ଦେଶରେ ପ୍ରଥମ, ପୁରୁଷଙ୍କ ତୁଳନାରେ ବଢ଼ିଲା ମହିଳାଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 25, 2021

ଦେଶରେ ପ୍ରଥମ, ପୁରୁଷଙ୍କ ତୁଳନାରେ ବଢ଼ିଲା ମହିଳାଙ୍କ ସଂଖ୍ୟା

ନୂଆଦିଲ୍ଲୀ: ପୁରୁଷଙ୍କ ତୁଳନାରେ ବଢ଼ିଲା ମହିଳାଙ୍କ ସଂଖ୍ୟା। ଦେଶ ସ୍ୱାଧୀନ ପରେ ପ୍ରଥମ ଥର ପାଇଁ ପୁରୁଷମାନଙ୍କ ଠାରୁ ମହିଳାମାନଙ୍କ ସଂଖ୍ୟା ଅଧିକ ରହିଛି। ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣର ସର୍ଭେ-୫ ବା NFHS ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି।

ନୂତନ ସର୍ଭେ ଅନୁଯାୟୀ ଏବେ ଭାରତରେ ପ୍ରତି ଏକ ହଜାର ପୁରୁଷରେ ମହିଳାଙ୍କ ସଂଖ୍ୟା ହଜାରେ କୋଡିଏ ରହିଛି।  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ରିଲିଜ୍ କରିଥିବା ଏହି ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଏଇ ତଥ୍ୟ ପ୍ରକାଶ ପାଇଛି।

ଏହା ପୂର୍ବରୁ ୨୦୧୫-୧୬ରେ  NFHS  ଚତୁର୍ଥ ପର୍ଯ୍ୟାୟ ସର୍ବେକ୍ଷଣରେ ପ୍ରତି ୧ହଜାର ପୁରୁଷରେ ୯୯୧ ଜଣ ମହିଳା ଥିଲେ। ଏଥର କିନ୍ତୁ ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ଗ୍ରାମାଞ୍ଚଳରେ ଲିଙ୍ଗ ଅନୁପାତ ହାର ପ୍ରତି ଏକ ହଜାର ପୁରୁଷରେ ଏକ ହଜାର ୩୭ ବୋଲି ରିପୋର୍ଟରୁ ଜଣାପଡିଛି। ସେହିଭଳି ସର୍ଭେ ଅନୁଯାୟୀ ୨୩ଟି ରାଜ୍ୟରେ ହଜାରେ ପୁରୁଷରେ ମହିଳାଙ୍କ ସଂଖ୍ୟା ହଜାରରୁ ଅଧିକ ଥିବା ଜଣାପଡିଛି।

ସହରାଞ୍ଚଳରେ ଏହି ସଂଖ୍ୟା ୯୮୫ ରହିଛି। ପୂର୍ବରୁ ଏହି ସଂଖ୍ୟା ଗ୍ରାମାଞ୍ଚଳରେ ୧୦୦୯ ଓ ସହରରେ ୯୫୬ ଥିଲା। ଉତ୍ତର ପ୍ରଦେଶରେ ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୧୦୧୭, ବିହାରରେ ୧୦୯୦, ଦିଲ୍ଲୀରେ ୯୧୩, ମଧ୍ୟ ପ୍ରଦେଶରେ ୯୭୦, ରାଜସ୍ଥାନରେ ୧୦୦୯, ଛତିଶଗଡରେ ୧୦୧୫, ମହାରାଷ୍ଟ୍ରରେ ୯୬୬, ପଞ୍ଜାବରେ ୯୩୮, ହରିୟାଣାରେ ୯୨୬ ଓ ଝାଡଖଣ୍ଡରେ ୧୦୫୦ ରହିଛି।

ସେହିପରି ଦେଶରେ ଜନ୍ମହାର ମଧ୍ୟ ହ୍ରାସ ପାଇଛି । ଯାହା ଜନସଂଖ୍ୟା ବୃଦ୍ଧିକୁ ଦର୍ଶାଇଥାଏ। ଜନ୍ମହାର ୨ ପ୍ରତିଶତକୁ ଖସି ଆସିଛି। ପୂର୍ବରୁ ୨୦୧୫-୧୬ରେ ଏହା ୨.୨% ଥିଲା।

ସୂଚନାଯୋଗ୍ୟ, ୧୯୦୧ରେ ଦେଶରେ ଲିଙ୍ଗଗତ ଅନୁପାତ ପ୍ରତି ହଜାରେ ପୁରୁଷରେ ୯୭୨ ମହିଳା ରହିଥିଲା। କିନ୍ତୁ ସ୍ୱାଧିନତା ପରେ ୧୯୫୧ରେ ଏହା ୯୪୨କୁ ଖସି ଆସିଥିଲା। ୧୯୭୧ରେ ଏହା କମ୍ ହୋଇ ୯୩୦କୁ ହ୍ରାସ ପାଇଥିଲା। ୨୦୧୧ ଜନଗଣନା ଅନୁସାରେ ଏହି ସଂଖ୍ୟାରେ ସାମାନ୍ୟ ସୁଧାର ଆସି ୯୪୦ରେ ପହଁଚିଥିଲା।

The post ଦେଶରେ ପ୍ରଥମ, ପୁରୁଷଙ୍କ ତୁଳନାରେ ବଢ଼ିଲା ମହିଳାଙ୍କ ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/3oVTM5T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages