ନୱାବ ମଲିକଙ୍କ ମୁହଁରେ ତାଲା ପକାଇଲେ ହାଇକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 25, 2021

ନୱାବ ମଲିକଙ୍କ ମୁହଁରେ ତାଲା ପକାଇଲେ ହାଇକୋର୍ଟ

ମୁମ୍ବାଇ: ଏନ୍‌ସିବି ନେତା ତଥା ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲ୍ଲିକଙ୍କ ମୁହଁରେ ପଡିଲା ତାଲା। ବମ୍ବେ ହାଇକୋର୍ଟ ତାଙ୍କୁ ମୁହିଁରେ ତାଲା ପକାଇଛନ୍ତି। ଏନ୍‌ସିବି ଜୋନାଲ ହେଡ୍‌ ସମୀର ୱାଙ୍ଖଡେ ଓ ତାଙ୍କ ପରିବାର ବିରୋଧରେ ନୱାବ କରୁଥିବା ବୟାନବାଜୀ ଉପରେ କୋର୍ଟ ଲଗାଇଛନ୍ତି ରୋକ୍‌।

ସମୀର ୱାଙ୍ଖଡେଙ୍କ ବାପା କରିଥିବା ଆବେଦନ ଉପରେ ବମ୍ବେ ହାଇକୋର୍ଟ ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ସମୀର ୱାଙ୍ଖଡେଙ୍କ ବାପାଙ୍କୁ ବଡ ଆଶ୍ୱସ୍ତି ମିଳିଛି।

କୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ, ଏନ୍‌ସିପି ନେତା ନୱାବ ମଲ୍ଲିକ କିମ୍ବା ତାଙ୍କ ପରିବାର ଏବେ ୱାଙ୍ଖଡେଙ୍କ ବିରୋଧରେ କିଛି ବି ପ୍ରଚାର କିମ୍ବା ପ୍ରସାର କରିପାରିବେ ନାହିଁ।  ସିଧାସଳଖ କିମ୍ବା ଇସାରାରେ ମଧ୍ୟ ୱାଙ୍ଖଡେଙ୍କ ବିରୋଧରେ କୌଣସି ବୟାନବାଜୀ କରିପାରବେ ନାହିଁ ଏନ୍‌ସିପି ନେତା ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ନୱାନ ମଲିକ ଓ ତାଙ୍କ ପରିବାର ସମୀର ୱାଙ୍ଖଡେଙ୍କ ବିରୋଧରେ ଅନାବଶ୍ୟାକ ବୟାନବାଜୀ କରୁଛନ୍ତି ବୋଲି ଅଭିଯୋଗ ଆସିଥିଲା। ଏନେଇ ୱାଙ୍ଖଡେଙ୍କ ବାପା ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ବୟାନବାଜୀକୁ ବନ୍ଦ କରିବା ପାଇଁ ସେ କୋର୍ଟରେ ଅପିଲ କରିଥିଲେ। ଏବେ ଏହି ସମାନ ମାମଲରେ ନୱାବ ମଲିକଙ୍କୁ ବମ୍ବେ ହାଇକୋର୍ଟରୁ ଝଟ୍‌କା ମିଳିଛି। ଏବେ ସେ ସମୀରଙ୍କ କିମ୍ବା ତାଙ୍କ ପରିବାର ପ୍ରତି କୌଣସି ବୟାନବାଜୀ କରିପାରିବେ ନାହିଁ।

ସେପଟେ କୋର୍ଟଙ୍କ ଏହି ନିର୍ଦ୍ଦେଶ ପୂର୍ବରୁ ଆଜି ପୁଣି ସମୀର ଓ ତାଙ୍କ ପରିବାର ବିରୋଧରେ ଆଉ ଏକ ନୂଆ ଅଭିଯୋଗ ଆଣିଛନ୍ତି ନୱାବ ମଲିକ। ଟ୍ୱିଟ କରି ଦାବି କରିଛନ୍ତି ଯେ, ସମୀର ୱାଙ୍ଖଡେଙ୍କ ମା’ ଜାହିଦାଙ୍କର ୧୬ ଏପ୍ରିଲ ୨୦୧୫ରେ ଦେହାନ୍ତ ହୋଇଥିଲା। ତେବେ ତାଙ୍କର ପ୍ରଥମ ମୃତ୍ୟୁ ପ୍ରମାଣପତ୍ର ଏହି ଦିନ କରାଯାଇଥିଲା ଏବଂ ଏଥିରେ ତାଙ୍କର ଧର୍ମ ମୁସଲମାନ ଭାବରେ ଲେଖାଯାଇଥିଲା।

ଏହା ପରେ, ପରଦିନ ଅର୍ଥାତ୍ ଏପ୍ରିଲ୍ ୧୭ରେ, ଅନ୍ୟ ଏକ ସାର୍ଟିଫିକେଟ୍ ମଧ୍ୟ ତିଆରି କରାଯାଇଥିଲା ଯେଉଁଥିରେ ତାଙ୍କ ଧର୍ମକୁ ହିନ୍ଦୁ ଧର୍ମରେ ପରିବର୍ତ୍ତନ କରାଯାଇଥିଲା। ନୱାବ ମଲିକ ଦାବି କରିଛନ୍ତି ଯେ ୱାଙ୍ଖଡେ ପରିବାର କେବଳ କାମ ପାଇଁ ସମୀରଙ୍କ ଧର୍ମକୁ ଲୁଚାଇ ନାହାଁନ୍ତି, ବରଂ ତାଙ୍କ ମା’ଙ୍କ ମୃତ୍ୟୁ ପରେ ମଧ୍ୟ ଦୁଇଟି ପୃଥକ ମୃତ୍ୟୁ ପ୍ରମାଣ ପତ୍ର ତିଆରି କରାଯାଇଛି।

The post ନୱାବ ମଲିକଙ୍କ ମୁହଁରେ ତାଲା ପକାଇଲେ ହାଇକୋର୍ଟ appeared first on Odisha Reporter.



from Odisha Reporter https://ift.tt/3DQhiaI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages