ବିରାଟ କୋହଲିଙ୍କ ଝିଅକୁ ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 2, 2021

ବିରାଟ କୋହଲିଙ୍କ ଝିଅକୁ ଧମକ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର କ୍ୟାପ୍ଟେନ୍‌ ବିରାଟ କୋହଲିଙ୍କ ଝିଅକୁ ଧମକ। କୋହଲିଙ୍କ ୯ ମାସର ଝିଅକୁ ଧମକ ଦିଆଯାଇଛି। ସୋଶାଲ ମିଡିଆ ଟ୍ୱିଟରରେ ଏହି ଧମକ ଦିଆଯାଇଛି। ଏନେଇ ଦିଲ୍ଲୀ ମହିଳା କମିଶନ ପୁଲିସକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନ୍‌ଠାରୁ ଟିମ୍‌ ଇଣ୍ଡିଆ ଶୋଚନୀୟ ଭାବେ ପରାଜିତ ହେବା ପରେ କେହି ଜଣେ ଟ୍ୱିଟରରେ ଏକ ବିବାଦୀୟ ପୋଷ୍ଟ କରି ବିରାଟ କୋହଲିଙ୍କ ଝିଅକୁ ଧମକ ଦେଇଛି।

ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲିୱାଲ ଘଟଣାକୁ ନିନ୍ଦା କରିବା ସହ ଜଣେ ୯ ମାସ ଝିଅକୁ ଧମକ ଦେବା ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି।  ଘଟଣାର ତଦନ୍ତ ପାଇଁ ସେ ଦିଲ୍ଲୀ ପୁଲିସକୁ  ଟ୍ୱିଟ୍‌ କରି ଜଣାଇଛନ୍ତି। ସ୍ୱାତୀ କହିଛନ୍ତି ଯେ, ଟିମ ଇଣ୍ଡିଆ ଆମକୁ ୧୦୦୦ ଥର ଗର୍ବିତ କରିଛି।

ତେବେ ଏମିତି ଗୋଟିଏ ପରାଜୟ ପାଇଁ ଏତେ ପାଗଳାମି କଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସୂଚନା ଅନୁଯାୟୀ, ଦୁବାଇରେ ହୋଇଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ପାକିସ୍ତାନଠାରୁ ଲଜ୍ଜାଜନ ପରାସ୍ତ ହୋଇଥିଲା। ସେବେଠାରୁ ଟିମ ଇଣ୍ଡିଆକୁ କଡ଼ା ସମାଲୋଚନା କରାଯାଉଛି।

The post ବିରାଟ କୋହଲିଙ୍କ ଝିଅକୁ ଧମକ appeared first on Odisha Reporter.



from Odisha Reporter https://ift.tt/3EzpSKM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages