କୋଲକାତା: ପଶ୍ଚିମବଙ୍ଗରେ ପୁଣି ଦବଦବା ଜାହିର କଲେ ଦିଦି। ଆରମ୍ଭ ହୋଇଛି ଟିଏମସି କର୍ମୀଙ୍କ ସେଲିବ୍ରେସନ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଉପନିର୍ବାଚନରେ କମାଲ କରିଛି। ନିଜର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିକୁ ପଛରେ ପକାଇ ଭୋଟ୍ ହାତେଇବାରେ ବହୁ ଆଗରେ ରହିଛି ଟିଏମସି। ପଶ୍ଚିମବଙ୍ଗରେ ହୋଇଥିବା ୫ଟି ଯାକ ବିଧାନସଭା ଆସନରେ ହୋଥିବା ଉପନିର୍ବାଚନରେ ଟିଏମସିର ପଲା ଭାରି ରହିଛି।
ଆଜି ଚାଲିଥିବା ଭୋଟ ଗଣତିରେ ଟିଏମସି ଆଗରେ ରହିଥିବାରୁ ଦଳର କର୍ମୀ ମାନେ ଉତ୍ସବ ମନାଇବା ଆରମ୍ଭ କରିଦେଇଛନ୍ତି। ଭୋଟ ଗଣତି କେନ୍ଦ୍ର ଗୁଡ଼ିକ ଆଗରେ ଟିଏମସି କର୍ମୀ ମାନେ ନାଚଗୀତରେ ମସଗୁଲଥିବା ଦେଖାଦେଛି।
ଦିନହାତା ଆସନରେ ଟିଏମସିର ପ୍ରାର୍ଥୀ ବିଜେପିର ଅଶୋକ ମଣ୍ଡଳଙ୍କଠାରୁ ୯୬ ହଜାର ଭୋଟରେ ଆଗୁଆ ଅଛନ୍ତି। ସେହିପରି ୧୪ ରାଉଣ୍ଡ ଗଣତି ପରେ ଗୋସାବା ଆସନରେ ଟିମଏମସି ଆଗରେ ଥିବା ବେଳେ ଚବିଶ ପ୍ରଗଣାମରେ ମଧ୍ୟଦଳ ଲିଡ୍ କରୁଛି ରହିଛି। ସେହିପରି ଶାନ୍ତିପୁର , ଖରଦାହରେ ମଧ୍ୟ ଟିଏମସି ପ୍ରାର୍ଥୀ ବହୁ ଆଗରେ ରହିଛନ୍ତି। ଗତ ୩୦ ତାରିଖରେ ପଶ୍ଚମବଙ୍ଗର ୫ଟି ଆସନରେ ଉପନିର୍ବାଚନ ହୋଇଥିଲା।
The post ପୁଣି କମାଲ କଲେ ଦିଦି, ବିଜେପିକୁ ଜବରଦସ୍ତ ଝଟ୍କା appeared first on Odisha Reporter.
from Odisha Reporter https://ift.tt/3wfK1mk
No comments:
Post a Comment