ଲକ୍ଷ୍ନୌ: ଲିକ୍ ହେଲା ପଶ୍ନ ପେପର। ବାତିଲା ହେଲା ଶିକ୍ଷକ ଯୋଗ୍ୟତା ପରୀକ୍ଷା। ଉତ୍ତାର ପ୍ରଦେଶ ଶିକ୍ଷକ ଯୋଗ୍ୟତା ପରୀକ୍ଷା-୨୦୨୧ (UPTET) ପରୀକ୍ଷା ବାତିଲ କରାଯାଇଛି। ଏହି ଘଟଣାରେ ୟୁପି ଏସ୍ଟିଏଫ୍ ୨୩ ଜଣଙ୍କୁ ଗିରଫ କରିଛି। ଅନେକଙ୍କୁ ପଚରାଉଚରା ଜାରି ରହିଛି।
କୁହାଯାଉଛି ଯେ, ପରୀକ୍ଷା ପୂର୍ବରୁ ଗାଜିଆବାଦ, ମଥୁରା ସମେତ ବୁଲନ୍ଦସହରରେ ହ୍ୱାଟସ୍ଆପ୍ ଜାରିଆରେ ପରୀକ୍ଷା ପ୍ରଶ୍ନ ପତ୍ର ଭାଇରାଲ ହୋଇଥିଲା। ଏସ୍ଟିଏମ୍ ଏହି ମାମଲାର ତଦନ୍ତ କରୁଛି। ସେପଟେ ୟୁପି ଏଡିଜି ପ୍ରଶାନ୍ତ କୁମାରଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୨୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ପରୀକ୍ଷା ପ୍ରଶ୍ନ ପତ୍ର ଓ କିଛି ଫଟୋ କପି ଜବତ ହୋଇଛି।
ଉତ୍ତରପ୍ରଦେଶ ଶିକ୍ଷକ ଯୋଗ୍ୟତା ପରୀକ୍ଷା ପାଇଁ ପାଖାପାଖି ୨୧ ଲକ୍ଷ ୬୨ ହଜାର ୨୮୭ ଜଣ ପ୍ରାର୍ଥୀ ଆବେଦନ କରିଥିଲେ। ଏବେ ପରୀକ୍ଷା ପେପର୍ ଲିକ୍ ହେବା ପରେ ୨୧ ଲକ୍ଷଙ୍କ ପିଲାଙ୍କ ସମସ୍ୟା ବଢ଼ିଛି। ତେବେ ଏକ ମାସ ଭିତରେ ପୁଣିଥରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଯେଉଁଥିରେ ପ୍ରାର୍ଥୀଙ୍କୁ ଆଉ ଫି’ ଦେବାକୁ ପଡିବ ନାହିଁ ବୋଲି ଉତ୍ତରପ୍ରଦେଶ ଶିକ୍ଷା ମନ୍ତ୍ରୀ ଡଃ.ସତୀଶ ଦିବେଦୀ କହିଛନ୍ତି।
ସୂଚନା ଯୋଗ୍ୟ ଯେ, ୟୁପି TET ପରୀକ୍ଷା ଆଜି ଥିଲା। ଦୁଇଟି ଫେଜ୍ରେ ଏହି ପରୀକ୍ଷା ହୋଇଥା’ନ୍ତା। ପ୍ରଥମ ଫେଜ୍ରେ ପ୍ରାଥମିକ ସ୍ତରରେ ଶିକ୍ଷକ ଯୋଗ୍ୟତା ପରୀକ୍ଷା ହୋଇଥାନ୍ତା ଏଥିପାଇଁ ୨୫୫୪ ପରୀକ୍ଷା ସେଣ୍ଟର ତିଆରି ହୋଇଥିଲା। ସେହିପରି ସେକେଣ୍ଟ ଫେଜ୍ ପାଇଁ ୧୭୪୭ଟି ପରୀକ୍ଷା ସେଣ୍ଟର ତିଆରି କରାଯାଇଥିଲା।
The post ଶିକ୍ଷକ ଯୋଗ୍ୟତା ପରୀକ୍ଷା ପେପର୍ ଲିକ୍, ୨୩ ଗିରଫ appeared first on Odisha Reporter.
from Odisha Reporter https://ift.tt/3cVydN7
No comments:
Post a Comment