ବଲାଙ୍ଗିର ପୁଲିସ୍‌କୁ ସଫଳତା; କ୍ୟାଡର ନକ୍ସଲ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 27, 2021

ବଲାଙ୍ଗିର ପୁଲିସ୍‌କୁ ସଫଳତା; କ୍ୟାଡର ନକ୍ସଲ ନିହତ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲାରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ନକ୍ସଲ ଓ ସୁରକ୍ଷା ବାହିନୀ। ପୁଲିସ ଗୁଳିରେ ଜୀବନ ହାରିଛି ଜଣେ କ୍ୟାଡର ନକ୍ସଲ। ଗତକାଲି ରାତିରେ ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତର ଜୁନାନୀବାହାଲରେ ଘଟିଛି ଏହି ଘଟଣା।

ମୃତ ନକ୍ସଲର ନାଁ ଶଙ୍କର ବୋଲି ଜଣାପଡ଼ିଛି। ସେ ଏରିଆ କମାଣ୍ଡର ଥିଲା। ତା’ ଘର ଶତିଶଗଡ଼ରେ ବୋଲି କୁହାଯାଉଛି। ତେବେ ପୁଲିସ୍ ଏନେଇ କିଛି ସୂଚନା ଦେଇ ନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଜୁନାନୀବାହାଲ ଗାଁରେ ଜଣଙ୍କ ଘରକୁ ତିନିରୁ ଚାରି ଜଣ ମାଓବାଦୀ ଆସିଥିବା ଖବର ପାଇଥିଲା ଖପ୍ରାଖୋଲ ପୁଲିସ। ଏହା ପରେ ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶରେ ଖପ୍ରାଖୋଲ ଥାନା ଅଧିକାରୀ ଡିଭିଏଫ ଟିମ୍ ସହିତ ସେଠାରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ କ୍ୟାଡର ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ତେବେ ଅନ୍ୟମାନେ ସେଠାରୁ ଫେରାର ହୋଇଯିବାରେ ସଫଳ ହୋଇଥିଲେ। ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନ୍‌କୁ ପୁଲିସ୍ ଜୋରଦାର କରି ଦେଇଛି।

The post ବଲାଙ୍ଗିର ପୁଲିସ୍‌କୁ ସଫଳତା; କ୍ୟାଡର ନକ୍ସଲ ନିହତ appeared first on Odisha Reporter.



from Odisha Reporter https://ift.tt/3FUxoR2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages