡ଼ିରେ ବସିବା ପରେ ଦୀପଜ୍ୟୋତିଙ୍କୁ ପୁଲିସ୍ ସେଠାରୁ ଠେଲି ଦୂରେଇ ଯିବାକୁ କହିଥିବା ଦେଖିବାକୁ ମିଳିଥିଲା।
The post ରାସ୍ତା ଉପରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ଦେବାକୁ କହିଲେ ଦୀପଜ୍ୟୋତି appeared first on Odisha Reporter.
from Odisha Reporter https://ift.tt/3mzUDJh
No comments:
Post a Comment